ମୁମ୍ବାଇ: ‘କୌନ ବନେଗା କରୋଡପତି ୧୬’ରେ ପୁଣି ଥରେ ନିଜ ପରିବାରକୁ ନେଇ କିଛି ଖଟା ମିଠା କଥା କହିଛନ୍ତି ଅମିତାଭ ବଚ୍ଚନ। ଏଥର ସେ ତାଙ୍କ ପତ୍ନୀ ଜୟାଙ୍କ ବିଷୟରେ ସୋ’ରେ କିଛି କହିଛନ୍ତି। ତାଙ୍କ ସାମ୍ନାରେ ‘ଇଣ୍ଡିଆ ଚ୍ୟାଲେଞ୍ଜର୍ ଓ୍ବିକ୍’ ର ପ୍ରତିଯୋଗୀ ପ୍ରିୟଙ୍କା ହଟ୍ ସିଟରେ ବସିଥିଲେ । ସୋ’ରେ ପ୍ରିୟଙ୍କା ବିଗ୍ ବିଙ୍କ ଅନେକ ମଜାଦାର ପ୍ରଶ୍ନ ପଚାରୁଥିବାର ଦେଖିବାକୁ ମିଳିଥିଲା। ଏହା ସହ ବିଗ୍ ବି ମଧ୍ୟ ପ୍ରତି ପ୍ରଶ୍ନର ଉତ୍ତର ଦେଉଥିଲେ।
ପ୍ରିୟଙ୍କା ସୋ’ରେ ବିଗ୍ ବିଙ୍କୁ ପଚାରିଥିଲେ ‘ସାର୍, ଆପଣ କେବେ ଏଟିଏମରୁ ନଗଦ ଟଙ୍କା ଉଠାଇଛନ୍ତି ଏବଂ ଆପଣଙ୍କର ବାଲାନ୍ସ ଯାଞ୍ଚ କରିଛନ୍ତି କି’? ଯାହାର ଉତ୍ତରରେ ବିଗ୍ ବି କହିଥିଲେ ନାଁ ସେ କେବେ ନଗଦ ଟଙ୍କା ରଖନ୍ତିନି, କି ଏଟିଏମ୍କୁ ଯାଏ ନାହିଁ। ଏସବୁ ଜିନିଷ ଜୟା ଜୀ ବୁଝନ୍ତି। ମୋର ଟଙ୍କା ଦରକାର ପଡ଼ିଲେ ମୁଁ ତାଙ୍କୁ ମାଗିଥାଏ ବୋଲି ବିଗ୍ ବି ସୋ’ରେ କହିଥିଲେ ଅମିତାଭ ବଚ୍ଚନ।
ଏହା ପରେ ଅମିତାଭ ବଚ୍ଚନ କହିଛନ୍ତି, ‘ଜୟ ଜୀଙ୍କୁ ଗଜରା ବହୁତ ପସନ୍ଦ, ତେଣୁ ଯେତେବେଳେ ଛୋଟ ପିଲାମାନେ ରାସ୍ତାରେ ଗଜରା ବିକ୍ରି କରିବାକୁ ଆସନ୍ତି, ମୁଁ ସେମାନଙ୍କ ଠାରୁ କିଣିଥାଏ ଏବଂ ବେଳେବେଳେ ସେହି ହାରଟି ଜୟା ଜୀଙ୍କୁ ଦେଇଥାଏ କିମ୍ବା ବେଳେବେଳେ କାରରେ ରଖେ, କାରଣ ସେଗୁଡିକରୁ ଭଲ ବାସ୍ନା ବାହାରିଥାଏ ।