ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭ ମେଳାରେ ପୁଣି ଅଗ୍ନିକାଣ୍ଡ। ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରି ନେଇଥିବାରୁ ବିଶେଷ କିଛି କ୍ଷୟକ୍ଷତି ହୋଇ ନାହିଁ। ଆର୍ôଥକ କ୍ଷତିର ଆକଳନ କରାଯାଉଛି। ଅଗ୍ନିକାଣ୍ଡର କାରଣ କ’ଣ ତାହା ଅଗ୍ନିଶମ ବାହିନୀର ବିଶେଷଜ୍ଞ ଦଳ ଜାଣିବାକୁ ଚେଷ୍ଟା କରୁଛନ୍ତି।
ସେକ୍ଟର ୧୮ର ଶଙ୍କରାଚାର୍ଯ୍ୟ ମାର୍ଗରେ ଥିବା ହରିହରାନନ୍ଦ କ୍ୟାମ୍ପରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲାଗିବାର କିଛି ସମୟ ମଧ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା। କୌଣସି ଜୀବନହାନି ହୋଇନାହିଁ। ଏଠାରେ ବହୁ ସଂଖ୍ୟକ ସନ୍ଥ ଏବଂ ମହାତ୍ମା ବାସବାସ କରୁଥ୍ôଲେ। ପୋଲିସ, ଆରଏଏଫ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦଳଗତ କାର୍ଯ୍ୟ ମାଧ୍ୟମରେ କିଛି ସ୍ଥାନରେ ରାସ୍ତା ଅବରୋଧ କରିଥିଲେ । ଅନ୍ୟ ସ୍ଥାନରେ ରାସ୍ତା ପରିବର୍ତ୍ତନ କରିଥିଲେ। ଏପରି ଭାବେ ପରିସ୍ଥିତିକୁ ଆୟତ୍ତ କରାଯାଇଥିଲା।
ଶୁକ୍ରବାର ସକାଳେ ମଧ୍ୟ ମହାକୁମ୍ଭ ନଗରର ସେକ୍ଟର-୧୯ ନିକଟସ୍ଥ ପୁରୁଣା ଜିଟି ରୋଡରେ ଥିବା ଏକ ଶିବିରରେ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ଦମକଳ ଗାଡ଼ିଗୁଡ଼ିକ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇ ଥିଲେ। ଖାକ୍ ଚୌକ୍ ଥାନା ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଯୋଗେଶ ଚତୁର୍ବେଦୀ କହିଛନ୍ତି ଯେ,‘ ପୁରୁଣା ଜିଟି ରୋଡର ତୁଳସୀ ଛକ ନିକଟରେ ଏକ କ୍ୟାମ୍ପରେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ କର୍ମଚାରୀମାନଙ୍କ ଉଦ୍ୟମ ଯୋଗୁଁ ନିଆଁକୁ ଆୟତ୍ତ କରାଯାଇ ପାରିଥିଲା।