ମୁମ୍ୱାଇ : ମୁଡ୍ ଅଫ୍ ହେଲେ କ’ଣ କରନ୍ତି ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ । ଏମିତି କି ଆଲିଆ ଯେତେବେଳେ ନିଜକୁ ଏକୁଟିଆ ଅନୁଭବ କରନ୍ତି ସେତେବେଳେ ସେ କ’ଣ କରନ୍ତି ସେ ନେଇ ସେୟାର କରିଛନ୍ତି । ଆଉ କହିଛନ୍ତି ଯେବେ ମୁଡ଼୍ ଅଫ୍ ଥାଏ ସେବେ ସେ ଅନ୍ୟ ଘରକୁ ଦେଖିଥାନ୍ତି । ଲୋକଙ୍କ ଜୀବନରେ କଣ ସବୁ ଘଟୁଛି ତାହା ଦେଖନ୍ତି । ଏଥିରେ ତାଙ୍କୁ ବହୁତ କିଛି ଜାଣିବାକୁ ପାଆନ୍ତି । ଏମିତି କରିବା ପରେ ଆଲିଆ କଣ ସବୁ ଅନୁଭବ କରନ୍ତି। ଜୟ ଶେଟ୍ଟୀଙ୍କ ପଡକାଷ୍ଟରେ ଆଲିଆ ନିଜ ମନର କଥା କହିଛନ୍ତି ।
ବଲିଉଡ୍ ଅଭିନେତ୍ରୀ ଆଲିଆ କହିଛନ୍ତି ଯେ, ତାଙ୍କର ଏଡିଏଚଡି ଓ ଆଞ୍ଜାଇଟ୍ର ସମସ୍ୟା ରହିଛି। ଜୀବନରେ ଅନେକ ଥର ତାଙ୍କୁ ମୁସ୍କିଲ ସମୟର ସାମ୍ନା କରିବାକୁ ପଡ଼ିଥାଏ । ଯେତେବେଳେ ତାଙ୍କର ଦିନ ଭଲ ନ ଥାଏ , ସେ ନିଜର ବାଲକୋନୀକୁ ଯ।।ଆନ୍ତି। ତାହା ଫାୟାର ଏଗଜିଟ୍ ଭଳି ବହୁତ ଛୋଟ ଏବଂ ସେଠାକୁ ଯାଇ ଠିଆ ହୁଅନ୍ତି । ତାଙ୍କ ଘର ପାଖରେ ଥିବା ଅନ୍ୟଙ୍କ ଘରକୁ ଦେଖନ୍ତି । ସେମାନେ କଣ ସବୁ କରୁଛନ୍ତି। କିଏ ପୋଷାକ ନେଇ ଯାଉ ଥିବା ବେଳେ ଆଉ କିଏ ଟିଭି ଦେଖୁ ଥାନ୍ତି । ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିବା ଦେଖିବାକୁ ମିଳେ । କିନ୍ତୁ ଏଥିରୁ ମୋତେ ଲୋକଙ୍କ ଜୀବନର ଅସ୍ତିତ୍ୱର ଅନୁଭବ ହୋଇଥାଏ।
ଆଲିଆ ଆହୁରି କହିଛନ୍ତି ଯେ, ଅନେକ ସମୟରେ ଲୋକେ ନିଜ ବିଷୟରେ ବହୁତ ଭାବନ୍ତି ଏବଂ ପଛକୁ ହଟିବାରେ ତାଙ୍କୁ ଜିନିଷ ଗୁଡି଼କୁ ଭଲରେ ଦେଖିବାକୁ ମିଳିଥାଏ। ସବୁ ଚିନ୍ତା ଦୂର ହୋଇ ଯାଏ । ବାସ୍ ଗୋଟିଏ ସେକେଣ୍ଟ ପରେ ଖୁସି ଅନୁଭବ ହୋଇଥାଏ ଯେ ଜୀବନରେ ଆପଣ କେଉଁଠି ଅଛନ୍ତି। ଆଲିଆ ଏହି ସମୟରେ ଏହା ମଧ୍ୟ କହିଛନ୍ତି କି, ଖୁବ୍ ଶୀଘ୍ର ସିଙ୍ଗଲ ଟ୍ରିପ୍ରେ ଯିବାକୁ ଚାହାନ୍ତି। ସେ କୁହନ୍ତି ସେ ଅନେକ ଦିନରୁ ପ୍ଲାନ କରୁଛନ୍ତି କି ସେ ସିଙ୍ଗଲ ଟ୍ରିପ୍ରେ ଯିବେ । ଏହି ବିଷୟରେ ରଣବୀରଙ୍କ ସହ ମଧ୍ୟ କଥା ହୋଇଛନ୍ତି।