ଭିକିଙ୍କ ସବୁଠୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ

ମୁମ୍ବାଇ: ବକ୍ସ ଅଫିସରେ ଧମାଲ କରୁଛି ଭିକି କୌଶଲଙ୍କ ଫିଲ୍ମ ‘ଛାବା’। ୧୪ ଫେବ୍ରୁଆରୀରେ ପରଦାକୁ ଆସିଥିବା ଏହି ଫିଲ୍ମ ଏବେ ଭାଙ୍ଗୁଛି ଅନେକ ରେକର୍ଡ। ୯ ଦିନରେ ଭିକିଙ୍କ ଏହି ଫିଲ୍ମ ୧୦ ବର୍ଷ ହେବ ରିଲିଜ ହୋଇଥିବା ସିନେମାକୁ ପଛରେ ପକାଇ ଦେଇଛି। ଏବେ ଛାବା ଭିକିଙ୍କ କ୍ୟାରିୟରର ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ।

୩୩.୧ କୋଟିରେ ବକ୍ସ ଅଫିସରେ ଖାତା ଖୋଲିଥିଲା ‘ଛାବା’। ପ୍ରଥମ ସପ୍ତାହରେ ଫିଲ୍ମ ୨୨୫.୨୮ କୋଟି ଟଙ୍କା ବ୍ୟବସାୟ କରିଛି। ଅଷ୍ଟମ ଦିନ ଫିଲ୍ମ ଛାବା ୨୪.୦୩ କୋଟି ବ୍ୟବସାୟ କରିଥିଲା। ଯାହା ସହ ଫିଲ୍ମ ମୋଟ ବ୍ୟବସାୟ ୨୪୯.୩୧ କୋଟିରେ ପହଞ୍ଚିଛି।

ସେହିପରି ୯ ଦିନ ଫିଲ୍ମ ୧୬.୫୫ କୋଟି ବ୍ୟବସାୟ କରିଛି। ଏହା ସହ ବକ୍ସ ଅଫିସରେ ଫିଲ୍ମ ୨୬୫.୮୬ କୋଟି ଟଙ୍କା ବ୍ୟବସାୟ କରିଛି। ଛାବାର ସଫଳତା ବ୍ଲକବଷ୍ଟର ଫିଲ୍ମ ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକକୁ ପଛରେ ପକାଇ ଦେଇଛି। ୨୦୧୯ରେ ରିଲିଜ ହୋଇଥିବା ଉରୀ ଫିଲ୍ମ ବକ୍ସ ଅଫିସରେ ୨୪୫.୩୬ କୋଟି ଟଙ୍କା ବ୍ୟବସାୟ କରିଥିଲା। ଏବେ ଏହାକୁ ପଛରେ ପକାଇ ଛାବା ବିକିଙ୍କ କ୍ୟାରିୟର ସବୁଠାରୁ ଅଧିକ ବ୍ୟବସାୟ କରିଥିବା ଫିଲ୍ମ ହୋଇଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *