ମୁମ୍ବାଇ: ରିଲିଜ ହେଲା ‘ଧୁମ୍ ଧାମ’ର ଟ୍ରେଲର। ଦମ୍ଦାର ଆକ୍ସନ ସିନ୍ରେ ନଜର ଆସିଛନ୍ତି ଅଭିନେତ୍ରୀ ୟାମି ଗୌତମ୍। ଟ୍ରେଲରେ ୟାମିଙ୍କ ବ୍ରାଇଡିଆଲ ଲୁକ୍ ଦେଖିବାକୁ ମିଳିଛି। ୟାମିଙ୍କ ଆକ୍ସନ ସହ ଅଭିନେତା ପ୍ରତୀକ ଗାନ୍ଧୀଙ୍କ ଅଭିନୟର କେମେଷ୍ଟ୍ରିକୁ ପସନ୍ଦ କରିଛନ୍ତି ଦର୍ଶକ।
ଟ୍ରେଲର ଆରମ୍ଭ ବିବାହ ରାତିରୁ ହେଉଛି। ବିବାହର ରାତିରେ ଗୁଣ୍ଡାମାନେ ବରକନ୍ୟାଙ୍କ ପଛରେ ପଡ଼ିଯାଇଥିବେ। କିପରି ଏହି ସବୁ ଘଟଣାକୁ ୟାମି ତାଙ୍କ ବୃଦ୍ଧି ଏବଂ ଦମଦାର ଆକ୍ସନରେ ପାର କରିଛନ୍ତି ଚଳଚ୍ଚିତ୍ରରେ ବର୍ଣ୍ଣନା କରାଯାଇଛି। ସ୍ତ୍ରୀଙ୍କ ଏଭଳି ଅବତାର ଦେଖି ସ୍ୱାମୀ ବୀର( ପ୍ରତୀକ ଗାନ୍ଧୀ) ମଧ୍ୟ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି। ଫିଲ୍ମରେ ୟାମିଙ୍କ ଚରିତ୍ରର ନାଁ ରହିଛି କୋଏଲ।
ଫିଲ୍ମ ଭାଲେଣ୍ଟାଇନ୍ ଡେ ଅର୍ଥାତ ୧୪ ଫ୍ରେବୃଆରୀରେ ପରଦାକୁ ଆସିବ। ‘ଧୁମ୍ଧାମ’ ବି୬୨ ଷ୍ଟୁଡିଓ ବ୍ୟାନରରେ ରିଷଭ ସେଠଙ୍କ ଦ୍ୱାରା ନିର୍ଦ୍ଦେଶିତ। ୟାମୀ ଗୌତମଙ୍କ ସ୍ୱାମୀ ଆଦିତ୍ୟ ଧର ଏବଂ ଲୋକେଶ ଧର ଏହାର ପ୍ରଯୋଜକ। ଫିଲ୍ମରେ ୟାମି ଗୌତମ ଏବଂ ପ୍ରତୀକ ଗାନ୍ଧୀଙ୍କ ବ୍ୟତୀତ ପ୍ରତୀକ ବବର ଏବଂ ଏଜାଜ୍ ଖାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।