ପହିଲି ଶୀତର ମଜା ନେବାକୁ ଦାରିଙ୍ଗବାଡ଼ିମୁହାଁ ପର୍ଯ୍ୟଟକ

ଦାରିଙ୍ଗବାଡି: ବିଭିନ୍ନ ଜିଲାରେ କିଛି ଦିନ ହେବ ଶୀତ ଅନୁଭବ ହୋଇଛି । ହେଲେ କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ଅସହ୍ୟ ଶୀତ ହେଉଛି । ସେଥିମଧ୍ୟରୁ ଦାରିଙ୍ଗବାଡି ବ୍ଲକରେ ଶୀତର ଅଧିକ ପ୍ରଭାବ ଦେଖିବାକୁ ମିଳୁଛି । ତାପମାତ୍ରା ଦିନକୁ ଦିନ ତଳ ମୁହାଁ ହେଉଥିବା ବେଳେ ୧୦ ଡିଗ୍ରୀ ପାଖାପାଖି ରହିଛି । ଅସହ୍ୟ ଶୀତ ଯୋଗୁଁ ପାଣିରେ ହାତ ଦେବା ମଧ୍ୟ କଷ୍ଟ ହୋଇପଡୁଛି । ଶୀତ ଯୋଗୁଁ ଲୋକେ ସକାଳୁ ଘରୁ ବାହାରିବାକୁ ଭୟ କରୁଛନ୍ତି । ଗରିବ ଲୋକମାନେ କାମଧନ୍ଦା ପାଇଁ ଘରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି।

ଚାଷୀମାନେ ମଧ୍ୟ ଚାଷ କାମରେ ଘରୁ ବାହାରି ପାରୁ ନାହାନ୍ତିି । ସନ୍ଧ୍ୟା ହେଲେ ରାସ୍ତାଘାଟ ଜନଶୂନ୍ୟ ହୋଇପଡୁଛି। ଅପରାହ୍ନ ୪ଟା ପରଠାରୁ ଶୀତ ବୃଦ୍ଧି ପାଇବା ସହ ସକାଳ ୧୦ଟା ପର୍ଯ୍ୟନ୍ତ ଶୀତ ଥରାଉଛି। ବାହାରେ କାକର ପଡୁଥିବାରୁ ଜାଡ଼ ଅଧିକ ଅନୁଭୂତ ହେଉଛି। ଶୀତରୁ ମୁକ୍ତି ପାଇବା ପାଇଁ ସବୁଠି ଲୋକ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ପହିଲି ଶୀତର ମଜା ନେବାକୁ ଦାରିଙ୍ଗବାଡ଼ିମୁହାଁ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ।

ସ୍ଥାନୀୟ ଲୋକଙ୍କୁ ଶୀତ କଷ୍ଟ ଦେଉଥିବା ବେଳେ ଶୀତର ମଜା ନେବା ପାଇଁ ଦାରିଙ୍ଗବାଡ଼ି ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ବିଶେଷକରି ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ଦାରିଙ୍ଗବାଡ଼ିର ଅପୂର୍ବ ସୌନ୍ଦର୍ଯ୍ୟକୁ ପସନ୍ଦ କରିବା ସହ ଏହାର ପରିବେଶ ଜଙ୍ଗଲ ଆଦି ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତି। ହୋଟେଲଠାରୁ ଆରମ୍ଭ କରି ପର୍ଯ୍ୟଟନକ୍ଷେତ୍ର ଯୁଆଡ଼େ ଦେଖିବେ ଶହ ଶହ ପର୍ଯ୍ୟଟକ। ପର୍ଯ୍ୟଟକଙ୍କ ଆଗମନକୁ ଦେଖି ବ୍ୟବସାୟୀମାନେ ମଧ୍ୟ ପ୍ରସ୍ତୁତ। ପର୍ଯ୍ୟଟକମାନେ ଦୁଲୁରୁ ପାଇନବଣ ସମେତ କଫିବଗିଚା, ହିଲ୍‌ଭିୟୁ ପାର୍କ, ନେଚର ପାର୍କ, ଶାନ୍ତି ଉପତ୍ୟକା, କିରିକୁଟି ଲଭର୍ସ ପଏଣ୍ଟ, ଡୁଲୁରୀ ୱାକିଂ ଟ୍ରେଲରେ ଭିଡ଼ ଜମାଇ ବଣ ଭୋଜି କରିବା ଆରମ୍ଭ କଲେଣି। କେବଳ ହିଲ୍‌ଭିୟୁ ପାର୍କ ଏବଂ କଫିବଗିଚାରେ ବେଶୀ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *