ପ୍ରିୟଙ୍କାଙ୍କୁ ‘୧୯୮୪’ ଲେଖାଥିବା ବ୍ୟାଗ୍ ଦେଲେ ଅପରାଜିତା

ନୂଆଦିଲ୍ଲୀ: କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀଙ୍କୁ ଗିଫ୍ଟ ଦେଲେ ଏମ୍‌ପି ଅପରାଜିତା ଷଢଙ୍ଗୀ । ‘୧୯୮୪’ ଲେଖାଥିବା ଏକ ବ୍ୟାଗ୍ ଭେଟି ଦେଇଛନ୍ତି ଅପରାଜିତା । ପ୍ରିୟଙ୍କା ନିଜ ବ୍ୟାଗ୍ ଜରିଆରେ କିଛି ନା କିଛି ବାର୍ତ୍ତା ଦେଉଥିବାରୁ ଏମ୍‌ପିଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ଉକ୍ତ ବ୍ୟାଗ୍‌କୁ ପ୍ରସ୍ତୁତ କରାଯାଇଛି। ପ୍ରଥମେ ପ୍ରିୟଙ୍କା ଏହାକୁ ନେବାକୁ ଅସହଜ ମନେ କରୁଥିଲେ । ହେଲେ ପରେ ସେ ଉକ୍ତ ବ୍ୟାଗ୍‌କୁ ସ୍ୱୀକାର କରିଥିଲେ । ଏହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଚଳିତ ଥର ସଂସଦର ଶୀତକାଳୀନ ଅଧିବେଶନ ବେଶ ଚର୍ଚ୍ଚାରେ ରହିଛି। କେବେ ମାରପିଟ୍ ତ କେବେ ବ୍ୟାଗ୍ ପଲିଟିକ୍ସ । କଂଗ୍ରେସ ଏମପି ପ୍ରିୟଙ୍କା ଗାନ୍ଧୀ ନୂଆ ବ୍ୟାଗ୍ ସହ ସଂସଦରେ ପହଞ୍ଚି ଚର୍ଚ୍ଚାରେ ରହିଛନ୍ତି। ନିକଟରେ ପ୍ରିୟଙ୍କା ପାଲେଷ୍ଟାଇନ ଓ ବାଲାଂଦେଶ ଲେଖାଥିବା ବ୍ୟାଗ୍ କାନ୍ଧରେ ପକାଇ ସଂସଦ ଆସୁଥିବା ଦେଖିବାକୁ ମିଳିଥିଲା , ଯାହାକୁ ନେଇ ରାଜନୈତିକ ବିତର୍କ ବଢ଼ୁଛି। ଏସବୁ ଭିତରେ ଓଡ଼ିଶାର ଭାଜପା ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ତାଙ୍କୁ ‘୧୯୮୪’ ଲେଖା ଥିବା ବ୍ୟାଗ୍ ଭେଟି ଦେଇଛନ୍ତି।

ପ୍ରିୟଙ୍କା ନିଜ ବ୍ୟାଗ୍ ଜରିଆରେ କିଛି ନା କିଛି ବାର୍ତ୍ତା ଦେଉଥିବାରୁ ଏମ୍‌ପିଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ଉକ୍ତ ବ୍ୟାଗ୍‌କୁ ପ୍ରସ୍ତୁତ କରାଯାଇଛି। ଅପରାଜିତା ଦେଇଥିବା ବ୍ୟାଗ୍‌ରେ ୧୯୮୪ ଶିଖ୍ ବିରୋଧୀ ଆନ୍ଦୋଳନକୁ ଦର୍ଶାଇବା ଲାଗି ରକ୍ତର ଛିଟା ଥିଲା। ତେବେ କଂଗ୍ରେସକୁ ତାର ଇତିହାସ ମନେ ପକାଇ ଦେବାକୁ ଏହି ବ୍ୟାଗ୍ ପ୍ରସ୍ତତ କରାଯାଇଥିବା ଅପରାଜିତା କହିଛନ୍ତି। ଏନେଇ ଅପରାଜିତା କହିଛନ୍ତି, ବର୍ତ୍ତମାନ ସମୟରେ କଂଗ୍ରେସର ସାର୍ଥକତା ଉପରେ ଲଗାତାର ପ୍ରଶ୍ନ ଉଠୁଛି। ଦେଶର ଜନତା ଦଳକୁ ଖାରଜ କରୁଛନ୍ତି। କଂଗ୍ରେସ ନିକଟରେ ଶାହାଙ୍କ ଭାଷଣକୁ ଭିନ୍ନ ଅର୍ଥରେ ନେଇ ରାଜନୀତି କରିବା ଛଡ଼ା ଅନ୍ୟ ବିକଳ୍ପ ନାହିଁ। ଏଣୁ ତାଙ୍କୁ ଏଭଳି ବ୍ୟାଗ୍ ଉପହାର ଦିଆଯାଇଥିବା ସେ କହିଛନ୍ତି।
ଗତ ୧୬ ତାରିଖରେ ପ୍ରିୟଙ୍କା ସଂସଦରେ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ନେଇ ପହଞ୍ଚିଥିଲେ। ଭାଜପା ଏହାକୁ ନେଇ ପ୍ରଶ୍ନ ଉଠାଇଥିଲା। ସେହିଭଳି ୧୭ ତାରିଖରେ ସେ ବାଲାଂଦେଶର ‘ହିନ୍ଦୁ ଏବଂ ଖ୍ରିଷ୍ଟିଆନ୍‌ଙ୍କ ସହ ଛିଡ଼ା ହୁଅ’ ଲେଖାଥିବା ବ୍ୟାଗ ଧରି ସଂସଦ ଆସିଥିଲେ ପ୍ର୍ରିୟଙ୍କା । ଏହାକୁ ନେଇ ଚର୍ଚ୍ଚାରେ ଥିଲେ ପ୍ରିୟଙ୍କା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *