ମୁମ୍ବାଇ: ୨୦୨୫ ଜାନୁଆରୀରେ ବଡ଼ ପରଦାରେ ହେବ ଧମାଲ। ବର୍ଷର ପ୍ରଥମ ମାସରେ ବଡ଼ ବଡ଼ ଷ୍ଟାରଙ୍କ ସିନେମା ପରଦାକୁ ଆସିବାକୁ ଯାଉଛି। ଆସନ୍ତୁ ଜାଣିବା ଜାନୁଆରୀରେ କେଉଁ ଫିଲ୍ମ କେଉଁ ତାରିଖରେ ବଡ଼ ପରଦାରେ ହେବ ରିଲିଜ।
ରବିନା ଟଣ୍ଡନଙ୍କ ଝିଅ ରାଶା ଥଡାନି ଏବଂ ଅଜୟ ଦେବଗନଙ୍କ ଭଣଜା ଅମନ ଦେବଗନ ଆଜାଦ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମକୁ ମଧ୍ୟ ସମସ୍ତଙ୍କ ଅପେକ୍ଷା ରହିଛି। ଏହି ଫିଲ୍ମ ୧୭ ଜାନୁଆରୀରେ ବଡ଼ ପରଦାରେ ରିଲିଜ ହେବ।
କଙ୍ଗନା ରାଣାୱତଙ୍କ ଫିଲ୍ମ ଇମରଜେନ୍ସି ମଧ୍ୟ ୧୭ ଜାନୁଆରୀରେ ପରଦାକୁ ଆସିବ। ଏହି ପଲ୍ଟିକାଲ ଡ୍ରାମା ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି କଙ୍ଗନା ରାଣାୱତ। ଏହି ଫିଲ୍ମରେ କଙ୍ଗନା ପୂର୍ବତନ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ। ଏହି ଚଳଚ୍ଚିତ୍ର ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି ଉପରେ ନିର୍ମିତ ହୋଇଛି।
ରାମ ଚରଣ ଏବଂ କିୟାରା ଆଡଭାନୀଙ୍କ ଫିଲ୍ମ ଗେମ୍ ଚେଞ୍ଜର ମଧ୍ୟ ଏହି ମାସରେ ରିଲିଜ ହେବ। ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇଯାଇଛି। ଦର୍ଶକ ଟ୍ରେଲକୁ ଜବରଦସ୍ତ ରେସପନ୍ସ ଦେଇଛନ୍ତି। ଏହି ଫିଲ୍ମ ୧୦ ଜାନୁଆରୀରେ ରିଲିଜ ହେବ। ଫିଲ୍ମରେ ରାମ ଚରଣଙ୍କୁ ଡବଲ ରୋଲରେ ଦେଖିବାକୁ ପାଇବେ ଦର୍ଶକ।
ସୋନୁ ସୁଦଙ୍କ ନିର୍ଦ୍ଦେଶନାରେ ତିଆରୀ ହୋଇଥିବା ଫିଲ୍ମ ଫତେହକୁ ନେଇ ଦର୍ଶକ ମଧ୍ୟ ଅପେକ୍ଷା କରିଛନ୍ତି। ଫିଲ୍ମରେ ସୋନୁ ସୁଦଙ୍କ ଅପୋଜିଟ୍ରେ ଜ୍ୟାକଲିନ୍ ଫର୍ଣ୍ଣାଡିସ ମଧ୍ୟ ନଜର ଆସିବେ। ୧୦ ଜାନୁଆରୀରେ ଫିଲ୍ମ ରିଲିଜ ହେବ।
ସେହିପରି ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ସ୍କାଏ ଫୋର୍ସ ମଧ୍ୟ ଚଳିତ ମାସରେ ରିଲିଜ ହେବ। ଫିଲ୍ମରେ ନିମରତ କୌର, ସାରା ଅଲ୍ଲୀ ଖାନ୍ଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ପାକିସ୍ତାନ- ଭାରତ ବାୟୁ ଆକ୍ରମଣ ଉପରେ ଏହି ଫିଲ୍ମ ତିଆରୀ ହୋଇଛି। ୨୪ ଜାନୁଆରୀରେ ଅର୍ଥାତ ଗଣତନ୍ତ୍ର ଦିବସ ଅବସରରେ ଫିଲ୍ମ ରିଲିଜ ହେବ।
ସାହିଦ କପୁରଙ୍କ ଦେବା ଫିଲ୍ମ ମଧ୍ୟ ଏହି ମାସରେ ରିଲିଜ ହେବ। ଫିଲ୍ମରେ ସାହିଦଙ୍କୁ ପୋଲିସ ଅଫିସର ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଫିଲ୍ମରେ ପୂଜା ହେଗଡେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।
ଫିଲ୍ମ ସନ୍ତୋଷ ମଧ୍ୟ ଜାନୁଆରୀ ୧୦ରେ ପରଦାକୁ ଆସିବ। ସଂଧ୍ୟା ସୁରୀ ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଶହାନା ଗୋସ୍ୱାମୀ ଏବଂ ସୁନୀତା ରାଜବାରଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି। ଫିଲ୍ମ ଓସ୍କାର ୨୦୨୫ ପାଇଁ ସର୍ଟଲିଷ୍ଟ ହୋଇଛି।