ମୁମ୍ବାଇ: ହଠାତ୍ ବିଗିଡ଼ିଗଲା ବଲିଉଡ୍ ଅଭିନେତ୍ରୀ କିଆରା ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତର୍ି ହେବାକୁ ପଡ଼ିଛି । ଅସୁସ୍ଥତା କାରଣରୁ ତାଙ୍କ ଅଭିନୀତ ଫିଲ୍ମ ‘ଗେମ୍ ଚେଞ୍ଜର’ର ପ୍ରମୋଶନ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରି ନାହାନ୍ତି କିଆରା । ଏହି ହାଇ ବଜେଟ୍ ଫିଲ୍ମରେ କିଆରାଙ୍କ ସହ ସ୍କ୍ରିନ୍ ଶେୟାର କରିଛନ୍ତି ସାଉଥ୍ ଷ୍ଟାର ରାମ ଚରଣ । ଏହି ଖବର ଜଣାପଡ଼ିବା ପରେ ପ୍ରଶଂସକମାନେ ତାଙ୍କର ଆଶୁକାମନା କରିଛନ୍ତି ।
ଶନିବାର ସକାଳେ ହିଁ କିଆରାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାର କାରଣ ଜଣାପଡ଼ି ନାହିଁ । ତେବେ କିଆରାଙ୍କ ସ୍ଥିତିକୁ ନେଇ ଗେମ ଚେଞ୍ଜର ଟିମ୍ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ । ଗେମ ଚେଞ୍ଜର ହାଇ ବଜେଟ୍ ଫିଲ୍ମ ପାଇଁ ରାମ ଚରଣଙ୍କୁ ୧୦୦ କୋଟି ଟଙ୍କା ଦିଆଯାଇଥିବାବେଳେ କିଆରାଙ୍କୁ ମିଳିଛି ୫ରୁ ୬ କୋଟି ଟଙ୍କା । ଫିଲ୍ମରେ ଜବରଦସ୍ତ ଆକ୍ସନ ସାଙ୍ଗକୁ ରାମ ଚରଣ ଏବଂ କିଆରାଙ୍କ ରୋମାନ୍ସ ଦେଖିବାକୁ ମିଳିବ । ଏସ୍. ଶଙ୍କରଙ୍କ ଦ୍ୱାରା ନିର୍ଦ୍ଦେଶିତ ଗେମ୍ ଚେଞ୍ଜର ଆସନ୍ତା ୧୦ ତାରିଖରେ ରିଲିଜ ହେବ ।