ପୁରୀ: ସରିଲା କାର୍ତ୍ତିକ କଟକଣା, ପୁଣି ଖୋଲିଲା ମହାପ୍ରଭୁଙ୍କ ୩ ଦ୍ୱାର। ଏଥର ଭକ୍ତ ୪ ଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏଥର ଭକ୍ତଙ୍କୁ ଆଉ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।
ଏହା ସହ କୁହାଯାଇଛି, , ଶ୍ରଦ୍ଧାଳୁମାନେ ସମସ୍ତ ୪ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ, ହେଲେ କେବଳ ୩ଟି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ସିଂହଦ୍ୱାର ବ୍ୟତୀତ ଅନ୍ୟ ୩ ଦ୍ୱାର ଦେଇ ଶ୍ରଦ୍ଧାଳୁମାନେ ପ୍ରସ୍ଥାନ କରିପାରିବେ । କେବଳ ସେବକ ଓ ତାଙ୍କ ପରିବାର ବର୍ଗ ସମସ୍ତ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ ।
ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ଖୋଲିଥିଲା ଶ୍ରୀମନ୍ଦିର ଚାରିଦ୍ୱାର। ୩ ଦ୍ୱାର ବନ୍ଦ ନିଷ୍ପତିକୁ ହଟାଇ ସରକାର ୪ ଦ୍ୱାର ଖୋଲିଥିଲେ। ହେଲେ କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼କୁ ଦୃଷ୍ଟିରେ ସରକାର ନିଷ୍ପତ୍ତି ପରିବର୍ତ୍ତନ କରିଥିଲେ । ୪ ଦ୍ବାର ବଦଳରେ ଭକ୍ତମାନଙ୍କୁ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବାର ବ୍ୟବସ୍ଥା ଥିଲା । ଆଜି କାର୍ତ୍ତିକ ମାସ ସରିବା ପରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।
ଅନ୍ୟପଟେ, ଶ୍ରୀମନ୍ଦିର ନାଟମଣ୍ଡପଠାରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଏବେ ବିଚାରାଧୀନ ଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ପରବର୍ତ୍ତୀ ସମୟରେ ଏହା ଉପରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ।
ଗତକାଲି କାର୍ତ୍ତିକ ପୂର୍ଣ୍ଣିମା ଯୋଗୁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳଙ୍କୁ ସମାଗମ ହୋଇଥିଲା ଶ୍ରୀକ୍ଷେତ୍ରର ପବିତ୍ର ମହୋଦଧି ଓ ତୀର୍ଥ ପୁଷ୍କରିଣୀମାନଙ୍କରେ ହବିଷ୍ୟାଳିମାନେ ରାଧା ଦାମୋଦର ପୂଜା କରି କାର୍ତ୍ତିକ ବ୍ରତ ଉଦଯାପିତ କରିଛନ୍ତି । ଆଉ ଶ୍ରୀମନ୍ଦିରରେ ରାଜ ରାଜେଶ୍ୱର ବେଶ ଦର୍ଶନ କରି ମହାପ୍ରସାଦ ଖାଇ ମହାପୁଣ୍ୟ ଅର୍ଜନ କରିଛନ୍ତି ଭକ୍ତ ।