କଙ୍ଗୁବା ଫ୍ଲପ ପରେ ଏମିତି କହିଲେ ବବି

ମୁମ୍ବାଇ: ଅଭିନେତା ବବି ଦେୱଲ କିଛି ବର୍ଷ ଭିତରେ ଏପରି ଚରିତ୍ର କରିଛନ୍ତି, ଯାହା ପାଇଁ ଦର୍ଶକ ଭିଲେନ୍ ଚରିତ୍ର କରୁଥିବା ଅଭିନେତା ଭାବି ନେଇଛନ୍ତି। ୱେବ ସିରିଜ ଆଶ୍ରମ ପରେ ଗତ ବର୍ଷ ରିଲିଜ ହୋଇଥିବା ଫିଲ୍ମ ଆନିମଲ କରିବା ପରେ ବବିଙ୍କ ଭିଲେନ୍ ଚରିତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଉଥିଲା। ନିକଟରେ କଙ୍ଗୁବାରେ ମଧ୍ୟ ବବିଙ୍କୁ ନେଗେଟିଭ ଚରିତ୍ରରେ ଦେଖିବାକୁ ପାଇଥିଲେ ଦର୍ଶକ। ଏହାରି ଭିତରେ ବବି ନେଗେଟିଭ ଚରିତ୍ରରୁ ମୁକ୍ତି ପାଇବାକୁ ବଡ଼ ନିଷ୍ପତି ନେଇଛନ୍ତି।

ବବି ଦେୱଲଙ୍କ ନିକଟରେ ରିଲିଜ ହୋଇଥିଲା ଫିଲ୍ମ କଙ୍ଗୁବା। ଯାହା ବକ୍ସ ଅଫିସରେ ଅତି ଖରାପ ପ୍ରଦର୍ଶନ କରିଥିଲା। ୩୦୦-୩୫୦ କୋଟି ବଜେଟରେ ତିଆରୀ ହୋଇଥିବା ଫିଲ୍ମ କେବଳ ୧୦୬ କୋଟି ୨୫ ଲକ୍ଷ ଟଙ୍କା ବ୍ୟବସାୟ କରିଛି। ଏହି ଫିଲ୍ମରେ ବବିଙ୍କୁ ଭିଲେନ୍ ଚରିତ୍ରରେ ଦର୍ଶକ ଦେଖିବାକୁ ପାଇଥିଲେ। ଏବେ ବବି କହିଛନ୍ତି କି ସେ ନେଗେଟିଭ ଚରିତ୍ର କରିବେନି।

ଏକ ସାକ୍ଷାତକାରରେ ବବି କହିଛନ୍ତି ଯଦି ଆପଣ କୌଣସି କ୍ଷେତ୍ରରେ ସଫଳତା ପାଆନ୍ତି ତେବେ ସେହି କାରଣରୁ ତମକୁ ବ୍ୟବହାର କରିବେ। ହେଲେ ମୁଁ ସେଥିରୁ ବାହାରି ବାକୁ ଚେଷ୍ଟା କରୁଛି। ମୁଁ ଏହି ବର୍ଷ ପୂର୍ବରୁ କିଛି ଚଳଚ୍ଚିତ୍ରର ସୁଟିଂ କରିସାରିଛି ଯାହା ଅଲଗା ଅଟେ ।
ବବି ଦେଓଲ୍ ଆହୁରି କହିଛନ୍ତି- ‘ଯେତେବେଳେ ତୁମେ ଜଣେ ଭିଲେନ୍ ଭୂମିକାରେ ଅଭିନୟ କର, ତୁମେ ଏକ ଚରିତ୍ରର ଅନେକ ଦିଗ ଅନୁସନ୍ଧାନ କରିବାର ସୁଯୋଗ ପାଇବ, ଯାହା ମୁଁ ଉପଭୋଗ କରେ । ମୁଁ ମଧ୍ୟ ଗଭୀରତା ସହିତ ଏକ ଆକର୍ଷଣୀୟ ଚରିତ୍ରକୁ ଅପେକ୍ଷା କରିଛି।

ଗତବର୍ଷ ରିଲିଜ ହୋଇଥିବା ରଣବୀର କପୁର ଏବଂ ବବି ଦେୱଲଙ୍କ ଫିଲ୍ମ ଆନିମଲ ବ୍ଲକ ବ୍ଲଷ୍ଟର ହୋଇଥିଲା। ସେବେଠାରୁ ଫିଲ୍ମର ସିକ୍ୱେଲ ବିଷୟରେ ଗୁଜବ ସୃଷ୍ଟି ହୋଇଥିଲା। କିନ୍ତୁ ସିକ୍ୱେଲ ବିଷୟରେ ତାଙ୍କର କୌଣସି ସୂଚନା ନାହିଁ ବୋଲି ବବି ଦେଓଲ କହିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *