ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କୁ ଧମକପୂର୍ଣ୍ଣ ଫୋନ୍‌

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କୁ ଜଣେ ଅଜ୍ଞାତ ବ୍ୟକ୍ତି ହତ୍ୟା ଧମକ ଦେଇଛନ୍ତି। ତାଙ୍କ କାର୍ଯ୍ୟାଳୟକୁ ଏହି କଲ୍ ଆସିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏହି ମାମଲାର ତଦନ୍ତ କରୁଛି। ସୋମବାର ଏକ ସରକାରୀ ବିବୃତିରେ କୁହାଯାଇଛି ଯେ ଜଣେ ବ୍ୟକ୍ତି ଉପମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଅପମାନଜନକ ମେସେଜ ମଧ୍ୟ ପଠାଇଛନ୍ତି। ଅଜ୍ଞାତ ବ୍ୟକ୍ତି କଲ୍ୟାଣଙ୍କୁ ହତ୍ୟା କରିଦେବେ ବୋଲି ଧମକ ଦେଇଥିଲେ। ଜନସେନା ପ୍ରତିଷ୍ଠାତାଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ଏହି ଘଟଣା ସମ୍ପର୍କରେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଅବଗତ କରାଇଛନ୍ତି।

ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ କାର୍ଯ୍ୟାଳୟକୁ ଧମକପୂର୍ଣ୍ଣ ଫୋନ୍ ଆସିଥିଲା ଏବଂ ଜଣେ ଅଜଣା ବ୍ୟକ୍ତି ଫୋନ୍ କରି ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କୁ ହତ୍ୟା ଧମକ ଦେଇଥିଲେ। ଉପମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଆପତ୍ତିଜନକ ଭାଷାରେ ମେସେଜ ପଠାଇଥିଲେ ଅଜ୍ଞାତ କଲର। କାର୍ଯ୍ୟାଳୟ କର୍ମଚାରୀମାନେ ଧମକପୂର୍ଣ୍ଣ କଲ୍ ଓ ମେସେଜ୍ ଉପମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆଣିଥିଲେ। ତାଙ୍କ କାର୍ଯ୍ୟାଳୟ ଅଧିକାରୀମାନେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି।

ଧମକ ଦେଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ କଲ୍ ଡିଟେଲ୍ ରେକର୍ଡ (ସିଡିଆର) ଏବଂ ମେସେଜ୍ ଟ୍ରେସ୍ କରିବା ପ୍ରକ୍ରିୟା ଜାରି ରହିଛି ବୋଲି ପୁଲିସ କହିଛି। ଘଟଣାର ତଦନ୍ତ ଚାଲିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *