ବିଗିଡିଲା ବିଲ୍ କ୍ଲିଣ୍ଟନଙ୍କ ସ୍ୱାସ୍ଥ୍ୟବସ୍ଥା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ବିଗିଡ଼ିଗଲା ଆମେରିକାର ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ସ୍ୱାସ୍ଥ୍ୟାବସ୍ଥା । ତାଙ୍କୁ ସଙ୍ଗେ ସଙ୍ଗେ ୱାଶିଂଟନ ଡିସି ହସପିଟାଲରେ ଭର୍ତ୍ତି କରାଯାଇଛି । ପ୍ରବଳ ଜ୍ୱର ହେତୁ ସେ ଅସୁସ୍ଥ ହୋଇପଡ଼ିଛନ୍ତିି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

କୁହାଯାଉଛି ଯେ, ୭୮ ବର୍ଷୀୟ ବିଲ୍ କ୍ଲିଣ୍ଟନ ଦୀର୍ଘଦିନ ଧରି ଜ୍ୱରରେ ପୀଡିତ ରହିଥିଲେ । ୱାଶିଂଟନ୍‌ର ମେଡଷ୍ଟାର ଜର୍ଜେଟାଉନ୍ ୟୁନିଭରସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ଡାକ୍ତରଙ୍କ ତତ୍ତ୍ୱାବଧନରେ ରହିଥିବା ବେଳେ ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ପୂର୍ବତନ ରାଷ୍ଟ୍ରପତି ଭଲ ଅଛନ୍ତି ଏବଂ ଡାକ୍ତରମାନେ ତାଙ୍କ ଉପରେ ନଜର ରଖିଛନ୍ତି। ତାଙ୍କ ପରିବାର ସଦସ୍ୟ ଏବଂ ତାଙ୍କର ଡାକ୍ତରୀ କର୍ମଚାରୀ ମଧ୍ୟ ଏଠାରେ ଉପସ୍ଥିତ ଅଛନ୍ତି ବୋଲି କ୍ଲିଣ୍ଟନଙ୍କ ଡେପୁଟି ଚିଫ୍ ସୂଚନା ଦେଇଛନ୍ତି ।

୨୦୦୧ ରେ ବିଲ୍ କ୍ଲିଣ୍ଟନ୍ ହ୍ୱାଇଟ୍ ହାଉସ ଛାଡିଥିଲେ । କିନ୍ତୁ ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ସେ ଅନେକ ପ୍ରକାରର ରୋଗର ପୀଡ଼ିତ ହୋଇଛନ୍ତି । ତାଙ୍କର ଛାତିରେ ଯନ୍ତ୍ରଣା ହେବା ସହ ଶ୍ୱାସ ନେବାରେ ମଧ୍ୟ ଅସୁବିଧା ହେଉଥିବା ଜଣାପଡିଛି । ୨୦୦୪ ମସିହାରେ ସେ କ୍ୱାଡ୍ ବାଇପାସ୍ ସର୍ଜରୀ କରିଥିଲେ । ୨୦୦୫ ମସିହାରେ ତାଙ୍କର ଫୁସଫୁସ କ୍ଷତିଗ୍ରସ୍ତ ହୋଇଥିଲା, ଯେଉଁଥିପାଇଁ ତାଙ୍କୁ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୨୦୧୦ ମସିହାରେ ତାଙ୍କ କରୋନାରୀ ଧମନୀରେ ସମସ୍ୟା ଦେଖାଯାଇଥିଲା । ବର୍ତ୍ତମାନ ଦୀର୍ଘଦିନ ଧରି ଜ୍ୱରରେ ପୀଡିତ ହେବା କାରଣରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *