ଲୋକପ୍ରିୟ ଅଭିନେତ୍ରୀ ତାଲିକାରେ ଏକ ନମ୍ବରରେ ସାମନ୍ଥା

ମୁମ୍ବାଇ: ଭାରତୀୟ ସିନେମାରେ ଅନେକ ଅଭିନେତ୍ରୀ ଅଛନ୍ତି ଯାହାଙ୍କ ଲୋକପ୍ରିୟତା ହେବାର ଅନେକ କାରଣ ରହିଛି। କିନ୍ତୁ କିଛି ଅଭିନେତ୍ରୀ ସୋସିଆଲ ମିଡିଆରେ ଚର୍ଚ୍ଚା ସାଉଁଟୁଛନ୍ତି ତାର ଏକ ତାଲିକା ସାମ୍ନାକୁ ଆସିଛି। ଓରମାକ୍ସ ମିଡିଆ ଇଂଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛି ୨୦୨୪, ଅକ୍ଟୋବରର ସବୁଠାରୁ ଚର୍ଚ୍ଚିତ ଅଭିନେତ୍ରୀର ତାଲିକା। ଏହି ତାଲିକାର ୧୦ ସ୍ଥାନରେ ଅଛନ୍ତି ଅଭିନେତ୍ରୀ କ୍ୟାଟରିନା କୈଫ। କ୍ୟାଟରିନାଙ୍କ ଟାଇଗର-୩ ଫିଲ୍ମ ବକ୍ସ ଅଫିସରେ ହିଟ ହୋଇଥିଲା। ହେଲେ ଏ ବର୍ଷ ଆସିଥିବା ଫିଲ୍ମ କ୍ରିସମସ ଫ୍ଲପ ହୋଇଥିଲା। ଯାହା ହେଲେ ବି କ୍ୟାଟରିନାଙ୍କ ଲୋକପ୍ରିୟତା ସେହିପରି ରହିଛି।

ଏହି ଲିଷ୍ଟର ନବମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦନା। ରଶ୍ମିକାଙ୍କ ଆନିମଲ, ଗୁଡ଼ବାଏ ଫିଲ୍ମ ହିଟ୍ ହୋଇଥିଲା । ଆଗକୁ ଆସୁଥିବା ଫିଲ୍ମ ପୁଷ୍ପା-୨, ୫ ଡିସେମ୍ବରରେ ରିଲିଜ ହେବ।

ଅଭିନେତ୍ରୀ ସାଇ ପଲ୍ଲବୀଙ୍କ ନାମ ଅଷ୍ଟମ ସ୍ଥାନରେ ରହିଛି। ସାଇ ପଲ୍ଲବୀ ୨୦୨୬ରେ ରିଲିଜ ହେବାକୁ ଥିବା ଫିଲ୍ମ ରାମାୟଣରେ ସୀତା ଚରିତ୍ରରେ ନଜର ଆସିବେ। ତାଙ୍କ ସହିତ ରଣବୀର କପୁର ଭଗବାନ ରାମଙ୍କ ଚରିତ୍ରରେ ନଜର ଆସିବେ।

ଓରମାକ୍ସ ତାଲିକାର ସପ୍ତମ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର। ଚଳିତ ବର୍ଷ ସ୍ତ୍ରୀ-୨ ଫିଲ୍ମରେ ଦମଦାର ଅଭିନୟ କରିଥିଲେ ଶ୍ରଦ୍ଧା। ଯାହା ବକ୍ସ ଅଫିସରେ ସୁପରହିଟ ହୋଇଥିଲା। ଆଗକୁ ଶ୍ରଦ୍ଧାଙ୍କ ସ୍ତ୍ରୀ-୩ ଫିଲ୍ମ ମଧ୍ୟ ପରଦାକୁ ଆସିବା ନେଇ ମଧ୍ୟ ଖବର ରହିଛି।

ସାଉଥ ସହ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଦମଦାର ଅଭିନୟ କରିଥିବା ଅଭିନେତ୍ରୀ କାଜଲ ଅଗ୍ରୱାଲ ମଧ୍ୟ ଏହି ତାଲିକାର ଷଷ୍ଠ ସ୍ଥାନରେ ଅଛନ୍ତି। କାଜଲଙ୍କ ହିନ୍ଦୀ ଫିଲ୍ମ ସିଙ୍ଗମରେ ମଧ୍ୟ ଅଭିନୟ କରିଥିଲେ।

ସେହିପରି ସାଉଥ ଅଭିନେତ୍ରୀ ତ୍ରିଷା କୃଷ୍ଣନ୍ ମଧ୍ୟ ଏହି ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି। ତ୍ରିଷା ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ଅକ୍ଷୟ କୁମାରଙ୍କ ସହ ଫିଲ୍ମ ଖଟା ମିଠାରେ ଦର୍ଶକ ତ୍ରିଷାଙ୍କୁ ଦେଖିବାକୁ ପାଇଥିଲେ।

ବଲିଉଡ଼ର ସିଂଘମ ଲେଡି ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍ ଏହି ତାଲିକାର ଚତୃର୍ଥ ସ୍ଥାନରେ ଅଛନ୍ତି। ନିକଟରେ ସିଂଘମ ଏଗେନରେ ତାଙ୍କ ଦମଦାର ଅଭିନୟ ଦର୍ଶକ ଦେଖିବାକୁ ପାଇଥିଲେ। ଏହା ସହ ବକ୍ସ ଅଫିସରେ ସିଂଘମ ଭଲ ବ୍ୟବସାୟ କରିଥିଲା।

ଫିଲ୍ମ ଯବାନରେ ଶାହାରୁଖ ଖାନଙ୍କ ସହ ରୋମାନ୍ସ କରିଥିବା ଅଭିନେତ୍ରୀ ନୟନତାରା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସହ ବଲିଉଡ଼ରେ ମଧ୍ୟ ବହୁ ଲୋକପ୍ରିୟ ଅଛନ୍ତି। ନୟନତାରାଙ୍କ ନାଁ ଏହି ଲିଷ୍ଟରେ ତୃତୀୟ ସ୍ଥାନରେ ରହିଛି।

ସେହିପରି ବଲିଉଡ଼ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ନାଁ ଏହି ଲିଷ୍ଟର ଦ୍ୱିତୀୟ ସ୍ଥାନରେ ରହିଛି। କମ୍ ବୟସରଙ୍କ ଆଲିୟା ତାଙ୍କ ଅଭିନୟ ଯାଦୁରେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ସାଉଥର ଅଭିନେତ୍ରୀ ସାମନ୍ଥା ରୃଥ ପ୍ରଭୁ। ସାମନ୍ଥାଙ୍କ ଲୋକପ୍ରିୟତା ସାଉଥ ସହ ହିନ୍ଦୀ ଜଗତରେ ମଧ୍ୟ ଅନେକ ରହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *