ମୁମ୍ବାଇ: ବିଚ୍ଛେଦ ଭିତରେ ଗୀତ। ଖାଲି ଗୀତ ନା ଏହା ଭିତରେ ଅଛି କି ସତ୍ୟତା। କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ସମ୍ପର୍କରେ ପଡ଼ିଯାଇଛି ପୂର୍ଣ୍ଣଚ୍ଛେଦ। କ’ଣ ପାଇଁ ତାଙ୍କ ବୈବାହିକ ଜୀବନରେ ତିକ୍ତତା ଆସିଲା। ଅଳ୍ପ ଦିନ ସମ୍ପର୍କ ବିଚ୍ଛେଦରେ ପରିଣତ ହେଲା ତାକୁ ନେଇ ସବୁଠି ଚର୍ଚ୍ଚା। କ’ଣ ଘଟିଥିଲା ସେମାନଙ୍କ ଭିତରେ। ଦୁହେଁ ଏନେଇ ମିଡିଆ ସାମ୍ନାରେ କେବେ ହେଲେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।
ଉଭୟଙ୍କ ଅଫିସିଆଲି ବିବାହ ବିଚ୍ଛେଦ ହୋଇସାରିଥିବା ନେଇ ଖବର ପ୍ରକାଶ ପାଇବା ପରେ ପରେ ଏବେ ଅଭିନେତ୍ରୀ ତଥା ଡ୍ୟାନ୍ସର ଧନଶ୍ରୀ ବର୍ମାଙ୍କର ଏକ ନୂଆ ମ୍ୟୁଜିକାଲ ଭିଡିଓ ରିଲିଜ୍ ହୋଇଛି । ଯେଉଁଥିରେ ଏକ ଟକ୍ସିକ୍ ରିଲେସନସିପରେ କିପରି ଧନଶ୍ରୀ ଅତିଷ୍ଠ ହୋଇ ଶେଷରେ ନିଜ ସ୍ୱାମୀଙ୍କୁ ଛାଡୁଛନ୍ତି, ତାହା ଉପରେ ଏକ ଗୀତରେ ଅଭିନୟ କରିଛନ୍ତି ଧନଶ୍ରୀ । ତେବେ କାହିଁକି ଧନଶ୍ରୀ ଏବଂ ଚହଲ ପରସ୍ପରଠାରୁ ଅଲଗା ହେଉଛନ୍ତି, ତାହାର କାରଣ ଜଣାନଥିବା ବେଳେ ଏହାକୁ ନେଇ ଏବେ ଚର୍ଚ୍ଚା, ଏହା କେବଳ ଏକ ଗୀତର ଷ୍ଟୋରୀ, ନା ଏହା ମାଧ୍ୟମରେ ନିଜ ଫ୍ୟାନ୍ସଙ୍କୁ କିଛି ଇଶାରା ଦେଉଛନ୍ତି ଧନଶ୍ରୀ ।
ତେବେ ଏହି ଭିଡିଓ ଗୀତଟିରେ ଭାବପ୍ରବଣ ସଂଘର୍ଷ ଏବଂ ପ୍ରେମର ଜଟିଳତାକୁ ପ୍ରତିଫଳିତ କରିଛନ୍ତି ଧନଶ୍ରୀ । ଯେଉଁଥିରେ ଦେଖାଦେଇଛି, ଧନଶ୍ରୀ ଏକ ରାଜପରିବାରରେ ବିବାହ କରିଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ କଷ୍ଟକର ପରିସ୍ଥିତି ସହ ବିତୁଛି । ଇଶ୍ୱକ ସିଂହ ଏବଂ ଧନଶ୍ରୀ ବର୍ମା ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଯେଉଁଥିରେ ଇଶ୍ୱକ ଧନଶ୍ରୀଙ୍କୁ ମାଡ ମାରିବା, ପରକ୍ରିୟା ପ୍ରୀତିରେ ଲିପ୍ତ ରହିବା ଭଳି ଦୃଶ୍ୟ ରହିଛି । ଯାହା ଏକ ଟକ୍ସିକ୍ ସଂପର୍କର ଅବିଚ୍ଛେଦିତ ଚିତ୍ରଣ ବର୍ଣ୍ଣନା କରିଛି ।
ତେବେ ଏହାକୁ ନିଜ ସୋସିଆଲ ମିଡିଆ ସାଇଟରେ ସେୟାର କରି ଧନଶ୍ରୀ ଲେଖିଛନ୍ତି, ଏଥିରେ ମୁଁ ଏକ ସୁବୁଠୁ ଅଧିକ ଭାବପ୍ରବଣ ଅଭିନୟର ଅଂଶ ହେଲି । ପ୍ରତ୍ୟେକ ଅଭିନେତା ସବବେଳେ ଏପରି ଚରିତ୍ରରେ ଅଭିନୟ କରି ନିଜର ସାମର୍ଥ୍ୟ ଦେଖାଇବାକୁ ଚାହାନ୍ତି ଏବଂ ଏଭଳି ପ୍ରଦଶର୍ନ ପାଇଁ ଏହା ଏକ ନିର୍ଦ୍ଦିଷ୍ଟ ସ୍ତରର ପ୍ରଦର୍ଶନ ଆବଶ୍ୟକ କରେ । ଟି-ସିରିଜ୍ ସହ ଏଭଳି ଏକ ମ୍ୟୁଜିକ ଭିଡିଓ ସୁଟିଂ କରିବା ତାଙ୍କ ପାଇଁ ଆନନ୍ଦଦାୟକ ଥିଲା ବୋଲି କହିଛନ୍ତି ଧନଶ୍ରୀ ।
ତେବେ ୨୦୨୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏବେ ସେମାନେ ପରସ୍ପର ଠାରୁ ଅଲଗା ହୋଇଥିବା ଖବର ସାମ୍ନାକୁ ଆସିଛି । ଏଥିସହିତ ଧନଶ୍ରୀ ଏବଂ ଚହଲ ସେମାନଙ୍କର ଛାଡପତ୍ର ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି । ଚହଲ ତାଙ୍କ ପୂବର୍ତନ ପତ୍ନୀଙ୍କୁ ୪.୭୫ କୋଟି ଟଙ୍କା ଭରଣେପାଷଣ ଦେବାକୁ ମଧ୍ୟ ରାଜି ହୋଇଛନ୍ତି । ବମ୍ବେ ହାଇକୋର୍ଟ ଉଭୟଙ୍କ ସମ୍ମତିରେ ଛାଡପତ୍ର ଆବେଦନକୁ ତ୍ୱରାନ୍ୱିତ କରିଛନ୍ତି ।