ରାଜାଙ୍କ ଚିତା ଉପରେ ମା’ କାଳୀଙ୍କ ମନ୍ଦିର

ବିହାରରେ ଏକ ଏଭଳି ମନ୍ଦିର ରହିଛି ଯାହା ଶ୍ମଶାନ ଘାଟରେ ତିଆରି ହୋଇଛି। ଏହି ମନ୍ଦିର ତନ୍ତ୍ର ପୂଜା ପାଇଁ ବେଶ ପରିଚିତ। ତେବେ ଏହାକୁ ନେଇ ଏକ ଖାସ କଥା ଲୁଚି ରହିଛି। ଯାହାପାଇଁ ନବବିବାହିତା ଯୋଡ଼ି ଅନେକ ଦୂରରୁ ଆସିଥାନ୍ତି ଭଗବାନଙ୍କ ଦର୍ଶନ ପାଇଁ..

ଭାରତରେ ଅନେକ ରହସ୍ୟମୟୀ ମନ୍ଦିର ରହିଛି। ରହସ୍ୟ ବି ଏମିତି ଯାହା ଶହ ଶହ ବର୍ଷ ପୁରୁଣା। ଏହାବ୍ୟତିତ ଅନେକ ମନ୍ଦିର ନିଜ ସହ ଜଡ଼ିତ ଅଜବ ଅଜବ ମାନ୍ୟତାକୁ ନେଇ, ଭୌଗଳିକ ସ୍ଥିତିକୁ ନେଇ ପ୍ରସିଦ୍ଧି ଲାଭ କରିଛି। ଏମାନଙ୍କ ମଧ୍ୟରୁ ବିହାର ମଧ୍ୟ ବାଦ୍‌ ପଡ଼ିନି। ବିହାରର ଦରଭଙ୍ଗା ରେ ଚିତା ଉପରେ ମାଆ କାଳୀଙ୍କ ମନ୍ଦିର ରହିଛି। ନା ହେଉଁଛି ଶ୍ୟାମାକାଳୀ। ଶ୍ୟାମା ମାଆ ଙ୍କ ନାମରେ ଏହି ମନ୍ଦିରର ନାମକରଣ ହୋଇଛି। ଏହି କାଳୀ ମନ୍ଦିର ଶ୍ମଶାନ ଘାଟରେ ରହିଛି। ଏହା ଶ୍ମଶାନରେ ଥିବା ଚିତା ଉପରେ ତିଆରି ହୋଇଛି। ବିଶ୍ୱାସ ରହିଛି ଯେ ଏହି ମନ୍ଦିର କୁ ଯାଇ ମାଆ ଙ୍କ ଦର୍ଶନ କଲେ ସବୁ ଇଚ୍ଛା ପୂରଣ ହୋଇଯାଏ।

କୁହାଯାଏ ଯେ ମାତାଙ୍କ ମନ୍ଦିର ମହାରାଜା ରାମେଶ୍ୱର ସିଂ ଙ୍କ ଚିତା ଉପରେ ତିଆରି ହୋଇଛି। ତେବେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ଯେ କୌଣସି ମନ୍ଦିରର ନିର୍ମାଣ ବ୍ୟକ୍ତିର ଚିତା ଉପରେ କିପରି ହୋଇପାରିବ? ଏହା ତ ଶୁଦ୍ଧ ହେବ ନାହିଁ। ତେବେ ଏହା ପଛରେ କିନ୍ତୁ ରହିଛି ଖାସ କାରଣ। ମହାରାଜା ରାମେଶ୍ୱର ସିଂ ଦରଭଙ୍ଗା ରାଜ ପରିବାରର ଏକ ସାଧକ ରାଜା ମାନଙ୍କ ମଧ୍ୟରେ ଏକ ଥିଲେ। ଦେବୀଙ୍କ ପ୍ରତି ତାଙ୍କ ସାଧନା ଖୁବ ଥିଲା। ଏହି ମନ୍ଦିରର ନିର୍ମାଣ ୧୯୩୩ ରେ ମହାରାଜା ରାମେଶ୍ୱର ସିଂ ଙ୍କ ବଂଶଜ ଦରଭଙ୍ଗା ର ମହାରାଜା କାମେଶ୍ୱର ସିଂ କରିଥିଲେ।

ଏହି ମନ୍ଦିରରେ ଥିବା ମାଆଙ୍କ ମୂର୍ତ୍ତିରେ ମୁଣ୍ଡର ମାଳା ଲାଗିଛି ଓ ଏହାର ସଂଖ୍ୟା ହେଉଛି ୫୨ ଗୋଟି। ମାନ୍ୟତା ରହିଛି ଯେ ଏହା ହିନ୍ଦୀ ବର୍ଣ୍ଣମାଳା ସୃଷ୍ଟିର ପ୍ରତୀକ। ଏହି ମନ୍ଦିରରେ ଏକ ବିଶେଷ ତ୍ୱ ରହିଛି ଏହାର ଆଳତୀକ ୁ ନେଇ । ଏହି ମନ୍ଦିରର ଆଳତୀ ଏତେ ପ୍ରସିଦ୍ଧ ଯେ ଏଥିରେ ସାମିଲ ହେବା ପାଇଁ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ। ବିଶେଷ କରି ନବରାତ୍ରୀ ସମୟରେ ଏଠାରେ ଭିଡ଼ ଜମିଥାଏ।

ଏହି ମନ୍ଦିରରେ ମାଆଙ୍କ ପୂଜା ଉଭୟ ବୈଦିକ ଓ ତାନ୍ତ୍ରିକ ରୂପରେ କରାଯାଏ। ତେବେ ଆମ ହିନ୍ଦୁ ପରମ୍ପରାରେ ବିବାହର ୧ବର୍ଷ ମଧ୍ୟରେ ପୁଅ ବୋହୂ ଶ୍ମଶାନ ଘାଟରେ ଯିବାର ବାରଣ ଥିବା ବେଳେ ଏହି ମନ୍ଦିରରେ ଦର୍ଶନ ପାଇଁ ନବବିବାହିତା ଅନେକ ଦୂରରୁ ଆସିଥାନ୍ତି। ଏମିତି କଲେ ଦୁହିଁଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୁଏ ବୋଲି ବିଶ୍ୱାସ ରହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *