ସାତ ଜନ୍ମର ସାଥୀ ହେଲେ ଅନୁଭବ- ଜାଗ୍ରତି

ନୂଆଦିଲ୍ଲୀ: ମଥାରେ ସିନ୍ଦୁର ଦେଇ ସାମ୍ବାଦିକଙ୍କୁ ଜୀବନ ସାଥୀ ବାଛିଲେ ପୂର୍ବତନ ସାଂସଦ ତଥା ସୁପରଷ୍ଟାର ଅନୁଭବ ମହାନ୍ତି। ଜାଗ୍ରତିଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି ଅନୁଭବ । ହିନ୍ଦୁ ରୀତିନୀତି ଅନୁସାରେ ଦିଲ୍ଲୀରେ ଶେଷ ହୋଇଛି ବାହାଘର। ପରିବାର ଲୋକ ଏବଂ କିଛି ହାତ ଗଣତି ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ଶେଷ ହୋଇଛି ଏହି ହାଇପ୍ରୋଫାଇଲ ବିବାହ। ବର ବେଶରେ ଅନୁଭବ ସଜେଇ ହୋଇ୍‌ଥିବା ବେଳେ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧି କନିଆ ବେଶରେ ସଜେଇ ହୋଇ୍‌ଥିଲେ ଜାଗ୍ରତି। ବିବାହର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦୀର୍ଘ ଦିନର ବନ୍ଧୁତା ତାପରେ ଜୀବନ ସାଥୀ ହୋଇଛନ୍ତି ଏହି ଯୋଡ଼ି।

ଦିଲ୍ଳୀର ତ୍ୟାଗରାଜ ନିକଟରେ ଥିବା ଜଗନ୍ନାଥ ମନ୍ଦିରରେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ବିବାହ ସମ୍ପନ୍ନ ହୋଇଛି । ପୂର୍ବରୁ ବାନ୍ଧବୀ କୁହାଯାଉଥିବା ଜାଗ୍ରତି ଶୁକ୍ଳାଙ୍କ ହାତ ଧରିଛନ୍ତି ଅନୁଭବ । ଅନୁଭବଙ୍କ ଏହି ବିବାହକୁ ବିଶେଷ ଭାବେ କାହାରିକୁ ନିମନ୍ତ୍ରଣ କରାଯାଇନଥିବା ଜଣାପଡ଼ିଛି କେବଳ ବନ୍ଧୁ ଓ ନିକଟ ସମ୍ପର୍କୀୟମାନେ ଏଥିରେ ସାମିଲ ହୋଇଥିଲେ। ଅର୍ଥାତ୍ କୌଣସି ରାଜନେତା ଏବଂ କୌଣସି ସିନେତାରକାଙ୍କୁ ତାଙ୍କ ବିବାହରେ ସେ ସାମିଲ କରିନାହାନ୍ତି।

ଚଳିତ ମାସ ୮ ତାରିଖରେ ଅନୁଭବ ଓ ଜାଗ୍ରତିଙ୍କ ନିର୍ବନ୍ଧ ହୋଇଥିଲା । ପରିବାର ସହ ଗୋପନ ଭାବେ ନିର୍ବନ୍ଧ କରାଯାଇଥିଲା। ଶେଷରେ ରୀତିନୀତି ଅନୁଯାୟୀ ମଙ୍ଗଳବାର ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି । ଅନୁଭବଙ୍କ ବିବାହକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଥିଲା । ଯାହା ଏବେ ସତ ହୋଇଛି ।

ସୂଚନାଯୋଗ୍ୟ, ୨୦୧୪ ଫେବ୍ରୁଆରୀରେ ଅନୁଭବ ଓ ବର୍ଷାଙ୍କ ବାହାଘର ହୋଇଥିଲା। ପରେ ୨୦୨୩ ଡିସେମ୍ବର ୨୧ ତାରିଖରେ ବିବାହ ବିଚ୍ଛେଦ ହୋଇଥିଲା। ଏହାପୂର୍ବରୁ ଜାଗ୍ରତିଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଥିଲା। ବାରମ୍ବାର ଓଡ଼ିଶା ଆସୁଥିଲେ ଜାଗ୍ରତି ଶୁକ୍ଳା। ନିକଟରେ ଅନୁଭବଙ୍କ ଉପରେ ଲେଖିଥିବା ଜୀବନୀ ମଧ୍ୟ ରିଲିଜ୍ ହୋଇଥିଲା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *