କାହିଁକି ଦୃଶ୍ୟମାନ ହୁଏ କଳା ଜହ୍ନ

ନୂଆଦିଲ୍ଲୀ: ଆଜି ଆକାଶରେ ଦିଶିବ କଳା ଜହ୍ନ। ସାଧାରଣତଃ ଅପାଣମାନେ ମଧ୍ୟ ଏହି କଥାକୁ ଶୁଣି ଟିକେ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ସବୁ ବେଳେ ତ ଜହ୍ନ ଧଳା ଥାଏ। ଏବଂ ଉଜ୍ଜଳ ବି କରେ। ହେଲେ ହଠାତ କ’ଣ କଳା ଜହ୍ନ କଥା ଆସୁଛି। ଆଜି ଆକାଶରେ ଏହି ବିରଳ ଘଟଣା ହେବ। ହେଲେ କାହିଁକି ଆକାଶରେ କଳା ଜହ୍ନ ଦେଖାଯାଏ। କ’ଣ ରହିଛି ଏହା ପଛର କାରଣ ଆସନ୍ତୁ ଜାଣିବା।ବ୍ରହ୍ମାଣ୍ଡରେ ଅନେକ ପ୍ରକାରର ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଛି। କଳା ଜହ୍ନ ସେଥି ମଧ୍ୟରୁ ଆଉ ଏକ ଘଟଣା। ଆଜି ଏସିଆ, ଆଫ୍ରିକା ଏବଂ ୟୁରୋପ ମହାଦେଶ ଆକାଶରେ ଏହି ବିରଳ ଘଟଣା ଦେଖିବାକୁ ମିଳିବ। ଆକାଶରେ ଦିଶିବ କଳା ଜହ୍ନ।

ଏସିଆ, ଆଫ୍ରିକା ଏବଂ ୟୁରୋପ ମହାଦେଶରେ ଏହା ଆଜି ଦୃଶ୍ୟମାନ ହେବ। ଭାରତ ଆକାଶରେ ଆସନ୍ତାକାଲି ଭୋର୍ ଅର୍ଥାତ ସକାଳ ୪ଟା ବେଳେ ଏହା ଦେଖିବାକୁ ମିଳିବ। କଳାଜହ୍ନ କଥା କହିଲେ ମନରେ ଅନେକ କୌତୁହଳ, ରୋମାଞ୍ଚ ଏବଂ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ। ସାଧାରଣତଃ ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡ଼ିଲେ ଏହା ଦୃଶ୍ୟମାନ ହୋଇଥାଏ। ଦ୍ୱିତୀୟ ଅମାବାସ୍ୟା ରାତିକୁ କଳା ଜହ୍ନ ବୋଲି କୁହାଯାଇଥାଏ।

ଚନ୍ଦ୍ର କିପରି କଳା ହୋଇଯାଏ?

ଅମାବାସ୍ୟା ରାତି ଏକ ଅନ୍ଧକାର ରାତି ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ସମାନ ଦିଗରେ ସମାନ୍ତରାଳ ହୋଇଥାନ୍ତି ଏବଂ ଚନ୍ଦ୍ରର ଆଲୋକିତ ଅଂଶ ପୃଥିବୀଠାରୁ ଦୂରରେ ରହିଥାଏ, ଯାହା ଏହାକୁ ଖାଲି ଆଖିରେ ଦେଖି ହୁଏ ନାହିଁ ଏବଂ ଆକାଶ କଳା ଦେଖାଯାଏ। ସେହିପରି ୩ ମାସରେ ୪ ଥର ଅମାବାସ୍ୟା ଆସିଥିଲେ ବି ତାହାକୁ କଳା ଜହ୍ନ ବୋଲି କୁହାଯାଏ। ଅନ୍ୟ ଅମାବାସ୍ୟା ଭଳି ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ରୁହେ, ଫଳରେ ଏହା ଦେଖାଯାଏ ନାହିଁ। ଚନ୍ଦ୍ରଗ୍ରହଣ ଭଳି ଏହା କୌଣସି ପ୍ରଭାବ ପକାଏନି। କିନ୍ତୁ ଗୋଟିଏ ମାସରେ ଦୁଇଟି ଅମାବାସ୍ୟା ଆସୁଥିବାରୁ ଏହାର ଗୁରୁତ୍ୱ କିଛିଟା ବଢ଼ି ଯାଏ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *