ବଲିଉଡ ଛାଡ଼ିଲେ ନିର୍ଦ୍ଦେଶକ ଅନୁରାଗ କଶ୍ୟପ

ମୁମ୍ବାଇ: ବଲିଉଡକୁ ବାଏ ବାଏ କରିଛନ୍ତି ଜଣାଶୁଣା ନିର୍ଦ୍ଦେଶକ।’ଗ୍ୟାଙ୍ଗସ ଅଫ ବାସେପୁର’, ’ବ୍ଲାକ ଫ୍ରାଇଡେ’ ଓ ’ଦେବ-ଡି’ ପରି ଶାନଦାର ଫିଲ୍ମ ଦେଇଥିବା ନିର୍ଦ୍ଦେଶକ ଅନୁରାଗ କଶ୍ୟପ ବଲିଉଡକୁ ବାଏ ବାଏ କରି ଦେଇଛନ୍ତି । ହିନ୍ଦୀ ଫିଲ୍ମର ଦର୍ଶକ ଏବେ ଅନୁରାଗଙ୍କୁ ବହୁ ମାତ୍ରାରେ ମିସ୍ କରିବେ।

ଅନୁରାଗ ନିଜର ଫିଲ୍ମରେ କ୍ରାଇମ ଓ ଲଷ୍ଟ ଲଭ ଷ୍ଟୋରିଜର କକଟେଲ ପରିଷିବା ପାଇଁ ବିଖ୍ୟାତ। ଏହା ମଧ୍ୟରେ ଅନୁରାଗ ଏକ ନୂଆ ବର୍ଗର ଦର୍ଶକ ସନ୍ଧାନ କରିଛନ୍ତି । ଏବେ ହିନ୍ଦି ଦର୍ଶକଙ୍କୁ ସେପରି ସିନେମା ଆଉ ଦେଖିବାକୁ ମିଳିବ ନାହିଁ। ବଲିଉଡକୁ ଅଲବିଦା କହିବା ପୂର୍ବରୁ ସେ ହିନ୍ଦି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଟକ୍ସିକ ବୋଲି କହି ସାରିଛନ୍ତି। ଆଜିର ସମୟରେ ବଲିଉଡରେ କ୍ରିଏଟିଭିଟିକୁ ଗୁରୁତ୍ବ ଦିଆଯାଉନାହଁ ବୋଲି ସେ କହିଛନ୍ତି। ସମସ୍ତେ ଅର୍ଥ ପଛରେ ପାଗଳ ହୋଇଯାଇଛନ୍ତି । କେହି ସିନେମା ନିର୍ମାଣ କରିବାକୁ ଚାହୁଁ ନାହାନ୍ତି ବୋଲି ଅନୁରାଗ କହିଛନ୍ତି।

ପ୍ରତ୍ୟେକ କଳାକାରଙ୍କୁ ସିନେମା ପିଛା ୫୦୦ରୁ ୮୦୦ଟଙ୍କା ପର‌୍ୟ୍ୟନ୍ତ ରୋଜଗାର କରିବାର ଅଛି । ସିନେମାରେ ଆଉ ବାସ୍ତବତା ଦେଖିବାକୁ ମିଳୁ ନାହିଁ । ଆଖି ସାମ୍ନାରେ ସବୁକିଛି ହଜିଗଲା ଭଳି ଲାଗୁଛି। ଲାଭ କେମିତି ମିଳିବ ସମସ୍ତେ ସେଦିଗରେ ବାୟା ହୋଇଯାଇଛନ୍ତି । ସହର ଛାଡ଼ିବାକୁ ନେଇ ଅନୁରାଗ କହିଛନ୍ତି, ‘ ଗୋଟିଏ ସହର କେବଳ ଆକୃତି ଦ୍ବାରା ନୁହେଁ ଲୋକଙ୍କ ଦ୍ବାରା ବି ତିଆରି ହୋଇଥାଏ । ମୁମ୍ବାଇରେ ଲୋକମାନେ ସର୍ବଦା ଆପଣଙ୍କ ଗୋଡ଼କୁ ତଳକୁ ଟାଣିବାକୁ ଚେଷ୍ଟା କରନ୍ତି। ମୋ ପୂର୍ବରୁ ବି ଅନେକ ସିନେମା ନିର୍ମାତା ସହର ଛାଡ଼ି ଦୁବାଇ, ଲଣ୍ଡନ, ପର୍ତ୍ତୁଗାଲ, ଆମେରିକା ଓ ଜର୍ମାନରେ ଯାଇ ଶାନ୍ତିରେ ବସବାସ କରୁଛନ୍ତି।

ପ୍ରସିଦ୍ଧ ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ଫିଲ୍ମ ଇଣ୍ଡଷ୍ଟ୍ରିର ଟକ୍ସିକ ମାହୋଲରୁ ବିରକ୍ତ ହୋଇ ମୁମ୍ବାଇ ଛାଡିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ସେ ଏବେ ବେଙ୍ଗାଲୁରୁକୁ ସ୍ଥାନାନ୍ତରିତ ହୋଇଛନ୍ତି। ଏଥିସହିତ ବଲିଉଡରୁ ଦୂରରେ ରହିବାକୁ ଚାହୁଁଛନ୍ତି।

ଏବେ ବଲିଉଡରେ ସମସ୍ତେ ୮୦୦ କୋଟି ଟଙ୍କା ଆୟ କରୁଥିବା ଫିଲ୍ମ ତିଆରି କରିବା ପଛରେ ଦୌଡୁଛନ୍ତି। ଯାହାଫଳରେ କ୍ରିଏଟିଭିଟି ନଷ୍ଟ ହେଉଛି ଏବଂ ଇଣ୍ଡଷ୍ଟ୍ରି ଟକ୍ସିକ ହୋଇଗଲାଣି ବୋଲି ସେ କହିଥିଲେ।

ତେବେ ଅନୁରାଗ ଏବେ ମାଲାୟଲମ ଏବଂ ତାମିଲ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ସେ ଦକ୍ଷିଣ ଚଳଚ୍ଚିତ୍ରରେ ଅଭିନେତା ଭାବରେ ମଧ୍ୟ କାମ କରିଛନ୍ତି। ଯେଉଁଥିରେ ତାଙ୍କୁ ପ୍ରାୟତଃ ନେଗେଟିଭ୍ ରୋଲରେ ଦେଖାଯାଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *