ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ପ୍ରତିରକ୍ଷା ମନ୍ତ୍ରୀ

ପ୍ରୟାଗରାଜ: ଉତ୍ତର ପ୍ରଦେଶର ପ୍ରୟାଗରାଜ ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ମହାକୁମ୍ଭ ଭାରତୀୟ ସଂସ୍କୃତିର ଏକ ମହାନ ପର୍ବ। ଏଠାରେ ବୁଡ଼ ପକାଇବା ପାଇଁ ସୁଯୋଗ ମିଳୁଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଛନ୍ତି ।

ଉତ୍ତର ପ୍ରଦେଶର ପ୍ରୟାଗରାଜ ମହାକୁମ୍ଭ ମେଳାକୁ ଦେଶ-ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଇତିମଧ୍ୟରେ ଏହି ମେଳାରେ କୋଟି କୋଟି ଶ୍ରଦ୍ଧାଳୁ ପବିତ୍ର ବୁଡ଼ ପକାଇ ସାରିଲେଣି। ଏବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ମହାକୁମ୍ଭରେ ପହଞ୍ଚି ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି । ସେ କହିଛନ୍ତି ଯେ, ଏହା ମୋର ସୌଭାଗ୍ୟ ଯେ ଭଗବାନ ମୋତେ ମହାକୁମ୍ଭକୁ ଆସିବାର ସୁଯୋଗ ଦେଇଛନ୍ତି। ଏହି ସ୍ୱତନ୍ତ୍ର ମହାକୁମ୍ଭକୁ ଆସି ସଙ୍ଗମରେ ବୁଡ଼ ପକାଇ ନିଜକୁ ଧନ୍ୟ ମନେ କରୁଛି।

ମୁଁ ବିଶ୍ୱାସ କରେ ଯେ ଏହା ଭାରତୀୟ ସଂସ୍କୃତି ଏବଂ ସନାତନ ଧର୍ମର ଆଧ୍ୟାତ୍ମିକ ଅନୁଭୂତିର ଏକ ପର୍ବ। ମହାକୁମ୍ଭ ହେଉଛି ଜ୍ୟୋର୍ତିବିଜ୍ଞାନ ଉପରେ ଆଧାରିତ ଏକ ଉତ୍ସବ। ସମସ୍ତ ଜାତି, ଧର୍ମ ଏବଂ ବିଭିନ୍ନ ଦେଶର ଲୋକମାନେ ଏକତାରେ ଏକାଠି ହୁଅନ୍ତି। ମହାକୁମ୍ଭ ହେଉଛି ସନାତନ ଧର୍ମର ଆଧ୍ୟାତ୍ମିକତା ଏବଂ ବୈଜ୍ଞାନିକ ଦିଗ ସହିତ ଗଙ୍ଗା, ଯମୁନା ଏବଂ ସରସ୍ୱତୀଙ୍କ ସଙ୍ଗମସ୍ଥଳ ଏବଂ ସାମାଜିକ ସମନ୍ୱୟ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମହାକୁମ୍ଭର ଏହି ବାର୍ତ୍ତା ହେଉଛି ଯେ ଭାରତ ଏକତାବଦ୍ଧ ରହିବ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *