‘ଚାମୁଣ୍ଡା’ ଫିଲ୍ମରେ ନଜର ଆସିବେ ଆଲିୟା

ମୁମ୍ବାଇ: ସ୍ତ୍ରୀ -୨ ପରେ ପୁଣି ହରର ସିନେମା କରିବେ ଦିନେଶ ବିଜାନ। ବହୁତ ଜଲଦି ବକ୍ସ ଅଫିସରେ ପୁଣି ବଡ଼ ଧମାକା କରିବାକୁୂ ଯାଉଛନ୍ତି ଦିନେଶ। ଫିଲ୍ମର ନାମ ରହିଛି ଚାମୁଣ୍ଡା। ଖବର ଏପରି ରହିଛି କି ଫିଲ୍ମରେ ଶ୍ରଦ୍ଧା କପୁରଙ୍କ ବଦଳରେ ଆଲିୟା ଭଟ୍ଟ ନଜର ଆସିବେ।

ଏକ ରିପୋର୍ଟ ଅନୁସାରେ ଆଲିୟା ଭଟ୍ଟ ଦିନେଶ ବିଜାନଙ୍କ ଫିଲ୍ମ ଚାମୁଣ୍ଡାରେ ନଜର ଆସିବେ। ଅନେକ ଥର ଆଲିୟା ଦିନେଶଙ୍କ ଅଫିସକୁ ଯିବା ମଧ୍ୟ କୁହାଯାଇଛି। ଆଲିୟା ଖୁବଶୀଘ୍ର ଏହି ଫିଲ୍ମକୁ ସାଇନ୍ କରିବେ। ହରର ସିନେମାରେ ଆଲିୟାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି।

ସୂଚନା ଅନୁଯାୟୀ, ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ପ୍ରଥମେ ଏହି ଫିଲ୍ମରେ ଦେଖିବାକୁ ଯାଉଥିଲେ। ସେତେବେଳେ ଫିଲ୍ମର ଟାଇଟଲ୍ ଦେବୀ କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ ଏହାକୁ ଚାମୁଣ୍ଡାରେ ପରିବର୍ତ୍ତନ କରାଯାଇଛି। ସ୍ତ୍ରୀ-୨ ନିକଟରେ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ଯେଉଁଥିରେ ଶ୍ରଦ୍ଧା କପୁର, ରାଜକୁମାର ରାଓ, ପଙ୍କଜ ତ୍ରିପାଠୀ ଏବଂ ତମନ୍ନା ଭାଟିଆ ଭଳି ତାରକା ନଜର ଆସିଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *