କଲରାପତରିଆ ବାଘକୁ ଦେଖି ମଣ୍ଡପ ଛାଡ଼ି ଦୌଡ଼ିଲେ ବର-କନ୍ୟା

ଲକ୍ଷେ୍ନା÷: ବିବାହ ମଣ୍ଡପରେ ବାଘକୁ ଦେଖି ଜୀବନ ବିକଳରେ ଦୌଡ଼ିଲେ ବରକନ୍ୟା । କେବଳ ବରକନ୍ୟା ନୁହଁନ୍ତି, ବିବାହ ଉତ୍ସବରେ ସାମିଲ ହୋଇଥିବା ଅତିଥିମାନେ ମଧ୍ୟ ଦୌଡ଼ିବାକୁ ଲାଗିଲେ । ଠିକ୍ ଏମିତି ହିଁ ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ନୱାମୀ ସହର ଲକ୍ଷେ୍ନା÷ରେ। ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସହରର ବୁଦ୍ଧେଶ୍ୱର ଏମଏମ ଲନରେ ଧୁମ୍‌ଧାମରେ ଚାଲିଥିଲା ଏକ ବିବାହ ଉତ୍ସବ । ହଠାତ୍ ଏକ ବାଘର ଗର୍ଜନ ଶୁଣିବାକୁ ଲାଗିଲା । ଏହି ଗର୍ଜନ ଶୁଣିବା କ୍ଷଣି ବିବାହରେ ଯେମିତିକି କୃତ୍ରିମ ଭୂମିକମ୍ପ ସୃଷ୍ଟି ହେଲା । କେହି କିଛି ଭାବିବା ପୂର୍ବରୁ ସବୁ ଯେ ଯୁଆଡେ ଦୌଡିବାକୁ ଲାଗିଲେ । ହସଖୁସିରେ ମସଗୁଲ୍ ଥିବା ମାହୋଲ୍ କ୍ଷଣିକରେ ପୁରା ଓଲଟା ହୋଇଗଲା । ଏପଟେ ଓଜନଦାର ଲେହେଙ୍ଗା ପିନ୍ଧିଥିବା କନ୍ୟା ସାଙ୍ଗଙ୍କ ସହ ଦୌଡ଼ିଲେ , ସେପଟେ ବର ମଧ୍ୟ ମଣ୍ଡପର ଝରକାରୁ ତଳକୁ ଡେଇଁ ପଡ଼ିଲେ । ଖବରପାଇ ଘଟଣାସ୍ଥଳରେ ପୋଲିସ, ବନ ବିଭାଗ ଟିମ୍ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆଗେଇଥିଲେ।

ଅଧରାତିରେ ଚାଲିଥିବା କଲରାପତରିଆ ଉଦ୍ଧାର କାର୍ଯ୍ୟରେ ଅନେକ ବିପଦଜ୍ଜନକ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ସାମ୍ନାକୁ ଆସିଥିବା ଏହି ଭିଡିଓରେ ଦେଖାଯାଉଛି ଯେ , ପୋଲିସ ଏବଂ ବନ ବିଭାଗ ଟିମ୍ ସିଡ଼ିରେ ବାଘକୁ କାବୁ କରିବା ପାଇଁ ଯେମିତି ଆଗକୁ ବଢନ୍ତି ବାଘଟି ହଠାତ୍ ଆଗକୁ ଚାଲିଆସୁଛି । ବନ କର୍ମଚାରୀଙ୍କ ଉପରେ ପଞ୍ଝା ମାରି ରାଇଫଲ ଛଡ଼ାଇ ତଳେ ପକାଇ ଦେଉଛି । ଏତିକିବେଳେ ଗୁଳି ଫୁଟିବା ଶବ୍ଦ ଶୁଣି ପୁଣିଥରେ ଉପରକୁ ଦୌଡ଼ିଯାଉଛି ବାଘ । ଉଦ୍ଧାର କରିବାକୁ ଆସିଥିବା ଟିମରୁ କେହି ଜଣେ କହୁଛନ୍ତି – ‘ବାଜିଛି, ତାକୁ ଗୁଳି ବାଜିଛି’। ପ୍ରାୟ ୮ ଘଣ୍ଟା ଧରି ଚାଲିଥିବା ଏହି ଲୁଚକାଳି ଖେଳ ପରେ ଗୁରୁବାର ସକାଳ ୪ଟା ବେଳକୁ କଲରାପତରିଆ ବାଘକୁ କାବୁ କରିବାରେ ସଫଳ ହୋଇଥିଲେ ବନ କର୍ମଚାରୀ । ହେଲେ ଏହି ବାଘଟି କେଉଁଠୁ ଏବଂ କେମିତି ଆସିଲା ତାହା ଜଣାପଡ଼ିନାହିଁ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *