୨୨ଟି ଫିଲ୍ମ ଫ୍ଲବ ପରେ ବି କୋଟିପତି

ମୁମ୍ବାଇ: ବାସ୍ତବରେ ଆଜି ଆମେ ସେହି ଅଭିନେତା ବିଷୟରେ କହୁଛୁ । ଯିଏ ତାଙ୍କ ଲମ୍ବା କ୍ୟାରିୟରରେ ହିଟ୍ ଅପେକ୍ଷା ଅଧିକ ଫ୍ଲପ୍ ଫିଲ୍ମ ଦେଇଛନ୍ତି । ଅଭିନେତା ତିନି କିମ୍ବା ପାଞ୍ଚ ନୁହେଁ ବରଂ ୨୨ ଟି ଫିଲ୍ମ ଫ୍ଲପ୍ ଦେଇଥିଲେ । ଯାହା ପରେ ସେ ନିରାଶ ହୋଇ ଅଭିନୟରୁ ନିଜକୁ ଦୂରେଇ ରଖିଥିଲେ । ତେବେ ଆଜି ବି ସେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ସେ କିଏ ଆସନ୍ତୁ ଜାଣିବା।

ଆମେ କହୁଛୁ ମଡେଲିଂରୁ ଅଭିନୟକୁ ନିଜ କ୍ୟାରିୟର ବାଛିଥିବା ଡିନୋ ମୋରିୟାଙ୍କ କଥା। ହିନ୍ଦୀ ବ୍ୟତୀତ ଏହି ଅଭିନେତା ନିଜ କ୍ୟାରିୟରରେ ତାମିଲ, କନ୍ନଡ, ମାଲାୟାଲମ୍ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ। ଚଳଚ୍ଚିତ୍ର ‘ପ୍ୟାର ମେ କଭି କଭି’ ସହିତ ଡିନୋ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କ ଫିଲ୍ମ ଫ୍ଲପ୍ ହୋଇଥିଲା। ଏହା ପରେ ବିପାଶା ବସୁଙ୍କ ସହିତ ତାଙ୍କୁ ‘ରାଜ୍’ରେ ଦେଖିବାକୁ ମିଳିଥିଲା। ରାଜ ଚଳଚ୍ଚିତ୍ର ସେତେବେଳେ ବ୍ଲକବଷ୍ଟର ହିଟ୍ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଅଭିନେତାଙ୍କୁ ରାତାରାତି ଷ୍ଟାର କରିଥିଲା । ସମସ୍ତେ ତାଙ୍କ ଚେହେରା ଏବଂ ଅଭିନୟରେ ପାଗଳ ହୋଇଯାଇଥିଲେ ।

ଏହା ପରେ ଡିନୋ ଗୁନାହ, ଇସ୍କି ହେ ତୁମସେ, ପ୍ଲାନ, ରକ୍ତ, ଚେହେରା ପରି ଅନେକ ଫିଲ୍ମରେ ନଜର ଆସିଥିଲେ। ହେଲେ ଫିଲ୍ମ ବକ୍ସ ଅଫିସରେ ଫେଲ ମାରିଥିଲା।ବକ୍ସ ଅଫିସ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ଡିନୋ ମୋରିୟାର କ୍ରମାଗତ ୨୨ ଟି ଫିଲ୍ମ ଫ୍ଲପ୍ ହୋଇଛି। ସେଥିପାଇଁ ସେ ଇଣ୍ଡଷ୍ଟ୍ରିରୁ ନିଜକୁ ଦୂରେଇ ରଖିଥିଲେ।ଏ ଡିନୋ ଫିଲ୍ମରୁ ଦୂର ହେବା ପରେ ମିଥିଲ ଲୋଢ଼ା ଏବଂ ରାହୁଲ ଜୌନ୍ୟଙ୍କ ସହ ମିଶି ଥଣ୍ଡା ଜୁସ୍ ବ୍ରାଣ୍ଡର ‘ଦ ଫ୍ରେସ ପ୍ରେସ’ର ଆରମ୍ଭ କରିଥିଲେ। ଏହି ବ୍ରାଣ୍ଡକୁ ସେ ୩୬ଟି ଷ୍ଟେସନରେ ଖୋଲି ଜୁସ୍ ସେଣ୍ଟର ବିଷୟରେ ବୁଝୁଛନ୍ତି।

ଏହା ବ୍ୟକ୍ତିତ ଅଭିନେତା ଏମଏସ ଧୋନିଙ୍କ ସହିତ ଏକ କମ୍ପାନୀ ମଧ୍ୟ ଲଞ୍ଚ କରିଛନ୍ତି। ଡିନୋଙ୍କ ଏକ ନିଜର ପ୍ରଡକ୍ସନ ହାଉସ ଅଛି। ଯେଉଁଥିରେ ଜିସ୍ମ-୨ ଫିଲ୍ମ ତିଆରୀ ହୋଇଥିଲା।ଏହି ସବୁ ବ୍ୟବସାୟ କରି ଡିନୋ ମୋରିୟା କୋଟି କୋଟି ଟଙ୍କାର ସମ୍ପତ୍ତି କରିଛନ୍ତି। ଏବେ ସେ ଏକ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। ଏକ ରିପୋର୍ଟ ଅନୁସାରେ ଡିନୋ ମୋରିୟାଙ୍କ ୧୫୦ କୋଟିରୁ ଅଧିକ ସମ୍ପତ୍ତି ଅଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *