ଗୁଗୁଲ ମ୍ୟାପ ଯୋଗୁ ପୋଲ ତଳକୁ ଖସିଲା କାର, ଚାଲିଗଲା ୩ ଜୀବନ

ବରେଲି: ଗୁଗୁଲ ମ୍ୟାପ୍ ଯୋଗୁ ଚାଲିଗଲା ୩ ଜୀବନ । ଗୁଗୁଲ୍ ମ୍ୟାପ୍‌କୁ ବିଶ୍ୱାସ କରି ଯାଉଥିବା ବେଳେ ପୋଲ ତଳକୁ ଖସି ପଡ଼ିବାରୁ କାର ୩ ଜଣଙ୍କ ମୃତ୍ୟୁ ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ ।

ଗତ ଶନିବାର ବିବେକ ଏବଂ ଅମିତ ନାମକ ଦୁଇ ଜଣ ଯୁବକଙ୍କ ସହ ଆଉ ଜଣେ ଏକ କାରରେ ଗୁରୁଗ୍ରାମରୁ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ବରେଲି ଅଭିମୁଖେ ଯାଉଥିଲେ। ସେମାନେ ରାସ୍ତା ଜାଣି ନ ଥିବାରୁ ଗୁଗୁଲ୍ ମ୍ୟାପ୍ ଉପରେ ନିର୍ଭର କରୁଥିଲେ। ଯେଉଁଠାରେ ସେମାନଙ୍କର ଜିପିଏସ୍ ସେମାନଙ୍କୁ ଏକ ଖଣ୍ଡିଆ ଫ୍ଲାଏଓଭରକୁ ନେଇଗଲା। କାରଟି ବ୍ରିଜ ଉପରେ ଯାତ୍ରା କରୁଥିବା ବେଳେ ଅଧାପନ୍ତରିଆ ପୋଲ ଉପରୁ ଏକ ଗଭୀର ନଦୀକୁ ଖସି ପଡ଼ିଥିଲା। ରବିବାର ସକାଳେ ସ୍ଥାନୀୟ ଲୋକମାନେ କ୍ଷତିଗ୍ରସ୍ତ କାର ଏବଂ ମୃତ ତିନି ଜଣଙ୍କୁ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତୃତୀୟ ଜଣଙ୍କ ପରିଚୟ ମିଳିପାରିନାହିଁ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *