ଥିଏଟରରେ ଦଳାଚକଟା ଘଟଣା, ମିଳିଲା ଆର୍ଥିକ ସହାୟତା

ହାଇଦ୍ରାବାଦ: ପୁଷ୍ପା-୨ ଦ ରୁଲ ନିର୍ମାତାଙ୍କ ସହ ଅଭିନେତା ଅଲୁ ଅର୍ଜୁନ ୪ ଡିସେମ୍ବରରେ ସନ୍ଧ୍ୟା ଥିଏଟରରେ ଫିଲ୍ମର ପ୍ରିମିୟର୍ ସୋ ସମୟରେ ଦଳାଚକଟାରେ ମୃତ୍ୟୁବରଣ କରିଥିବା ମହିଳା ଏବଂ ତାଙ୍କ ଗୁରୁତର ଆହତ ପୁଅକୁ ସହାୟତାର ହାତ ବଢାଇଇଛନ୍ତି। ପୀଡିତାଙ୍କ ପରିବାର ପାଇଁ ୨ କୋଟି ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି। ଏହି ଘୋଷଣା ଅଲ୍ଲୁ ଅର୍ଜୁନଙ୍କ ପିତା ତଥା ପ୍ରସିଦ୍ଧ ନିର୍ମାତା ଅଲ୍ଲୁ ଅରବିନ୍ଦ ବୁଧବାର ଦିନ ଦଳାଚକଟାରେ ଆହତ ହୋଇଥିବା ଏବଂ କେଆଇଏମଏସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଶ୍ରୀ ତେଜାଙ୍କୁ ଭେଟିବା ପରେ ବୁଧବାର ଏହା କହିଛନ୍ତି।

ଅଲୁ ଅରବିନ୍ଦ ଗଣମାଧ୍ୟମକୁ କହିଛନ୍ତି ଯେ ତେଲେଙ୍ଗାନା ରାଜ୍ୟ ଚଳଚ୍ଚିତ୍ର ବିକାଶ ନିଗମର ଅଧ୍ୟକ୍ଷ ଦିଲ ରାଜୁଙ୍କୁ ୨ କୋଟି ଟଙ୍କାର ଏକ ଚେକ୍ ହସ୍ତାନ୍ତର କରାଯାଇଛି। ସେ କହିଛନ୍ତି ଯେ ପିଡିତ ବାଳକ ଏବଂ ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଫିଲ୍ମ ୟୁନିଟ୍ ୨ କୋଟି ଟଙ୍କା ଆର୍ଥିକ ସହାୟତା ଦେବାକୁ ନିଷ୍ପତ୍ତି ନେଇଛି। ଫିଲ୍ମର ନିର୍ମାତା ମଇଥ୍ରୀ ମୁଭି ୫୦ ଲକ୍ଷ ଟଙ୍କା ଦେଇଥିବାବେଳେ ଅଲୁ ଅର୍ଜୁନ ୧ କୋଟି ଟଙ୍କା ଦାନ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶକ ସୁକୁମାର ମଧ୍ୟ ପରିବାରକୁ ୫୦ ଲକ୍ଷ ଟଙ୍କା ଦେଇଛନ୍ତି। ଅଲ୍ଲୁ ଅରବିନ୍ଦ କହିଛନ୍ତି, “ମୁଁ ଡାକ୍ତରଙ୍କ ସହ କଥା ହେଲି ଏବଂ ପିଲାଟି ସୁସ୍ଥ ଥିବା ଜାଣି ମୁଁ ଖୁସି ହେଲି।” ଡିସେମ୍ବର ୪ ଘଟଣାର ଦୁଇ ଦିନ ପରେ ଅଲୁ ଅର୍ଜୁନ ପରିବାର ୨୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିବା ସହ ଯଥାସମ୍ଭବ ସହାୟତା କରିବେ ବୋଲି କହିଥିଲେ।

ଆହତ ଶ୍ରୀ ତେଜାଙ୍କ ପିତା ଭାସ୍କର ମଙ୍ଗଳବାର ଦିନ କହିଛନ୍ତି ଯେ ତାଙ୍କୁ ଅଲୁ ଅର୍ଜୁନଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଡିମାଣ୍ଡ ଡ୍ରାଫ୍ଟ ମିଳିଛି। ପୁଅର ଅବସ୍ଥା ବିଷୟରେ ବୁଝିବା ପାଇଁ ଅଭିନେତାଙ୍କ ମ୍ୟାନେଜର ମଧ୍ୟ ପରିବାର ସହିତ ଯୋଗାଯୋଗରେ ଅଛନ୍ତି । ପରିବାର ଉଭୟ ତେଲେଙ୍ଗାନା ସରକାର ଏବଂ ଅଲୁ ଅର୍ଜୁନଙ୍କ ସହାୟତା ଗ୍ରହଣ କରୁଛନ୍ତି। ଭାସ୍କର କହିଛନ୍ତି ଯେ ସଡ଼କ ଓ ନିର୍ମାଣ ମନ୍ତ୍ରୀ ଭେଙ୍କଟ ରେଡ୍ଡୀ ତାଙ୍କୁ ୨୫ ଲକ୍ଷ ଟଙ୍କା ଚେକ୍ ଦେଇଛନ୍ତି। ସେ କହିଛନ୍ତି ଯେ ୨୦ ଦିନ ପରେ ସେ ପୁଅର ଶରୀରରେ କିଛି ସୁଧାର ଦେଖିଥିଲେ। ସେ ଆଖି ମଧ୍ୟ ଖୋଲିଥିଲେ, କିନ୍ତୁ ଆମ ଭିତରୁ କାହାକୁ ଚିହ୍ନି ପାରିନଥିଲେ। ଡିସେମ୍ବର ୧୩ରେ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଅଭିନେତା ଅଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା ଏବଂ ପରଦିନ ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରାଯାଇଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *