ଲୋକଙ୍କୁ ଭାବୁକ କରିଦେଲା କନିଆଁଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ: ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହିଁଥାନ୍ତି । ବିଶେଷକରି ବିବାହ ମଣ୍ଡପରେ କନିଆଁଙ୍କ ଏଣ୍ଟ୍ରିକୁ ସ୍ୱତନ୍ତ୍ର କରିବାକୁ ଉଦ୍ୟମ କରାଯାଉଛି । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ଖୁବ୍ ପସନ୍ଦ ବି କରିଛନ୍ତି । କନିଆଁ ଲେଜର ଶୋ’ ଜରିଆରେ ମଣ୍ଡପକୁ ଏଣ୍ଟ୍ରି କରୁଥିବା ନଜର ଆସିଛନ୍ତି ।

ଆଜିକାଲି ବିବାହ ସମାରୋହରେ ବିଭିନ୍ନ ପ୍ରକାର ସୃଜନାତ୍ମକ କାର୍ଯ୍ୟ ଦେଖିବାକୁ ମିଳୁଛି । କିଛି ଦମ୍ପତି ବିବାହ କାର୍ଡରେ ଏହି ସୃଜନଶୀଳତାକୁ ପ୍ରଦର୍ଶନ କରୁଥିବାବେଳେ ଅନ୍ୟମାନେ ବିଭିନ୍ନ ଥିମ୍‌ର ବିବାହ ଉତ୍ସବ ଆୟୋଜନ କରୁଛନ୍ତି । ନିକଟରେ ସେହିପରି ଏକ ନିଆରା ବିବାହ ଦେଖିବାକୁ ମିଳିଛି, ଯେଉଥିôରେ ଲେଜର ଶୋ’ ସହ କନିଆଁଙ୍କ ଏଣ୍ଟ୍ରିକୁ ଦେଖିବାକୁ ମିଳୁଛି । ସୁରଭି ଓ ରିଶଭ ନାମକ ଏକ ଦମ୍ପତି ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ବିବାହ ମଣ୍ଡପକୁ ଏକ ଥିଏଟର ଭଳି ସଜାଯାଇଛି । ଅତିଥିମାନଙ୍କର ନଜର ଏକ ଧଳା ରଙ୍ଗର ପରଦା ଉପରେ ରହିଛି । ଛୋଟରୁ ବଡ଼ ହେବା ଯାଏ ଜଣେ ଝିଅର ଜୀବନଯାତ୍ରାକୁ ସେଠାରେ ଲେଜର ଶୋ’ ମାଧ୍ୟମରେ ପ୍ରଦର୍ଶିତ କରାଯାଇଛି । ଛୋଟ ଥିବାବେଳେ ଝିଅଟି ନିଜ ବାପାଙ୍କ ସମେତ ପରିବାର ସହ ଖେଳୁଛି । ସମୟ ସହିତ ସେ ବଡ଼ ହୋଇ ନିଜ ସ୍ୱପ୍ନ ପୂରଣ କରିବା ଦିଗରେ ଆଗଉଛି । ତାର ସ୍ୱାଧୀନତାର ପ୍ରତୀକ ଭାବେ ଏକ ପକ୍ଷୀକୁ ଆକାଶରେ ଡେଣା ଝାଡ଼ି ଉଡୁଥିବାର ଦେଖିବାକୁ ମିଳୁଛି । ପରେ ଝିଅଟିର ଏକ ପୁଅ ସହ ଦେଖାହୋଇଛି । ସେମାନେ ପରସ୍ପରର ପ୍ରେମରେ ପଡି଼ଛନ୍ତି । ପୁଅଟି ଝିଅକୁ ବିବାହ ଲାଗି ପ୍ରସ୍ତାବ ଦେଉଛି । ଏହା ପରେ ପରଦା ଉପରେ କନିଆଁ ଓ ବରଙ୍କ ନାମ ଲେଖାଯାଉଛି । ଶେଷରେ ପରଦା ହଟିଯାଉଛି ଓ କନିଆଁଙ୍କୁ ଷ୍ଟେଜ୍ ମଝିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି ।

ଏହାକୁ ଦେଖି ସେଠାରେ ଉପସ୍ଥିତ ଅତିଥି ତାଙ୍କୁ ତାଳି ମାରି ସ୍ୱାଗତ କରୁଛନ୍ତି । ଏହି ଭିଡିଓକୁ ଦେଖିବା ପରେ ଅନେକ ୟୁଜର ପ୍ରଶଂସା କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ୟୁଜର ପୂର୍ବରୁ କେବେହେଲେ ଏଭଳି ଭାବୁକ କରି ଦେବା ଭଳି କନିଆଁଙ୍କ ଏଣ୍ଟ୍ରି ଦେଖି ନ ଥିବା କହିଛନ୍ତି । କିଛି ୟୁଜର ବହୁ ଅର୍ଥ ଖର୍ଚ୍ଚ କରି କରାଯାଉଥିବା ଆତଶବାଜି ଅପେକ୍ଷା ଏହି ଭାବନାତ୍ମକ ଶୋ’ ଉତ୍କୃଷ୍ଟ ବୋଲି ଦର୍ଶାଇଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *