ଆଶାଙ୍କ ‘ତୌବା ତୌବା’ ଗୀତ ପ୍ରଶଂସକଙ୍କୁ କଲା ମୁଗ୍ଧ

ଦୁବାଇ: ‘ତୌବା ତୌବା’ ଗୀତରେ ନାଚି ଦର୍ଶକଙ୍କୁ ମତୁଆଲା କରିଛନ୍ତି ବର୍ଷିଆନ ଗାୟିକା ଆଶା ଭୋସଲେ । ଦୁବାଇର ଲିଗାସି କନସର୍ଟରେ ଆଶା ଗାଇଥିବା ଏହି ଗୀତ ତୌବା ତୌବା ଇଣ୍ଟରନେଟ୍‌ରେ ଭାଇରାଲ ହେବାରେ ଲାଗିଛି। କେବଳ ସେତିକି ନୁହେଁ, ଏହି ଗୀତ ଗାଇବା ଓ ନାଚିବାର ଶୈଳୀ ଦର୍ଶକ ଓ ପ୍ରଶଂସକମାନଙ୍କୁ ମୁଗ୍ଧ କରିଛି। ଏଥିପାଇଁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି।

୯୧ ବର୍ଷ ବୟସରେ ତାଙ୍କର ସଙ୍ଗୀତ ଓ ନୃତ୍ୟର ଯାଦୁ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଏପରିକି ଏହାର ଗୀତିକାର ଓ କଣ୍ଠଶିଳ୍ପୀ କରନ ଔଜଲା ଏବଂ ଅଭିନେତା ଭିକି କୌଶଲ ପ୍ରଶଂସା କରିବାକୁ ଭୁଲିନାହାନ୍ତି। ଗୀତକୁ ସେ ନିଜ ଶୈଳୀରେ ଏତେ ରୋଚକ ଭାବେ ଗାଇବା ସହ ନାଚିଥିଲେ ଯେ ତାହା ଅନେକ ସଙ୍ଗୀତଜ୍ଞ ଓ ପ୍ରଶଂସକଙ୍କ ମଧ୍ୟରେ ପ୍ରେରଣା ଭରିଛି । ଆଶା ଭୋସଲେଙ୍କ ଉକ୍ତ ଭିଡିଡିକୁ ଇଣ୍ଟରନେଟ୍‌ର ‘ଭିଡିଓ ଅଫ ଦି ଡେ’ ବୋଲି କୁହାଯାଇଛି।

ଧଳା ରଙ୍ଗର ଶାଢ଼ି ପିନ୍ଧି ସେ ଏହି ଗୀତ ଗାଇଥିଲେ। ଆଶାଙ୍କ ପ୍ରଦର୍ଶନ ଦେଖିବା ପରେ ବୟସ ଏକ ସଂଖ୍ୟା ବୋଲି ଜଣେ ପ୍ରଶଂସକ ମତ ଦେଇଛନ୍ତି। କରନ ଔଜଲା ଏକ ଲମ୍ବା ପୋଷ୍ଟ କରି ଆଶାଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ଲେଖିଛନ୍ତି ଆଶା ଭୋସଲେଜୀ, ସଙ୍ଗୀତର ଜୀବନ୍ତ ଦେବୀ ଏବେ ତୌବା ତୌବା ଗୀତ ଗାଇଛନ୍ତି। ଏହି ଗୀତକୁ ଜଣେ ଛୋଟ ପିଲା ଏକ ଛୋଟିଆ ଗାଁରେ ଲେଖିଥିଲା, ଯାହା ପାଖରେ ସଙ୍ଗୀତର କୌଣସି ପୃଷ୍ଠଭୂମି କିମ୍ବା ସଙ୍ଗୀତରେ ବ୍ୟବହୃତ ହେଉଥିବା ଯନ୍ତ୍ରପାତି ସଂପର୍କରେ କୌଣସି ଜ୍ଞାନ ନ ଥିଲା। ବାସ୍ତବରେ ଆଶାଙ୍କ ଗୀତ ଗାଇବା ଓ ନାଚିବାର ମୁହୂର୍ତ୍ତ ଏଭଳି ଥିଲା ଯେ ତାହାକୁ ସେ କଦାପି ଭୁଲି ପାରିବେ ନାହିଁ ବୋଲି କହିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *