କାହିଁକି ପାଳୁ ବ୍ଲାକ ଫ୍ରାଇଡେ

ନୂଆଦିଲ୍ଲୀ: ବ୍ଲାକ ଫ୍ରାଇଡେ କ’ଣ? କାହିଁକି ସେଲିବ୍ରେଟ୍ ହୁଏ ବ୍ଲାକ୍ ଫ୍ରାଇଡେ? ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଠିବା ସ୍ବାଭାବିକ । ତେବେ ଆସନ୍ତୁ ଜାଣିବା ବ୍ଲାକ ଫ୍ରାଇଡେ ବିଷୟରେ । ‘ବ୍ଲାକ୍ ଫ୍ରାଇଡ଼େ’ ହେଉଛି ଏକ ବହୁତ ବଡ଼ ସପିଂ ଦିନ । ଆମେରିକା ଏବଂ କାନାଡା ଭଳି ଦେଶରେ ଏହାକୁ ପାଳନ କରାଯାଏ । ଏହି ଦିନ, ଲୋକମାନେ ଭାରି ଡ଼ିସକାଉଣ୍ଟ ଏବଂ ଅଫର ପାଇଁ ବହୁତ ଅପେକ୍ଷା କରନ୍ତି ।

ଏହି ଦିନରେ କ୍ରିସମାସର ସପିଙ୍ଗ କରାଯାଇଥାଏ କିନ୍ତୁ ଏହାର ପ୍ରସ୍ତୁତି ନଭେମ୍ବରରୁ ହିଁ ଆରମ୍ଭ ହୋଇଯାଇଥାଏ । ଏହି ସମୟରେ ଆମେରିକାରେ କ୍ରିସମାସ ସପିଙ୍ଗ କରିବା ପାଇଁ ମଧ୍ୟ ଛୁଟି ଦିଆଯାଇଥାଏ । ପ୍ରତିବର୍ଷ ଆମେରିକାରେ ପାଳନ କରାଯାଉଥିବା ଥ୍ୟାଙ୍କସ୍ ଗିଭିଙ୍ଗ ପର୍ବ ପରେ ଯେଉଁ ଶୁକ୍ରବାର ଆସେ ସେହିଦିନ ଏହି ଦିବସ ପାଳନ କରାଯାଏ l ଏହି ସମୟରେ ବଡ଼ ବଡ ଇ-କମର୍ସ ପ୍ଲାଟଫର୍ମ ଇଣ୍ଟରନେଶନାଲ ପ୍ରଡକ୍ଟରେ ବମ୍ପର ଡ଼ିସକାଉଣ୍ଟ ଦେଉଛନ୍ତି । ଏଥିରେ ଅମାଜନ, ଇ-ବେ, ୱାମାର୍ଟ ଭଳି ବଡ଼ ବଡ଼ କମ୍ପାନୀ ମଧ୍ୟ ସାମିଲ ହୋଇଥାଏ l

ବ୍ଲାକ୍ ଶୁକ୍ରବାର ଶବ୍ଦ ୧୯୬୦ ଦଶକରେ ହୋଇଥିବା ଫିଲାଡେଲଫିଆ ସହରର ଘଟଣା ସହିତ ଜଡିତ l ବାସ୍ତବରେ ଥ୍ୟାଙ୍କସ୍ ଗିଭିଙ୍ଗ ପର ଶୁକ୍ରବାର ଦିନ ଲୋକମାନେ ସପିଂ କରିବାକୁ ଯାଉଥିଲେ ଏବଂ ଏହି କାରଣରୁ ରାସ୍ତାରେ ବହୁ ସଂଖ୍ୟାରେ ଲୋକ ଭିଡ କରୁଥିଲେ l ଏହି ଦିନ ପୋଲିସ କର୍ମଚାରୀଙ୍କର ମଧ୍ୟ ବହୁତ କାମ ଥିଲା ଏବଂ ସେମାନେ ଚିନ୍ତିତ ଥିଲେ l କାରଣ ସେଦିନ ଟ୍ରାଫିକ୍ ଭିଡ଼କୁ ନିୟନ୍ତ୍ରଣ କରିବା ପୋଲିସଙ୍କ ପକ୍ଷେ ବହୁତ କଷ୍ଟକର ହୋଇପଡ଼ିଥିଲା l ତେଣୁ ସେମାନେ ଏହାକୁ ‘ବ୍ଲାକ୍ ଫ୍ରାଇଡେ’ ବୋଲି କହିବା ଆରମ୍ଭ କଲେ l ତାଙ୍କ ହିସାବରେ ‘କଳା’ ଶବ୍ଦର ଅର୍ଥ ହେଉଛି ଏହି ଦିନଟି ସେମାନଙ୍କ ପାଇଁ ବହୁତ କଷ୍ଟଦାୟକ ଥିଲା l

୧୯୮୦ ଦଶକରେ ଖୁଚୁରା ବ୍ୟବସାୟୀମାନେ ଏହି ଶବ୍ଦକୁ ଏକ ନୂତନ ଅର୍ଥ ଦେଇଥିଲେ l ବର୍ତ୍ତମାନ ‘ବ୍ଲାକ’ ଶବ୍ଦର ଅର୍ଥ ହେଉଛି ଭଲ ଏବଂ ସୁବିଧା l ସାଧାରଣତଃ ଦୋକାନୀମାନେ ବର୍ଷସାରା କ୍ଷତି ସହୁଥିବା ବେଳେ ଏହି ବ୍ଲାକ୍ ଫ୍ରାଇଡେରେ, ସେମାନଙ୍କର ବିକ୍ରୟ ବୃଦ୍ଧି ପାଇଥିଲା l ତେଣୁ ସେମାନେ ଏହି ବ୍ଲାକ ଶବ୍ଦର ଅର୍ଥ ଭଲ ଦିନ ବୋଲି ମାନିନେଲେ l ତେବେ କେବଳ ଖୁଚୁରା ବ୍ୟବସାୟୀ ନୁହେଁ ଅନେକ ବଡ଼ କମ୍ପାନୀ ମଧ୍ୟ ନିଜ ପ୍ରଡକ୍ଟ ଉପରେ ଏହି ଦିନରେ ବମ୍ପର ଡ଼ିସକାଉଣ୍ଟ ଅଫର ଦେଇଥାନ୍ତି ।

ପୂର୍ବରୁ ଏହି ଇଭେଣ୍ଟ କେବଳ ଆମେରିକା ଏବଂ କାନାଡ଼ା ଭଳି ଦେଶ ପର୍ଯ୍ୟନ୍ତ ସୀମିତ ଥିଲା କିନ୍ତୁ ବର୍ତ୍ତମାନ ଭାରତୀୟମାନେ ମଧ୍ୟ ଏହି ସେଲର ଅପେକ୍ଷାରେ ରହୁଛନ୍ତି । ଭାରତରେ ଏହି ସେଲକୁ ୨୦୧୮ ମସିହାରେ ପ୍ରଥମେ eBay ସପିଙ୍ଗ ସାଇଟ ହିଁ ଆରମ୍ଭ କରିଥିଲା । ବ୍ଲାକ ଫ୍ରାଇଡେ ସେଲ ସମୟରେ ସ୍ମାର୍ଟଫୋନ, କମ୍ପ୍ୟୁଟର, ଲାପଟପ, ଟିଭି, ସ୍ମାର୍ଟହୋମ ଡିଭାଇସ ସମେତ ଅନେକ ପ୍ରଡକ୍ଟ ଉପରେ ଭାରି ଡ଼ିସକାଉଣ୍ଟ ମଧ୍ୟ ମିଳିଥାଏ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *