‘ଭୂଲ ଭୂଲୈୟା ୩’ : ପ୍ରଥମ ଦିନ ରୋଜଗାର କଲା ୫୦ କୋଟି

ମୁମ୍ବାଇ: ରେକର୍ଡ଼ ଭାଙ୍ଗିଲା ବଲିଉଡ଼ ଫିଲ୍ମ ‘ଭୂଲ ଭୂଲୈୟା ୩’ । ଗୋଟେ ଦିନରେ ରୋଜଗାର କରିଛି ୫୦ କୋଟି ଟଙ୍କା । ଏହି ଫିଲ୍ମ ଏବେ ବକ୍ସ ଅଫିସରେ ଧମାଲ କରୁଛି। ଫିଲ୍ମଟି ଭାରତରେ ବକ୍ସ ଅଫିସରେ କମାଲ ଓପେନିଙ୍ଗ କରିଥିଲା। ସେହିପରି ୱାଲର୍ଡୱାଇଡରେ ମଧ୍ୟ ବମ୍ପର ଓପେନିଙ୍ଗ କରିଛି। ଏହି ଫିଲ୍ମରେ ମୁଖ୍ୟ ଭୁୂମିକାରେ ଅଛନ୍ତି କାର୍ତ୍ତିକ ଆର୍ଯ୍ୟନ । ଏବେ ଫିଲ୍ମଟି ଲୋକଙ୍କ ମନ ମୋହୁଛି । ଏଥିସହ ଖୁବ ରୋଜଗାର ବି କରୁଛି। ଏହି ଫିଲ୍ମ ପ୍ରଥମ ଦିନ ଭାରତରେ ୩୫.୫ କୋଟି ଟଙ୍କା ରୋଜଗାର କରିଥିଲା।

ଏଥିସହ ଫିଲ୍ମ କାର୍ତ୍ତିକ ଆର୍ଯ୍ୟନଙ୍କ କ୍ୟାରିୟରର ହାଇଏଷ୍ଟ ଓପନର ହୋଇସାରିଛି। ବର୍ତ୍ତମାନ ‘ଭୂଲ ଭୂଲୈୟା ୩’ ର ପ୍ରଥମ ଦିନର ୱାଲର୍ଡୱାଇଡ କଲେକ୍ସନ ମଧ୍ୟ ସାମ୍ନାକୁ ଆସିଛି। ଅନୀସ ବାଜ୍ମୀଙ୍କ ନିର୍ଦ୍ଦେଶନାରେ ହୋଇଥିବା ଏହି ଫିଲ୍ମ ପ୍ରଥମ ଦିନ ୱାଲର୍ଡୱାଇଡ ୫୦ କୋଟି ଟଙ୍କା ଅତିକ୍ରମ କରିଛି। କାର୍ତ୍ତିକ ଆର୍ଯ୍ୟନ ଫିଲ୍ମର ୱାଲର୍ଡୱାଇଡ କଲେକ୍ସନ ସେୟାର କରିଛି। ଏହା ମୁତାବକ ‘ଭୂଲ ଭୂଲୈୟା ୩’ ଫିଲ୍ମ ପ୍ରଥମ ଦିନ ୱାଲର୍ଡୱାଇଡ ୫୫.୩୦ କୋଟି ଟଙ୍କା ରୋଜଗାର କରିଛି। ୱାଲର୍ଡୱାଇଡ ବକ୍ସ ଅଫିସରେ ୫୦ କୋଟିର ଓପେନିଙ୍ଗ ନେଇଥିବା କାର୍ତ୍ତିକ ଆର୍ଯ୍ୟନଙ୍କ ପ୍ରଥମ ଫିଲ୍ମ ଅଟେ। ଏହା ପୂର୍ବରୁ କୌଣସି ଫିଲ୍ମ ପ୍ରଥମ ଦିନରେ ଏତିକି ଟଙ୍କା ରୋଜଗାର କରିନାହିଁ। ‘ଭୂଲ ଭୂଲୈୟା ୩’ ରେ କାର୍ତ୍ତିକ ଆର୍ଯ୍ୟନ ନିଜ ଅଭିନୟ ସହ ନିଜ ଡ୍ୟାନ୍ସ ମୁଭ୍‌ସରେ ମଧ୍ୟ ଲୋକଙ୍କ ହୃଦୟ ଜିତିଛି। ଫିଲ୍ମର ଟାଇଟଲ ସଙ୍ଗସରେ କାର୍ତ୍ତିକ ନିଜ ଡ୍ୟାନ୍ସ ମୁଭ୍‌ସରେ ଦର୍ଶକଙ୍କୁ ଘାଇଲା କରିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *