ବାସିରୁଟି ଦୂର କରିବ ପୁରୁଣା ରୋଗ

ରୁଟି ସମସ୍ତଙ୍କ ଘରେ ପ୍ରସ୍ତୁତ ହୁଏ। ଯଦି ଅଧିକ ରୁଟି ପ୍ରସ୍ତୁତ ହୋଇଯାଇଛି ତେବେ ପରଦିନକୁ ରୁଟି ବଳିଯାଏ। ଯାହାକୁ ପ୍ରାୟତଃ ବାସିରୁଟି ବୋଲି କୁହନ୍ତି। କେହି କେହି ବାସିରୁଟିକୁ ଚା, କିମ୍ବା ତରକାରୀ ସହ ଖାଇବାକୁ ଭଲ ପାଆନ୍ତି। ଅନ୍ୟ କେହି ଏହି ବାସିରୁଟିକୁ ଫୋପାଡ଼ି ଦିଅନ୍ତି କିମ୍ବା କୁକୁର, ଗାଈଙ୍କୁ ଖାଇବାକୁ ଦିଅନ୍ତି। କିନ୍ତୁ ଏକ ଗବେଷଣାରୁ ଜଣାପଡ଼ିଛି ବାସିରୁଟି ଶରୀର ପାଇଁ ଭଲ। ଯଦି ବାସିରୁଟି ଖାଉଛନ୍ତି ତେବେ ଆପଣଙ୍କ ଅନେକ ପୁରୁଣା ରୋଗ ଦୂର ହୋଇଯିବ ବୋଲି ଏହି ଗବେଷଣାରୁ ଜଣାପଡ଼ିଛି।

ସତେଜ ରୁଟି ଅପେକ୍ଷା ବାସିରୁଟି ଦେହ ପାଇଁ ଭଲ । ଏଥିରେ ଅଧିକ ମାତ୍ରାରେ ପ୍ରୋଟିନ୍ ଥାଏ । ବାସିରୁଟି ଖାଇବା ଦ୍ୱାରା ଶରୀରର ବ୍ଲଡ୍ ଗ୍ଲୁକୋଜ୍ ନିୟନ୍ତ୍ରଣ ରହିଥାଏ । ଡାଏବେଟିସ୍ ରୋଗୀଙ୍କ ପାଇଁ ବାସିରୁଟି ଏକ ପ୍ରକାର ଔଷଧ କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ଡାଏବେଟିସ୍ ରୋଗୀଙ୍କୁ ସକାଳୁ ସକାଳୁ ଥଣ୍ଡା କ୍ଷୀର ସହ ବାସିରୁଟି ଖାଇବା ଦରକାର । ଏଥିରେ ଶରୀରରେ ବ୍ଲଡ୍ ଗ୍ଲୁକୋଜର ସ୍ତର ନିୟନ୍ତ୍ରଣ ରହିଥାଏ । ବାସିରୁଟି ଖାଇଲେ ବ୍ଲଡ୍ ପ୍ରେସର୍ କଣ୍ଟ୍ରୋଲରେ ରହିଥାଏ । ସକାଳୁ ଥଣ୍ଡା କ୍ଷୀର ସହ ବାସିରୁଟି ଖାଇଲେ ବ୍ଲଡ୍ ପ୍ରେସରର ଲେବଲ୍ ନିୟନ୍ତ୍ରଣରେ ରହିଥାଏ । ଏହାଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।

ଆୟୁର୍ବେଦ ଅନୁସାରେ , ସତେଜ ରୁଟି ତୁଳନାରେ ବାସିରୁଟି ପେଟକୁ ହାଲୁକା ରଖିଥାଏ । ବାସିରୁଟି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ମଧ୍ୟ ଦୂର ହୁଏ । ଯଦି ଆପଣଙ୍କୁ ଏସିଡିଟି କିମ୍ବା ପେଟ ସମସ୍ୟା ରହିଛି ତ ବାସିରୁଟି ଖାଆନ୍ତୁ । ଏଥିରେ ଫାଇବର୍ ଥାଏ , ଯାହା ଖାଦ୍ୟକୁ ହଜମ କରାଏ ଏବଂ ପାଚନ ତନ୍ତ୍ର ସମସ୍ୟାକୁ ଦୂର କରେ । ଯଦି ଆପଣ ବ୍ୟାୟାମ କରିବାକୁ ଯାଉଛନ୍ତି ତାହେଲେ ବାସିରୁଟି ଖାଇଯାଆନ୍ତୁ । ଏଥିରେ ମାଂସପେଶୀ ମଜବୁତ୍ ହେବା ସହ ମଣିଷକୁ ଉର୍ଜ୍ଜା ମିଳିଥାଏ । ଏହାସହ ଶରୀରର ତାପମାନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ । ଜିମ୍ ଯିବା ପୂର୍ବରୁ ସକାଳୁ କ୍ଷୀର ସହ ବାସିରୁଟି ଖାଆନ୍ତୁ । ଆୟୁର୍ବେଦ ଅନୁସାରେ , ବାତ-ପିତ-କଫକୁ କଣ୍ଟ୍ରୋଲ୍ କରେ ବାସିରୁଟି । ଶୁଖିଲା ବାସି ରୁଟି ଶରୀରରେ କଫକୁ ସନ୍ତୁଳନ ରଖେ ଏବଂ ଏହାର ଗରମ ପ୍ରଭାବ ବାତ ଦୋଷକୁ ସନ୍ତୁଳନ ରଖେ ।

ବାସିରୁଟିରେ କମ୍ କ୍ୟାଲୋରୀ ଥିବାରୁ ଏହା ଓଜନ କମାଇବାରେ ମଧ୍ୟ ସହାୟକ ହୁଏ । ଯଦି ଆପଣ ବି ଓଜନ କମାଇବାକୁ ଚାହାଁନ୍ତି ତାହେଲେ ମଇଦା ଯୁକ୍ତ ଖାଦ୍ୟକୁ ନା କହି ବାସିରୁଟିକୁ ହଁ କହିବା ଆରମ୍ଭ କରିଦିଅନ୍ତୁ । ଶରୀର ପତଳା ଥିଲେ ବି ବାସି ରୁଟି ଖାଇବା ବହୁତ ଭଲ । ପୂର୍ବରୁ ଜେଜେମା’ , ଆଇ କହିଥିବା ଶୁଣିଥିଲେ କ୍ଷୀର , ରୁଟି ଟିକେ ଖାଉନୁ ଦେହରେ ଲାଗିବ । ଫାଇବର୍ ଏବଂ ପ୍ରୋଟିନରେ ଭରପୂର ଥିବା ବାସିରୁଟି ଏବଂ କ୍ଷୀର ପତଳା ଶରୀରର ଗ୍ରୋଥ୍ କରାଏ । ତେବେ ଆପଣ ବି ଯଦି ବାସିରୁଟିର ଗୁଣବତ୍ତାକୁ ନଜାଣି ଫୋପାଡ଼ି ଦେଉଥିଲେ ତାହେଲେ ସେ ଭୁଲ୍ ଆଉ କରନ୍ତୁ ନାହିଁ । ବାସିରୁଟି ଖାଆନ୍ତୁ , ଶରୀରକୁ ସୁସ୍ଥ ରଖନ୍ତୁ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *