ଘାତକ ସାଜିଛି ପ୍ରଦୂଷଣ, ହେବ ଅନଲାଇନ୍ କ୍ଲାସ

ନୂଆଦିଲ୍ଲୀ: ଦିନକୁ ଦିନ ବିଷାକ୍ତ ହେଲାଣୀ ଦିଲ୍ଲୀ ବାୟୁ । ଦିଲ୍ଲୀବାସୀଙ୍କ ପାଇଁ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ୁଛି। ପ୍ରଦୂଷଣର ଚାଦର ତଳେ ରହିଛି ଦିଲ୍ଲୀ ସହର। ଧୂଆଁଳିଆ ପରିବେଶ ମଧ୍ୟରେ ଲୋକମାନେ କେବଳ ଅଣନିଃଶ୍ୱାସୀ ଅନୁଭବ କରୁ ଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ କରିବାର ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ତେବେ ଅନଲାଇନ ମୋଡରେ ଚାଲିବ ପାଠପଢା। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ, ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟ କେବଳ ଅନଲାଇନ ମୋଡରେ ଚାଲିବ ବୋଲି ସୂଚନା ମିଳିଛି।

ଗତ ତିନି ଦିନ ହେବ ଦିଲ୍ଲୀର ବାୟୁ ଗୁଣବତ୍ତା ନିମ୍ନସ୍ତରକୁ ଖସି ଆସିଛି। ଏୟାର୍ କ୍ୱାଲିଟି ଇଣ୍ଡେକ୍ସ (ଇଛଓ) ବା ବାୟୁ ଗୁଣବତ୍ତା ସୂଚକାଙ୍କ ୪୯୮ରେ ପହଞ୍ଚିଛି, ଯାହା ଅତ୍ୟନ୍ତ ଖରାପ। ଓଛଇସକ୍ସ (ଏକ ସ୍ୱିସ୍ କମ୍ପାନୀ) ରିପୋର୍ଟ ଅନୁସାରେ, ଆଜି ସକାଳ ୭ଟା ସୁଦ୍ଧା ଦିଲ୍ଲୀ ହେଉଛି ବିଶ୍ୱର ଦ୍ୱିତୀୟ ପ୍ରଦୂଷିତ ସହର। ପ୍ରଥମରେ ପାକିସ୍ତାନର ଲାହୋର ରହିଛି। ଲାହୋରରେ ବାୟୁ ଗୁଣବତ୍ତା ସୂଚକାଙ୍କ ୭୭୯। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମୀର ଆପ୍ ଅନୁଯାୟୀ, ଆଜି ସକାଳେ ଦିଲ୍ଲୀର ପାଞ୍ଚଟି ସହରରେ ପ୍ରଦୂଷଣର ମାତ୍ରା ସର୍ବାଧିକ ରହିଛି। ଜାହାଙ୍ଗୀରପୁରୀ (ଇଛଓ ୪୫୮), ବାୱାନା (୪୫୫), ୱାଜିରପୁର (୪୫୫), ରୋହିଣୀ (୪୫୨) ଏବଂ ପଞ୍ଜାବୀ ବାଗ (୪୪୩)ରେ ପହଞ୍ଚିଛି।

ଦିଲ୍ଲୀରେ ବାୟୁ ପ୍ରଦୂଷଣର ମୁଖ୍ୟ କାରଣ ହେଉଛି ଗାଡ଼ି-ମୋଟରରୁ ନିର୍ଗତ ଧୂଆଁ ସାଙ୍ଗକୁ ଆଖପାଖ ଅଞ୍ଚଳରେ ନଡ଼ା ଜାଳିବା, ନିର୍ମାଣ କାର୍ଯ୍ୟ, ଶିଳ୍ପ ପ୍ରଦୂଷଣ ଇତ୍ୟାଦି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ବିଭିନ୍ନ ପଦକ୍ଷେପ ନେଉଥିଲେ ବି ସ୍ଥିତିରେ ସୁଧାର ଆସି ପାରୁନାହିଁ।

ସେପଟେ, ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜିଠାରୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଅନାବଶ୍ୟକ ନିର୍ମାଣ ଓ ଉଚ୍ଛେଦ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀ, ଗୁରୁଗ୍ରାମ, ଗାଜିଆବାଦ, ଫରିଦାବାଦ ଓ ଗୌତମବୁଦ୍ଧ ନଗରରେ ଜିଆରଏପି-୩ ଲାଗୁ ହୋଇଥିବାରୁ ପେଟ୍ରୋଲ ଚାଳିତ ବିଏସ୍-୩ ଓ ଡିଜେଲ ଚାଳିତ ବିଏସ-୪ ବର୍ଗର ଗାଡ଼ି ଚାଳନା ଉପରେ ରୋକ୍ ଲଗାଯାଇଛି।

କିନ୍ତୁ ଜାତୀୟ ସୁରକ୍ଷା, ସ୍ୱାସ୍ଥ୍ୟ ଓ କିଛି ନିର୍ଦ୍ଦିଷ୍ଟ ସର୍ବସାଧାରଣ ନିର୍ମାଣ ଉପରେ କୌଣସି କଟକଣା ରଖାଯାଇ ନାହିଁ। ପରିବେଶରେ ଉଡ଼ୁଥିବା ଧୂଳି କଣାକୁ ରୋକିବା ପାଇଁ ଜିଆରଏପି-୩ର ତୃତୀୟ ପର୍ଯ୍ୟାୟରେ ରାସ୍ତା ସଫା କରିବା ପାଇଁ ଅତ୍ୟାଧୁନିକ ମେସିନ ଓ ପାଣି ସିଞ୍ଚନ ବ୍ୟବସ୍ଥା ହେବ। ଜରୁରୀ ସେବାକୁ ଛାଡ଼ି ଦେଲେ ଡିଜେଲ ଚାଳିତ ଜେନେରଟର ବ୍ୟବହାର ହୋଇପାରିବ ନାହିଁ।

ବଡ଼ ବଡ଼ ୱେଲ୍ଡିଂ ଓ ଗ୍ୟାସ କଟିଂ ଉପରେ ରୋକ୍ ଲଗାଯାଇଛି। କିନ୍ତୁ ମେକାନିକାଲ, ଇଲେକ୍ଟ୍ରିକାଲ ଓ ପାଣି ପାଇପ ଜନିତ ଛୋଟ ଛୋଟ ଛୋଟ ୱେଲ୍ଡିଂକୁ କଟକଣାରୁ ବାଦ୍ ଦିଆଯାଇଛି। ସେହିପରି ପେଣ୍ଟିଂ, ପଲିଶିଂ ଓ ରଙ୍ଗ ଲିଭା କାର୍ଯ୍ୟ ହୋଇପାରିବ ନାହିଁ। ଘର ଭିତରେ ଛୋଟ ଧରଣର ସିମେଣ୍ଟ ଓ ରଙ୍ଗ ଦେବା କାମ କରାଯାଇ ପାରିବ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *