ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ଭାରତର ଷ୍ଟାର ବ୍ୟାଡ଼ମିଣ୍ଟନ ଖେଳାଳି ପିଭି ସିନ୍ଧୁ । ହାଇଦ୍ରାବାଦରେ ରହୁଥିବା ପାସିଡେକ୍ସ ଟେକ୍ନୋଲୋଜିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ରହିଥିବା ଭେଙ୍କଟ ଦତ୍ତଙ୍କୁ ସେ ବିବାହ କରିବେ । ଏହି ବିବାହ ଉତ୍ସବ ଆସନ୍ତା ୨୨ ତାରିଖରେ ରାଜସ୍ଥାନର ଉଦୟପୁରରେ ଆୟୋଜିତ ହେବ । ସେହିପରି ୨୪ ତାରିଖରେ ହାଇଦ୍ରାବାଦରେ ରିସେପ୍ସନ ପାର୍ଟିର ଆୟୋଜନ କରାଯିବ । ଏଥିସହ ବିବାହର ଅନ୍ୟସବୁ କାର୍ଯ୍ୟକ୍ରମ ୨୦ ତାରିଖରୁ ଆରମ୍ଭ ହେବ ବୋଲି ତାଙ୍କ ବାପା ପିଭି ରମନା ସୂଚନା ଦେଇଛନ୍ତି ।
ପିଭି ସିନ୍ଧୁଙ୍କ ବାପା ପିଭି ରମନା କହିଛନ୍ତି ଯେ, ଦୁହେଁ ପରିବାର ଜଣେ ଅନ୍ୟ ଜଣଙ୍କୁ ଜାଣିଥିଲେ, ହେଲେ ଗୋଟିଏ ମାସ ପୂର୍ବରୁ ବିବାହ ଲାଗି ନିଷ୍ପତ୍ତି ନିଆଯାଇଛି । ଏହି ସମୟ ବିବାହ ପାଇଁ ଉତ୍ତମ ଥିଲା । କାରଣ ଆସନ୍ତା ମାସରୁ ସିନ୍ଧୁ ମ୍ୟାଚରେ ବ୍ୟସ୍ତ ରହିବେ । ଏହି କାରଣ ପାଇଁ ଦୁଇ ପରିବାର ୨୨ ଡିସେମ୍ବରକୁ ବିବାହ ସମାରୋହ ଆୟୋଜନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ସେ ଖୁବଶୀଘ୍ର ନିଜ ଟ୍ରେନିଂ ଆରମ୍ଭ କରିବେ କାରଣ ଆଗାମୀ ସେସନ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି ।
ପିଭି ସିନ୍ଧୁ କିଛି ସମୟ ପାଇଁ ଖରାପ ଫର୍ମ ସହିତ ସଂଘର୍ଷ କରୁଥିଲେ ଏବଂ ଅଲିମ୍ପିକ୍ସରେ ମଧ୍ୟ ସେ କିଛି ବିଶେଷ ପ୍ରଦର୍ଶନ କରିପାରି ନ ଥିଲେ। କିନ୍ତୁ ବର୍ତ୍ତମାନ ସୟଦ ମୋଦୀ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଜିତି ସେ ପୁନର୍ବାର ନିଜର ଲକ୍ଷ୍ୟ ଫେରିଛନ୍ତି ଏବଂ ଆଗାମୀ ସମୟରେ ତାଙ୍କୁ ଅନେକ ବଡ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପଡିବ, ଯେଉଁଥିରେ ଭାରତୀୟମାନେ ତାଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରିଛନ୍ତି। ଲେଟ ସିନ୍ଧୁ ୫ ଥର ବିଶ୍ୱ ଚାମ୍ପିୟନଶିପ ପଦକ ଜିତିଛନ୍ତି। ୨୦୧୯ ବିଶ୍ୱ ଚାମ୍ପିୟନଶିପରେ ସେ ଏକ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିବାର ଗୌରବ ଅର୍ଜନ କରିଥିଲେ।