ହଜିଲା କୁକୁର ଖୋଜିଲେ ମିଳିବ ୫୦ ହଜାର ଟଙ୍କା

ଆଗ୍ରା: ହଜିଯାଇଛି ପୋଷା କୁକୁର। ଯିଏ ହଜିଥିବା ପୋଷା କୁକୁରକୁ ଖୋଜି ଦେଇ ମାଲିକକୁ ଦବ ତାକୁ ମିଳିବ ୫୦ ହଜାର ଟଙ୍କା। ଆପଣଙ୍କୁ କଥା ବିଶ୍ୱାସ ନହେଉଥିଲେ ବି ସତ। ଏଭଳି କିଛି ପ୍ରତିଶ୍ରୁତି ଦେଇ ହଜିଥିବା କୁକୁରକୁ ଖୋଜିବାକୁ ପ୍ରୟାସ କରଛନ୍ତି ଦିଲ୍ଲୀର ଦମ୍ପତି । ଯିଏବି ସହୃଦୟ ବ୍ୟକ୍ତି ତାଙ୍କ ପୋଷା କୁକୁରକୁ ଖୋଜିଦେବ ସେ ତାଙ୍କୁ ୫୦ ହଜାର ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ତେବେ ଦିଲ୍ଲୀ ନିବାସୀ ଦମ୍ପତି ଦୀପାୟନ ଘୋଷ ଏବଂ କସ୍ତୁରୀ ପାତ୍ରା ତାଙ୍କର ଦୁଇ ପୋଷା କୁକୁର ସହିତ ଗତ ୧ ତାରିଖରେ ଛୁଟି ମନାଇବାକୁ ଆଗ୍ରା ଯାଇଥିଲେ । ସେଠି ସେମାନେ ତାଜ୍ ହୋଟେଲରେ ରହଣି କରିଥିଲେ । ଯେଯେତୁ ତାଜ୍ ହୋଟେଲ୍ ଏକ ପେଟ୍ ଫ୍ରେଣ୍ଡଲି ହୋଟେଲ ଥିଲା ଏବଂ ସେମାନେ କୁକୁରଙ୍କ ରକ୍ଷଣାବେକ୍ଷଣା କଥା ବି ବୁଝୁଥିଲେ । ଏଥିପାଇଁ ହୋଟେଲ ପ୍ରତି ୩ ଘଣ୍ଟାକୁ ୨୦୦୦ ଟଙ୍କା ଚାର୍ଜ କରୁଥିଲେ । ତେଣୁ ଦମ୍ପତି ତାଙ୍କର ଦୁଇଟି କୁକୁର ଦାୟିତ୍ବ ହୋଟେଲକୁ ଦେଇ କିଛି ସମୟ ପାଇଁ ବାହାରକୁ ଯାଇଥିଲେ ।

ହେଲେ ହଠାତ୍ ସେମାନଙ୍କୁ ହୋଟେଲରୁ କଲ୍ ଗଲା ଯେ, ତାଙ୍କର ଗୋଟିଏ କୁକୁର କେଉଁଆଡେ ଚାଲିଯାଇଛି । ଯାହାକୁ ସିସିଟିଭିରେ ଶେଷ ଥର ପାଇଁ ତାଜ୍ ମହଲ ମେଟ୍ରୋ ଷ୍ଟେସନ ପାଖରେ ଦେଖିବାକୁ ମିଳିଥିଲା । ହେଲେ ଏବେ ତାହାର ପତ୍ତା ମିଳିନାହିଁ । ଯାହାକୁ ଖୋଜି ଦେବା ପାଇଁ ପ୍ରଥମେ ଦମ୍ପତି ଭିଡିଓ କରି ୧୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

ହେଲେ ପରେ ଯେତେବେଳେ ୨ରୁ ୩ ଦିନ ପରେ କୁକୁରର କୌଣସି ଖୋଜ୍ ଖବର ମିଳିଲା ନାହିଁ ଏବେ ସେମାନେ ଏହି ରାଶିକୁ ବଢାଇ ୫୦ ହଜାର ଟଙ୍କା କରିଦେଇଛନ୍ତି । ଏଥି ସହିତ ହୋଟେଲ ପରିସରର ୩୦ କିମି ଭିତରେ ଥିବା ସିସିଟିଭିକୁ ଯାଞ୍ଚ ପାଇଁ ୩୦ରୁ ଅଧିକ ଲୋକଙ୍କୁ କାମରେ ଲଗେଇଛନ୍ତି ।

ଏହି ପୂରା ମାମଲାକୁ ନେଇ ତାଜ୍ ସୁରକ୍ଷାର ସହାୟକ ପୋଲିସ୍ କହିଛନ୍ତି, ସ୍ମାର୍ଟ ସିଟି କ୍ୟାମେରାରୁ ଯାହା ଜଣାପଡିଛି, କୁକୁରଟି ଶାହଜାହାନ୍ ଗାର୍ଡେନ୍ ଆଡକୁ ଯାଇଛି । ହେଲେ ତାହାର ପତ୍ତା ମିଳିନାହିଁ । ଏହାକୁ ନେଇ ଯାଞ୍ଚ ଚାଲିଛି ।

ଅନ୍ୟପକ୍ଷରେ ଦମ୍ପତି କୁକୁର ହଜିବା ପାଇଁ ତାଜ୍ ହୋଟେଲକୁ ଦାୟୀ କରି ତାଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜ୍ଜୁ କରିଛନ୍ତି । ହୋଟେଲ କର୍ତ୍ତୃପକ୍ଷଙ୍କ ଅସାବଧାନତା ଯୋଗୁଁ ତାଙ୍କ କୁକୁର ନିଖୋଜ ଥିବା ସେମାନେ ଦର୍ଶାଇଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *