ଐଶ୍ୱର୍ଯ୍ୟା ରାୟଙ୍କ ନାମରୁ ହଟିଲା ବଚ୍ଚନ ସରନେମ, ହେଲା ଭାଇରାଲ

ନୂଆଦିଲ୍ଲୀ: ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡ଼ପତ୍ରକୁ ନେଇ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ଐଶ୍ୱର୍ଯ୍ୟା ରାୟଙ୍କ ନାମରୁ ହଟିଛି ବଚ୍ଚନ ସରନେମ । ଏବେ ଏହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହା ଜାଣିବା ପରେ ଐଶ୍ୱର୍ଯ୍ୟାଙ୍କ ପ୍ରଶଂସକଙ୍କୁ ଝଟକା ଲାଗିଛି ।

ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ନିଜ ଗ୍ଲାମରସ ଲୁକ ଏବଂ ପର୍ସନାଲିଟି ପାଇଁ ସର୍ବଦା ଲାଇମ ଲାଇଟରେ ରହିଥାନ୍ତି । ନିକଟରେ ଦୁବାଇରେ ଆୟୋଜିତ ଗ୍ଲୋବାଲ ୱିମେନ ଫୋରମରେ ଭାଗ ନେବାକୁ ପହଞ୍ଚିଥିଲେ ଐଶ୍ୱର୍ଯ୍ୟା। ହେଲେ ଏହି ଇଭେଣ୍ଟରେ ଐଶ୍ୱର୍ଯ୍ୟା ରାୟଙ୍କ ନାମରୁ ବଚ୍ଚନ ସରନେମ ନ ଥିଲା, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ବର୍ତ୍ତମାନ ଏହି ପ୍ରଶ୍ନ ଉଠିବା ସହ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି ।

ଏହି ଇଭେଣ୍ଟରେ ଚାଲୁଥିବା ସ୍କ୍ରିନରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ନାମ ପରିବର୍ତ୍ତେ ଐଶ୍ୱର୍ଯ୍ୟା ରାୟ ଦେଖିବାକୁ ମିଳିଥିଲା । ସାଧାରଣତଃ ତାଙ୍କ ନାମ ସହ ବଚ୍ଚନ ସରନେମ ଯୋଡିହୋଇଥାଏ । ଏହି କଥା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ ଏହା ଉପରେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ‘ବି’ ଶବ୍ଦ ତାଙ୍କ ନାମରୁ ହଜିଯାଇଛି । ଆଉ କିଛି ୟୁଜର୍ସ ଲେଖିଛନ୍ତି ଐଶ୍ୱର୍ଯ୍ୟାଙ୍କ ସୁନ୍ଦରତାକୁ ପ୍ରଶଂସା କରିଛନ୍ତି । ତେବେ ଏହି ଛାଡ଼ପତ୍ର ମାମଲାରେ ଏପର୍ଯ୍ୟନ୍ତ ବଚ୍ଚନ ପରିବାର ବା ଐଶ୍ୱର୍ଯ୍ୟା ରାୟଙ୍କ ପକ୍ଷରୁ କୌଣସି ବିବୃତ୍ତି ସାମ୍ନାକୁ ଆସିନାହିଁ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *