ବର୍ଣ୍ଣବୋଧର ପ୍ରଚ୍ଛଦ ପୃଷ୍ଠାରେ ବିଲେଇ ସ୍ଥାନ ନେଲା ହରିଣ

ଭୁବନେଶ୍ୱର: ବଦଳିଗଲା ବର୍ଣ୍ଣବୋଧ । ଏହାର ପ୍ରଚ୍ଛଦ ପୃଷ୍ଠାରେ ବିଲେଇ ଚିତ୍ରକୁ ହଟାଇ ଦିଆଯାଇଛି । ଏବେ ସେହି ସ୍ଥାନ ନେଇଛି ହରିଣ । ବର୍ଣ୍ଣବୋଧର ହଠାତ୍ ଏପରି ନବୀକରଣକୁ ଲୋକେ ନାପସନ୍ଦ କରିଛନ୍ତି ।

ନୂଆ ସଂସ୍କରଣର ପ୍ରଥମ ପୃଷ୍ଠାରେ ଚିତ୍ରଣ ହୋଇଥିବା ହରିଣ ଚିତ୍ରକୁ ନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ବର୍ଣ୍ଣବୋଧରେ ବିଲେଇ ଆସିବା ପୂର୍ବରୁ ହରିଣ ଥିଲା । ୧୯୦୧ ମସିହାରେ ୧ ଅଣାରେ ବର୍ଣ୍ଣବୋଧ ଲେଖା ଯାଇଥିଲା । ସେଥିରେ ହରିଣ ଚିତ୍ର ଥିଲା । ବହିର ପ୍ରଥମ ପୃଷ୍ଠାକୁ ସ୍ୱତନ୍ତ୍ରତା ଦିଆଯାଇଛି । ଏଥିରେ କୌଣସି ନୂଆ ନାହିଁ । ଓଡ଼ିଆ ଅସ୍ମିତା ରଖାଯାଇଛି । ପୁଣି ପୁରୁଣା ଅବସ୍ଥାକୁ ଆମେ ଫେରିଛନ୍ତି । ଛବିଳ ମଧୁ ବର୍ଣ୍ଣବୋଧରେ ମଧୁଥିଲେ କିନ୍ତୁ ଏଥିରେ ମଧୁ ନାହାନ୍ତି । ଏଥିରେ ଓଡ଼ିଆ ଅସ୍ମିତାକୁ ପ୍ରାଥମିକତା ଦିଆଯାଇଛି । ଆଗକୁ ଯିବା ବଦଳରେ ଆମେ ୧୯୦୧ କୁ ଫେରିଛୁ । ଏଥିରେ ବି ସରଳତା ଓ ବୋଧଗମ୍ୟତା ରହିଛି । ୧୨୪ ବର୍ଷ ପରେ ମଧ୍ୟ ଏହାର ବିକଳ୍ପ ନାହିଁ । ପୁରୁଣାର ମୌଳିକତାକୁ ନଷ୍ଟ ନ କରି ନିର୍ଭୁଲ ଭାବେ ନୂଆ ସଂସ୍କରଣ ଅଣାଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ନୂଆ ସଂସ୍କରଣ ଅଣାଯାଇଛି ବୋଲି କହିଛନ୍ତି ମୂଖ୍ୟମନ୍ତ୍ରୀ ମୋହନ ମାଝୀ ।

ଭକ୍ତ କବି ମଧୁସୂଦନ ରାଓଙ୍କ ରଚିତ ବର୍ଣ୍ଣବୋଧର ଅବିକଳ ଶୋଭନ ସଂସ୍କରଣକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିସହ ଓଡ଼ିଆ ବର୍ଣ୍ଣବୋଧ ଡିଜିଟାଲ ସଂସ୍କରଣକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଛନ୍ତି । ଚଳିତ ବର୍ଷ ଏହି ପୁସ୍ତକର ୧୦ ହଜାର କପି ଛପାଇବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ପବିତ୍ର ଶ୍ରୀ ପଞ୍ଚମୀ ଓ ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମତିଥି ଅବସରରେ ତାଙ୍କ ରଚିତ ବର୍ଣ୍ଣବୋଧକୁ ନୂତନ ଭାବେ ପ୍ରକାଶ କରିବା, ଭକ୍ତକବିଙ୍କ ପ୍ରତି ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ଏବଂ ଓଡ଼ିଆ ଭାଷା ଯେଉଁ କାଳଖଣ୍ଡରେ ନିଜର ଅସ୍ଥିତ୍ୱ ଓ ଜାତୀୟତା ପାଇଁ ସଂଗ୍ରାମ କରୁଥିଲେ, ସେହି ସମୟରେ ଭକ୍ତକବି ମଧୁସୂଦନ ରାଓ, ଛବିଳ ମଧୁ ବର୍ଣ୍ଣବୋଧ ବହି ପ୍ରକାଶ କରି ଆମ ରାଜ୍ୟର ହୃତ ଗୌରବ ଫେରାଇ ଆଣିଥିଲେ । ବର୍ଣ୍ଣବୋଧକୁ ଆଗକୁ ନେବାକୁ ହେଲେ ସାମାଜିକ, ଆôର୍ଥକ ଓ ଶୈଖିକ ସ୍ଥିତି ଜାଣିବାକୁ ପଡ଼ିବ । ବର୍ଣ୍ଣବୋଧର ଭାଷା ଅତ୍ୟନ୍ତ ସହଜ ଓ ସରଳ ଥିଲା । କମ୍ ସମୟରେ ବହିଟି ବହୁତ ଆଦୃତ ହୋଇଥିଲା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *