କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ବାଦଶାହଙ୍କ କଟିଲା ଚାଲାଣ

ମୁମ୍ବାଇ: ଲୋକପ୍ରିୟ ରାପର ତଥା ଗାୟକ ବାଦଶାହଙ୍କ ନାମରେ ଚାଲାଣ କାଟିଛି ପୋଲିସ । ସେ ଗୁରୁଗ୍ରାମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁୁ ଯାଉଥିବା ବେଳେ ପୋଲିସ ତାଙ୍କ ଗାଡ଼ିର ଚାଲାଣ କାଟିଛି। ପୋଲିସ ୧୫ହଜାର ୫୦୦ଟଙ୍କାର ଚାଲାଣ କାଟିଥିବା ଜଣାଯାଇଛି ।

ବାଦଶାହ ନିକଟରେ ଲୋକପ୍ରିୟ କଣ୍ଠଶିଳ୍ପୀ କରଣ ଔଜଲାଙ୍କ କନସର୍ଟରେ ସାମିଲ ହେବାକୁ ଗୁରୁଗ୍ରାମ ଯାଉଥିଲେ। ସେ ଏକ କଳାରଙ୍ଗର କାରରେ ବସି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଉଥିବା ବେଳେ ଗୁରୁଗ୍ରାମ ପୋଲିସ ତାଙ୍କ ଗାଡ଼ିର ୧୫ହଜାର ୫୦୦ଟଙ୍କାର ଚାଲାଣ କାଟିଥିଲା। ବାଦଶାହଙ୍କ ଗାଡ଼ି ଭୁଲ ଦିଗରେ ଯାଉଥିବା ନେଇ ଚାଲାଣ କଟାଯାଇଛି। ବାଦଶାହ ବସିଥିବା ଗାଡ଼ିଟି ଭୁଲଦିଗରେ ଯାଉଥିବା ବେଳେ ପ୍ରଦୂଷଣ ମାନକ ଉଲ୍ଲଂଘନ, ବିପଦପୂର୍ଣ୍ଣ ଭାବେ ଗାଡ଼ି ଚଲାଇବା ଆଦି ଦିଗକୁ କେନ୍ଦ୍ର କରି ଚାଲାଣ କାଟାଯାଇଥିବା ରସିଦରେ ଉଲ୍ଲେଖ ରହିଛି।

ଏଠାରେ କହି ରଖୁଛୁ, ଗତ ବର୍ଷ ଅନଲାଇନ୍ ବେଟିଂ କମ୍ପାନି ଆପ୍ ‘ଫେୟାରପ୍ଲେ’କୁ ପ୍ରୋତ୍ସାହିତ କରିବା ପାଇଁ ବାଦଶାହା ମହାରାଷ୍ଟ୍ର ପୋଲିସ ସାଇବର ସେଲ୍ ସମ୍ମୁଖରେ ହାଜର ହୋଇଥିଲେ। ଫେୟାରପ୍ଲେ ଆପକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ରାପରଙ୍କ ସମେତ ଅତି କମରେ ୪୦ ଜଣ ସେଲିବ୍ରିଟି କର୍ତ୍ତୃପକ୍ଷଙ୍କ ସ୍କାନରରେ ଆସିଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *