ବଲିଉଡକୁ ନେଇ କିଛି ଏମିତି କହିଲେ ଅନୁରାଗ

ମୁମ୍ବାଇ: ଗ୍ୟାଙ୍ଗସ୍ ଅଫ୍ ୱାସିପୁର ପରି ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ବଲିଉଡ ଛାଡିବାକୁ ଚାହୁଁଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ମୁମ୍ବାଇ ଛାଡିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି ଯେ ଆଜିକା ସମୟରେ ହିନ୍ଦୀ ଇଣ୍ଡଷ୍ଟ୍ରିରେ ଅଭିନେତା ନୁହଁନ୍ତି ବରଂ ଷ୍ଟାର ତିଆରି ହେଉଛନ୍ତି। ଆଉ ଏଥିପାଇଁ ଦାୟୀ ହେଉଛନ୍ତି ଟାଲେଣ୍ଟ ଏଜେନ୍ସି।

ଅନୁରାଗ ବଲିଉଡ ଅଭିନେତାମାନଙ୍କୁ ଇନସିକ୍ୟୁଓର କହିବା ସହ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ଆଉ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଇଚ୍ଛା ନାହିଁ। ତେଣୁ ସେ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଯିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ହଲିଉଡ ରିପୋର୍ଟର ଇଣ୍ଡିଆ ସହ ବାର୍ତ୍ତାଳାପରେ ଅନୁରାଗ କାଶ୍ୟପ କହିଛନ୍ତି ଯେ ମୁଁ ମୁମ୍ବାଇ ଛାଡିବାକୁ ନିଷ୍ପତ୍ତି ନେଇଛି। ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବର୍ତ୍ତମାନର ଅବସ୍ଥା ଖରାପ ହୋଇଗଲାଣି। ଏଠାରେ ପରିବେଶ ଏତେ ନକାରାତ୍ମକ ହୋଇଯାଇଛି ଯେ ମୋର ନିଜ ସାଙ୍ଗମାନେ ମୋତେ ଅଣଦେଖା କରିବା ଆରମ୍ଭ କରିଛନ୍ତି। ଏପରିକି କିଛି ଅଭିନେତା ନିଜର ଷ୍ଟାରଡମ୍ ବଜାୟ ରଖିବା ପାଇଁ ବହୁତ କିଛି ଦାବି କରନ୍ତି। ଯାହାକୁ ପୂରଣ କରିବା ମୁସ୍କିଲ ହୋଇ ପଡୁଛି।

ନିର୍ଦ୍ଦେଶକ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ଇଣ୍ଡଷ୍ଟ୍ରିରେ ଯଦି ଅଭିନେତାଙ୍କ ଦାବି ପୂରଣ ନ କରାଯାଉଛି ତେବେ ସେମାନେ ଅପମାନିତ ଅନୁଭବ କରିବେ। ଏହା ହେଉଛି ସବୁଠୁ ବଡ଼ ସମସ୍ୟା।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *