ମୁମ୍ବାଇ: ଚଳିତ ବର୍ଷ ଶେଷ ବଲିଉଡ ଫିଲ୍ମ ’ବେବି ଜନ୍’ ପରଦାକୁୂ ଆସି ସାରିଛି । ଫିଲ୍ମରେ ବରୁଣ ଧଓ୍ବନ, କିର୍ତ୍ତି ସୁରେଶ, ଜାକି ଶ୍ରଫଙ୍କ ଦମଦାର ଅଭିନୟ ଦେଖିବାକୁ ପାଇଛନ୍ତି ଦର୍ଶକ । ମୋଷ୍ଟ ଅପଡେଟ ଆକ୍ସନ ଥ୍ରୀଲର ଫିଲ୍ମ ହେଉଛି ବେବି ଜନ । ଏହା ୨୦୧୬ରେ ରିଲିଜ ହୋଇଥିବା ତାମିଲ ଚଳଚ୍ଚିତ୍ର ‘ଥେରି’ର ରିମେକ। ଯେଉଁଥିରେ ଥାଲାପତି ବିଜୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ ଅଟଲି ଏହାର ନିର୍ଦ୍ଦେଶନା ଦେଇଥିଲେ। ଏହା ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ଥିଲା। କିନ୍ତୁ ବେବି ଜନ୍ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି କଲିସ। ପ୍ରଥମ ଦିନେର ଫିଲ୍ମ ୧୨ କୋଟି ଟଙ୍କା ବ୍ୟବସାୟ କରିଛି । ୧୮୦ କୋଟିରେ ତିଆରି ହୋଇଥିବା ଫିଲ୍ମ ପ୍ରଥମ ଦିନରେ ଲକ୍ଷ୍ୟ ଅନୁଯାୟୀ ବ୍ୟବସାୟ କରିନଥିବା ରିପୋର୍ଟରୁ ଜଣାପଡ଼ିଛି । ଯେଉଁଠି ୨୧ ଦିନରେ ପୁଷ୍ପା-୨ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ବେଳେ ବେବି ଜନ୍ ର ବ୍ୟବସାୟ ଆଶା ମୁତାବକ ହୋଇନାହିଁ ।
ଏହି ଫିଲ୍ମରେ ଏକ ଖାସ କଥା ରହିଛି ଯାହାଦ୍ବାରା ସମସ୍ତ ଦର୍ଶକ ମାନଙ୍କର ଦଷ୍ଟି ଆକର୍ଷଣ କରିବ ତାହା ହେଉଛି ସଲମାନ ଖାନଙ୍କ ଏଣ୍ଟ୍ରି । ହଁ ଆଜ୍ଞା ଏହି ଫିଲ୍ମରେ ସଲମନ ଖାନଙ୍କ ଦମଦାର ଅଭିନୟ ରହିଛି । ଯାହାକି ଦର୍ଶକଙ୍କ ଧ୍ୟାନକୁ ସଲମାନଙ୍କ ଆଡକୁ ଟାଣିବ । କିନ୍ତୁ ଏହାକୁ ନେଇ ଅନେକ ଦର୍ଶକ ନିଜର ଅସନ୍ତୋଷ ଜାହିର କରିଛନ୍ତି । ଏହି ଫିଲ୍ମରେ ଦର୍ଶକମାନେ ସଲମାନଙ୍କ ଅଭିନୟର କିଛି ଫୁଟେଜକୁ ଲିକ କରାଯାଇଛି ଯାହାଦ୍ବାରା କିଛି ଫାନ୍ସ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି ।
ପ୍ରଥମରୁ ହିଁ କୁହାଯାଇଛି କି ସଲମାନ ବରୁଣ ଧୱନଙ୍କ ଏହି ଫିଲ୍ମରେ ଅତି ଖାସ ଭୁମିକାରେ ନଜର ଆସିଛନ୍ତି । ଫିଲ୍ମର ଟ୍ରେଲର ଲଞ୍ଚ ସମୟରେ ଏଟଲୀ ଏବଂ ବରୁଣ ଧୱନ ଏହାର ଖୁଲାସା କରିଥିଲେ । ଏହି ଟ୍ରେଲରେ ସଲମାନଙ୍କ ଏକ ଝଲକ ଦେଖିବାକୁ ମିଳିଥିଲା ।
ବେବି ଜନ୍ ରେ ବରୁଣ ଧୱନ, ସାଉଥ୍ ଅଭିନେତ୍ରୀ କିର୍ତ୍ତୀ ସୁରେଶ, ୱାମିକା ଗବ୍ବି, ଜ୍ୟାକି ଶ୍ରଫ ଏବଂ ରାଜପାଲ ଯାଦବ ଅଭିନୟ କରିଛନ୍ତି। ମୁରାଦ ଖେତାନି, ପ୍ରିୟା ଏଟଲି ଏବଂ ଜ୍ୟୋତି ଦେଶପାଣ୍ଡେଙ୍କ ଦ୍ୱାରା ଏହି ଫିଲ୍ମ ନିର୍ମିତ।
ବେବି ଜନ୍ ରିଲିଜ୍ ହେବାର ଗୋଟିଏ ଦିନ ପୂର୍ବରୁ ଥାଲାପତି ବିଜୟ ଏଟଲି ଏବଂ ବେବି ଜନ୍ ର ସମସ୍ତ କଳାକାରଙ୍କୁ ଅଭିନନ୍ଦନ ଜଣାଇବା ସହ ବକ୍ସ ଅଫିସରେ ଏହା ଭଲ ପ୍ରଦର୍ଶନ କରିବ ବୋଲି ଶୁଭେଚ୍ଛା ଜଣାଇଛନ୍ତି।