ଅଲଗା ହେଲେ ଏ ଆର ରହମାନ-ସାଇରା ବାନୁ

ମୁମ୍ବାଇ: ୨୯ ବର୍ଷ ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ । ବିବାହର ୨୯ ବର୍ଷ ପରେ ଅଲଗା ହେଲେ ପ୍ରସିଦ୍ଧ ସିଙ୍ଗର ଏ ଆର ରହମାନ ଓ ସାଇରା ବାନୁ । ଏନେଇ ତାଙ୍କ ଓକିଲ ଏକ ସରକାରୀ ବିବୃତ୍ତି ଜାରି କରି ଏହା ଘୋଷଣା କରିଛନ୍ତି। ଦୀର୍ଘ ବର୍ଷର ବିବାହ ବିଚ୍ଛେଦ ଖବର ଜାଣିବା ପରେ ଫ୍ୟାନ୍ସ ମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏ ଆର୍ ରହମାନଙ୍କ ବ୍ୟକ୍ତିଗତ ଜୀବନ ବେଶ ବ୍ୟକ୍ତିଗତ ଥିଲା । ସେ ନିଜ ପତ୍ନୀ ଓ ପିଲାମାନଙ୍କ ସହିତ ବହୁତ କମ୍ ଇଭେଣ୍ଟକୁ ଯାଉଥିଲେ । ତାଙ୍କ ପିଲାମାନେ ମଧ୍ୟ ଇଣ୍ଡଷ୍ଟ୍ରିଠୁ ବହୁ ଦୂରରେ ଅଛନ୍ତି। ବର୍ତ୍ତମାନ ଉଭୟଙ୍କ ଛାଡ଼ପତ୍ର ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏହି ଖବର ଭାଇରାଲ ହେବା ପରେ ରେହମାନ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଲେଖିଥିଲେ । ଆମେ ଦୀର୍ଘ ବର୍ଷ ପୂରା କରିବୁ ଏ ନେଇ ଆଶା କରିଥିଲୁ, କିନ୍ତୁ ଲାଗୁଛି ସବୁ ଜିନିଷର ଏକ ଅଦେଖା ଅନ୍ତ ନେଇ ଆସେ । ଭଙ୍ଗା ହୃଦୟର ଭାରରେ ଭଗବାନଙ୍କ ସିଂହାସନ ମଧ୍ୟ ଥରିଉଠେ । ତଥାପି ଏଥିରେ ଆମେ ଅର୍ଥ ଖୋଜୁଥାଉ ଆମର ବ୍ୟକ୍ତିଗତ ଜୀବନର ସମ୍ମାନ କରିବା ପାଇଁ ଧନ୍ୟବାଦ । ରହମାନ ମଧ୍ୟ ଏକ ହ୍ୟାସଟ୍ୟାଗ୍ ଦେଇଛନ୍ତି।

ସେହିପରି ପତ୍ନୀ ସାଇରା କହିଛନ୍ତି ଯେ, ବିବାହର ବହୁ ବର୍ଷ ପରେ ସାଇରା ତାଙ୍କ ସ୍ୱାମୀ ଏ ଆର୍ ରେହମାନଙ୍କଠୁ ଅଲଗା ହେବାର କଠିନ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ସମ୍ପର୍କରେ ଅନେକ ବିବାଦ ପରେ ଉଭୟ ଏହି ପଦକ୍ଷେପ ନେଇଥିଲେ । ଉଭୟଙ୍କ ମଧ୍ୟରେ ଗଭୀର ପ୍ରେମ ଥିଲା, କିନ୍ତୁ ଅସୁବିଧା ଓ ତିକ୍ତତା ଏପରି ମତଭେଦ ସୃଷ୍ଟି କରିଛି । ଯନ୍ତ୍ରଣା ଓ କଷ୍ଟ ଯୋଗୁଁ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସାଇରା ସ୍ପଷ୍ଟ କରିଛନ୍ତି। ଜୀବନର ଏହି କଠିନ ପର୍ଯ୍ୟାୟରେ ଜନତାଙ୍କଠୁ ଗୋପନୀୟତା ଓ ବୁଝାମଣା ରଖିବାକୁ ଅପିଲ କରିଛନ୍ତି ।

୧୯୯୫ ମସିହାରେ ଏଆର ରହମାନ ଏବଂ ସାଇରା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ସେମାନଙ୍କର ତିନୋଟି ସନ୍ତାନ ଅଛନ୍ତି ।୧୯୮୯ ରେ ରହମାନ ଇସଲାମ ଧର୍ମ ଗ୍ରହଣ କରିଥିଲେ । ଫିଲ୍ମ ‘ସ୍ଲୁମଡୋଗ୍ ମିଲିଅନେୟାର’ ପାଇଁ ଓସ୍କାର ଜିତିଥିବା ଆର୍ ରହମାନ ଭାରତର ଜଣେ ମହାନ ସଂଗୀତଜ୍ଞ ଭାବରେ ପରିଗଣିତ ହୋଇଥିଲେ। ସେ ‘ମା ତୁଝେ ସଲାମ’, ‘ହେ ହମ୍‌ଦମ୍ ସୁନିଓ ରେ’ ଏବଂ ‘ତେରେ ବିନା’ ଭଳି ହିଟ୍ ଗୀତ ଗାଇ ସେ ବେଶ ପ୍ରସିଦ୍ଧ ସାଉଁଟିଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *