ହାଉସଫୁଲ ୫ ସେଟ୍‌ରେ ଆହତ ହେଲେ ଅକ୍ଷୟ କୁମାର

ମୁମ୍ବାଇ: ସୁଟିଂ ସେଟ୍‌ରେ ଆହତ ହେଲେ ବଲିଉଡ଼ ସୁପରଷ୍ଟାର ଅକ୍ଷୟ କୁମାର । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଖବର ପ୍ରଚାର ହେବା ପରେ ତାଙ୍କର ପ୍ରଶଂସକମାନେ ଆଶୁକାମନା କରିଛନ୍ତି । ଅକ୍ଷୟ କୁମାର ତାଙ୍କର ଅପକମିଂ ଫିଲ୍ମ ପାଇଁ ସୁଟିଂ କରୁଥିବା ବେଳେ ଆହତ ହୋଇଥିବା ଜଣାଯାଇଛି ।

ନିକଟରେ ଅକ୍ଷୟ କୁମାର ତାଙ୍କର ଆଗାମୀ ଫିଲ୍ମ ହାଉସଫୁଲ ୫ର ସୁଟିଂ କରୁଥିଲେ । ଫିଲ୍ମର ଏକ ଆକ୍ସନ ସିକ୍ୱେନ୍ସ ସୁଟିଂ ଚାଲିଥିଲା । ଏହି ସମୟରେ ହଠାତ୍ କିଛି ଜିନିଷ ତାଙ୍କ ଉପରେ ପଡ଼ିଯାଇଥିଲା । ଫଳରେ ସେ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇ ଦିଆଯାଇଛି । କିଛି ଦିନ ପାଇଁ ସୁଟିଂ ବନ୍ଦ ରହିବ । ଅକ୍ଷୟଙ୍କୁ ଗୋଟେ ସପ୍ତାହ ବିଶ୍ରାମ ନେବାକୁ ଡ଼ାକ୍ତର ପରାମର୍ଶ ଦେଇଛନ୍ତି । ସେ ସୁସ୍ଥ ହେବା ପରେ ପୁଣି ସୁଟିଂ ଜାରି ରଖିବେ । ଭବିଷ୍ୟତରେ ଯେପରି ଏପରି ଦୁର୍ଘଟଣା ନ ଘଟେ ସେଥିପ୍ରତି ସଜାଗ ରହିବୁ । ସୁଟିଂ ଲାଗି ସବୁ ଆବଶ୍ୟକ ସୁରକ୍ଷା ସାମଗ୍ରୀକୁ ରଖାଯିବ ବୋଲି କହିଛି ପ୍ରଯୋଜନା ସଂସ୍ଥା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *