ପ୍ରୟାଗରାଜ: ଗତ ଜାନୁୟାରୀ ୧୩ ତାରିଖରୁ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଚାଲିଛି ମହାକୁମ୍ଭ ମେଳା । ଏହା ଆସନ୍ତା ୨୬ ତାରିଖ ଯାଏଁ ଚାଲିବ । ଏହି ମହାକୁମ୍ଭକୁ ଭାରତ ଏବଂ ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଛନ୍ତି । ଏହି ମହାକୁମ୍ଭରେ ଅନେକ ସାଧୁ ବାବା ଚର୍ଚ୍ଚାର ପରସରକୁ ଆସିଛନ୍ତି। ଆଇଆଇଟି ବାବା ହୁଅନ୍ତୁ ବା ରୁଦ୍ରାକ୍ଷ ବାବା, ଏମିତି କି ଟ୍ରି ବାବା ବା ଛୋଟୁ ବାବା ପ୍ରମୁଖ ବେଶ୍ ଭାଇରାଲ ହୋଇଥିଲେ । ଠିକ୍ ସେମିତି ଏବେ ଆଉ ଜଣେ ବାବା ଚର୍ଚ୍ଚାକୁ ଆସିଛନ୍ତି । ସେ ହେଲେ ବିଜ୍ନେସ୍ମ୍ୟାନ ବାବା । ଏହି ବାବା ହଜାର ହଜାର କୋଟି ଟଙ୍କାର ସମ୍ପତ୍ତି ଛାଡ଼ି ମହାକୁମ୍ଭରେ ପହଞ୍ଚିଛନ୍ତି।
ଏହି ବିଜ୍ନେସମ୍ୟାନ୍ ବାବା ମଧ୍ୟ ଅନ୍ୟ ବାବାଙ୍କଠାରୁ ପୂରା ଭିନ୍ନ। କାରଣ ସେ ତାଙ୍କର ବିଳାଶପୂର୍ଣ୍ଣ ଜୀବନ ଏବଂ ୩୦୦୦ କୋଟି ଟଙ୍କାର ସମ୍ପତ୍ତି ଛାଡି ଗେରୁଆ ବସ୍ତ୍ର ପରିଧାନ କରି ବାବା ପାଲଟିଛନ୍ତି । ବିଜ୍ନେସମ୍ୟାନ୍ ବାବାଙ୍କ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆରାମ ଏବଂ ବିଳାସରେ ପରିପୂର୍ଣ୍ଣ ଜୀବନଯାପନ କରିବା ପରେ, ବିଜ୍ନେସମ୍ୟାନ୍ ବାବା ଅନୁଭବ କଲେ ଯେ, ପ୍ରଚୁର ଧନ ମଧ୍ୟ ଜଣେ ବ୍ୟକ୍ତିକୁ ସନ୍ତୋଷ ଦେଇପାରିବ ନାହିଁ । ପରେ ସେ ଗେରୁଆ ପୋଷାକ ପିନ୍ଧି ସନ୍ୟାସ ନେବାକୁ ନିଷ୍ପତ୍ତି ନେଲେ। ଶେଷରେ ସବୁକିଛି ସମ୍ପତ୍ତି ଛାଡ଼ି ବାବା ପାଲଟି ଯାଇଛନ୍ତି ।