ବିଷ ବଳୟରେ ରାଜଧାନୀ ଦିଲ୍ଲୀ, ଗ୍ରାଫ୍‌-୪ ଲାଗୁ

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ। ବାୟୁର ମାନ ସିଭିୟର୍ ପ୍ଲସ୍ ବା ଅତି ଖରାପ ବର୍ଗରେ ପହଁଞ୍ଚିଛି। ରେକର୍ଡ ଭାଙ୍ଗିଛି ଇଛଓ। ଆଜି ସକାଳୁ ଦିଲ୍ଲୀରେ ବାୟୁର ମାନ ୪୮୦ ଉପରେ ଥିବା ରେକର୍ଡ କରାଯାଇଛି। ଫଳରେ ମୁକାବିଲା ପାଇଁ ଆଜିଠୁ ସକାଳ ୮ଟାରୁ ଦିଲ୍ଲୀ-ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍-୪ ଲାଗୁ ହୋଇଛି।

ଲଗାତର ସପ୍ତାହ ଧରି ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଉପରେ ରହି ଆସିଲାଣି। ଗତକାଲି ସନ୍ଧ୍ୟା ୭ଟାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୫୭ ଛୁଇଁଥିଲା। ଏହାପରେ ଗ୍ରେପ୍ ସବ୍ କମିଟିର ଜରୁରୀ ବୈଠକ ବସିଥିଲା। ଏହାର ମୁକାବିଲା ପାଇଁ ଗ୍ରେପ-୪ କଟକଣା ନେଇ ନିଷ୍ପତ୍ତି ହୋଇଥିଲା। ଏହାପୂର୍ବରୁ ଅକ୍ଟୋବର ୧୪ ତାରିଖରେ ଗ୍ରେପ୍-୧, ଅକ୍ଟୋବର ୨୧ରେ ଗ୍ରେପ୍-୨ ଏବଂ ନଭେମ୍ବର ୧୪ ତାରିଖରେ ଗ୍ରେପ୍-୩ ଲାଗୁ ହୋଇଥିଲା।

ସରକାରୀ ଓ ବେସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀରେ କାମ କରିବା ସହ ଅନ୍ୟମାନେ ୱାର୍କ ଫ୍ରମ୍ ହୋମ୍ କରିବାକୁ କୁହାଯାଇଛି। କେନ୍ଦ୍ର ସରକାରୀ କର୍ମଚାରୀ ୱର୍କ ଫ୍ରମ ହୋମ କରିବା ଉପରେ ନିଷ୍ପତ୍ତି ନେବାକୁ କୁହାଯାଇଛି। ଏଥିସହ ଦିଲ୍ଲୀରେ ଅଡ୍ ଇଭିନ୍ ନମ୍ବର ଗାଡି ଚଳାଚଳ ପାଇଁ କୁହାଯାଇଛି। ଶିଶୁ, ବରିଷ୍ଠ ନାଗରିକ ଏବଂ ହୃଦରୋଗ ଓ ଶ୍ୱାସ ଜନିତ ସମସ୍ୟା ଥିବା ରୋଗୀଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ଟ୍ରକ୍ ପ୍ରବେଶ ଉପରେ ପ୍ରତିବନ୍ଧକ: କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବା ଟ୍ରକଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ଅନ୍ୟ ସମସ୍ତ ଟ୍ରକର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯିବ।

ହାଲୁକା ବାଣିଜ୍ୟିକ ଯାନ ଉପରେ ପ୍ରତିବନ୍ଧକ: ଦିଲ୍ଲୀ ବାହାରେ ପଞ୍ଜୀକୃତ ହୋଇଥିବା ଡିଜେଲ ଚାଳିତ ହାଲୁକା ବାଣିଜ୍ୟିକ ଯାନଗୁଡିକୁ ଦିଲ୍ଲୀ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ।

ମଧ୍ୟମ ଏବଂ ଭାରୀ ମାଲବାହୀ ଯାନ ଉପରେ ନିଷେଧାଦେଶ: ଦିଲ୍ଲୀରେ ଈଝ-୪ କିମ୍ବା ଏହାଠାରୁ କମ ବର୍ଗର ଡିଜେଲ ଚାଳିତ ମଧ୍ୟମ ଏବଂ ଭାରୀ ମାଲବାହୀ ଯାନ ଚଳାଚଳ ସମ୍ପୂର୍ଣ୍ଣ ନିଷିଦ୍ଧ ହେବ।

ନିର୍ମାଣ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ: ରାଜପଥ, ସଡକ, ଫ୍ଲାଏ ଓଭର ଏବଂ ଓଭରବ୍ରିଜ୍ ଭଳି ସମସ୍ତ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିବ।

ବିଦ୍ୟାଳୟରେ ଅଫଲାଇନ୍ କ୍ଲାସ୍ ବନ୍ଦ: ଶୁକ୍ରବାର ଦିନ ଏଜଇଚ-୩ ଲାଗୁ ହେବା ପରେ ହିଁ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିବା ଏବଂ ଅନଲାଇନରେ କ୍ଲାସ୍ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ ଏଜଇଚ-୪ ଲାଗୁ ହେଉଥିବାରୁ ଏହି ପ୍ରତିବନ୍ଧକଗୁଡିକ ଅଧିକ କଠୋର ଭାବରେ କାର୍ଯ୍ୟକାରୀ କରାଯିବ। ଦଶମ ଓ ଦ୍ୱାଦଶ ଶ୍ରେଣୀ ବ୍ୟତୀତ ଅନ୍ୟ ସମସ୍ତ କ୍ଲାସ ଅନଲାଇନ୍ ହେବ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *