ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ସବୁ ଥାନାରେ ଲାଗିବ ସିସିଟିଭି

ଭୁବନେଶ୍ୱର: ହାଇକୋର୍ଟରେ ଭରତପୁର ଥାନା ବିବାଦ ମାମଲାର ଶୁଣାଣି ହୋଇଛି । ସେନା ଅଧିକାରୀଙ୍କ ପାଇଁ ଥାନାରେ କିଭଳି ବ୍ୟବହାର ରହିବ ସେନେଇ ଜାରି ହୋଇଥିବା ଏସଓପି ବାବଦରେ କୋର୍ଟଙ୍କୁ ଅବଗତ କରାଇଲେ ଆଡଭୋକେଟ୍ ଜେନେରାଲ । ଏସଓପି ନକଲ ଆମିକସ୍ କ୍ୟୁରୀଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ସବୁ ଥାନାରେ ସିସିଟିଭି ଲାଗିବା ସମ୍ପୂର୍ଣ୍ଣ କରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ ହାଇକୋର୍ଟଙ୍କୁ ଜଣାଇଲେ ଏଜି । ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଭରତପୁର ଥାନାରେ ଆର୍ମି ମେଜର ଓ ବାନ୍ଧବୀଙ୍କ ସହ ପୋଲିସର ବିବାଦ ମାମଲାରେ ଫରେନସିକ୍ ରିପୋର୍ଟ ଆସିଥିଲା । କ୍ରାଇମବ୍ରାଞ୍ଚ ହାତରେ ଲାଗିଥିଲା ଫରେନସିକ୍ ରିପୋର୍ଟ । ଗୁଜୁରାଟ ସ୍ଥିତ ଲାବ୍‌ରୁ ଏହି ଫରେନସିକ୍ ରିପୋର୍ଟ ଆସିଛି । ଏହି ଫରେନସିକ୍ ରିପୋର୍ଟ ଖୋଲିବ ଘଟଣାର ପ୍ରକୃତ ରହସ୍ୟ । ଗୁଜୁରାଟ ଫରେନସିକ୍ ଲାବ୍‌ରେ ଭରତପୁର ଥାନା ଅଧିକାରୀଙ୍କର ଫରେନସିକ୍ ଯାଞ୍ଚ ହୋଇଥିଲା । ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କର ବ୍ରେନମ୍ୟାପିଂ, ପଲିଗ୍ରାଫ ଓ ନାର୍କୋଟେଷ୍ଟ କରାଯାଇଥିଲା । ତିନି ଜଣ ଏସ୍‌ଆଇ ଓ ଜଣେ ଏଏସ୍‌ଆଇଙ୍କର ପଲିଗ୍ରାଫ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ । ଏଥିପାଇଁ ଭୁବନେଶ୍ୱର କୋର୍ଟ ଅନୁମତି ଦେଇଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *