ବିବାହର ୪ ବର୍ଷ ପରେ ଅଲଗା ହେବେ ଧନଶ୍ରୀ ଓ ଚହଲ

ନୂଆଦିଲ୍ଲୀ: ବିବାହର ୪ ବର୍ଷ ପରେ ଅଲଗା ହେବେ ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଓ କ୍ରିକେଟର ସ୍ୱାମୀ ୟୁଜବେନ୍ଦ୍ର ଚହଲ । ସେମାନଙ୍କ ସମ୍ପର୍କରେ ଦେଖାଦେଇଛି ଫାଟ । ଯାହାକୁ ନେଇ ଦୁହିଁଙ୍କ ବିବାହ ବିଚ୍ଛେଦ ହେବାକୁ ଯାଉଛି । ଧନଶ୍ରୀଙ୍କ ସହ ପ୍ରତିଟି ଫଟୋକୁ ଚହଲ ଡିଲିଟ୍ କରିଦେଇଥିବା ଜଣାଯାଇଛି । ଏପଟେ ଚହଲଙ୍କୁ ଅନଫଲୋ କରିଛନ୍ତି ଧନଶ୍ରୀ । ଦୁହିଁଙ୍କ ଡିଭୋର୍ସ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଦୁହେଁ ଅଲଗା ହେବାର କାରଣ ସ୍ପଷ୍ଟ ହୋଇ ନାହିଁ ।

ଧନଶ୍ରୀ ଓ ଚହଲ ଅଲଗା ହେବା ଲାଗି ନିଷ୍ପତ୍ତି ନେଇସାରିଥିବା କୁହାଯାଉଛି । ଗତବର୍ଷ ଇନଷ୍ଟାଗ୍ରାମରେ ଧନଶ୍ରୀ ନିଜ ନାଁରୁ ଚହଲ ସରନେମ୍ ହଟାଇବା ପରେ, ଚହଲ ‘ନ୍ୟୁ ଲାଇଫ୍ ଲୋଡିଂ’ କ୍ୟାପଶନ୍ ଲେଖି ଏକ ପୋଷ୍ଟ ଶେୟାର କରିଥିଲେ । ଯାହାପରେ ଉଭୟଙ୍କ ଭିତରେ କିଛି ଠିକ୍ ନ ଥିବା କଥା ଚର୍ଚ୍ଚା ହୋଇଥିଲା । ୨୦୨୦ ଡିସେମ୍ବର ୧୧ରେ ଧନଶ୍ରୀ ଓ ଚହଲ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟଙ୍କ ପ୍ରେମ ବିବାହ ଥିଲା । ଧନଶ୍ରୀଙ୍କ ନାଚର ଦିୱାନା ଥିଲେ ଚହଲ । ଦିନେ ଧନଶ୍ରୀଙ୍କ ରିଲ୍ସ ଦେଖିବା ପରେ ଚହଲ ତାଙ୍କୁ ନାଚ ଶିଖାଇବା ପାଇଁ କହିଥିଲେ । ଯେଉଁଥିରେ ଧନଶ୍ରୀ ରାଜି ମଧ୍ୟ ହୋଇଥିଲେ । ଏହାପରେ ସେମାନେ ପ୍ରେମରେ ପଡ଼ି ଶେଷରେ ବିବାହ କରିଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *