ଆପଣଙ୍କୁ ଏକ ଜାହାଜ ବିଷୟରେ କହିବାକୁ ଯାଉଛୁ ଯାହା ଆଜି ବି ଏକ ରହସ୍ୟ ହୋଇ ରହିଛି । ଐତିହାସିକ ଏବଂ ଗବେଷକମାନେ ମଧ୍ୟ ଏହି ଜାହାଜର ରହସ୍ୟକୁ ଉନ୍ମୋଚନ କରିବାରେ ବିଫଳ ହୋଇଥିଲେ । ସେହି ଭୟଙ୍କର ଘଟଣା ପରଠାରୁ ଲୋକମାନେ ମେରି ସେଲେଷ୍ଟି ଜାହାଜକୁ ଅନେକ ନାମ ଦେଇଛନ୍ତି ଯେପରିକି ଦି ଘୋଷ୍ଟ ସିପ୍, ଦ ହଣ୍ଟେଡ୍ ସିପ୍ ଇତ୍ୟାଦି । ଏହି ଅଭିଶପ୍ତ ଜାହାଜକୁ ଏପରି ନାମ ଦେବାର ଅନେକ କାରଣ ରହିଛି।କାରଣ ଜାହାଜର ଇତିହାସ ଏମିତି ଯେ କେହିବି ଶୁଣିଲେ ଏହାକୁ ଏଭଳି କହିବା ସୁନୁଶ୍ଚିନ୍ତ।
ଡିସେମ୍ବର ୫, ୧୮୭୨ , ମେରି ସେଲେଷ୍ଟି ନାମକ ଏକ ଜାହାଜ ହଠାତ୍ ପର୍ତ୍ତୁଗାଲର ଉପକୂଳରୁ ଦେଖାଗଲା, ଯାହା ସମୁଦ୍ରରେ ନାବିକ ବିନା ବୁଲୁଥିଲା । ଯାହାକୁ କେହିବି ଦେଖିଲେ ଆଶ୍ଟର୍ଯ୍ୟ ହୋଇଯିବେ। ସେଠାରେ ଥିବା ବ୍ରିଟିଶ ବ୍ରିଗଡି ଗ୍ରାଟିଆ ଆଜୋରେସ ନାମକ ଆଉ ଏକ ଜାହାଜ ଯାହାର କ୍ୟାପଟେନ୍ ଡେଭିଡ୍ ମୋରହାଉସ। ଯିଏକି ମେରି ସେଲେଷ୍ଟି ଜାହାଜଠାରୁ ପ୍ରାୟ ୪୦୦ ମାଇଲ ଦୂରରେ ଥିଲେ। କ୍ୟାପଟେନ ଡେଭିଡ ମୋରେହାଉସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ଜାଣି ପାରିଥିଲେ ଯେ ଏମିତି ସମୁଦ୍ରରେ ବୁଲୁଥିବା ଜାହାଜଟି ହେଉଛି ମେରି ସେଲେଷ୍ଟି, ଯାହାକୁ ତାଙ୍କ ସାଙ୍ଗ ବେଞ୍ଜାମିନ୍ ବିଗ୍ସ ନେଇ ଆଠ ଦିନ ପୂର୍ବରୁ ନ୍ୟୁୟର୍କ ସହର ଛାଡି ଇଟାଲୀର ଜେନୋଭାରେ ପହଞ୍ଚିଥାନ୍ତେ। ସେଥିରେ ବେଞ୍ଜାମିନଙ୍କ ପୁରା ପରିବାର ସହିତ ଆଉ ୭ଜଣ କ୍ରୁ ମେମ୍ବର ଥିଲେ। ତେଣୁ ଡେଭିଡ୍ ଜାହାଜଟି ଡେଲଗ୍ରେସିଆ ରାସ୍ତାରେ କଣ କରୁଥିଲା ଭାବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ତେଣୁ ଡେଭିଡ୍ ମୋରେହାଉସ୍ ଜାହାଜକୁ ଏକ ବୋର୍ଡିଂ ଟିମ୍ ପଠାଇଲେ । କିନ୍ତୁ ଜାହାଜରେ କେହି ନଥିଲେ ୭ ଜଣ କ୍ରୁ ମେମ୍ବରଙ୍କ ସମେତ ବେଞ୍ଜାମିନଙ୍କ ପୁରା ପରିବାର ନିଖୋଜ ଥିଲା। ଏପରିକି ଜାହାଜର ଏକମାତ୍ର ଲାଇଫ ବୋଟ ବି ନିଖୋଜ ଥିଲା ଏବଂ ଏହାର ଦୁଇଟି ପମ୍ପ ମଧ୍ୟରୁ ଗୋଟିଏ ବିଛିନ୍ନ ହୋଇଯାଇଥିଲା। ସେଠାରେ ଛଅ ମାସର ଖାଦ୍ୟ ଏବଂ ପାନୀୟ ବି ମହଜୁଦ ଥିଲା।କିନ୍ତୁ ଜାହାଜରେ ଏପରି କୌଣସି ଘଟଣାର ଚିହ୍ନବର୍ଣ୍ଣ ନଥିଲା ଯେ ଯେଉଁଥିରୁ କିଛି ଅଘଟଣର ଅନୁମାନ କରିହେବ। ମ୍ୟାରି ସିଲେଷ୍ଟି ପୂର୍ବରୁ ଅନ୍ୟ ନାଁରେ ପରିଚିତ ଥିଲା ଯାହାର ନାଁ ଥିଲା ଆମାଜନ। ୧୮୬୧ ମସିହାରେ କାନାଡିୟ ସିପିୟାର୍ଡ ଦ୍ୱୀପରେ ଏହି ମେରି ସେଲେଷ୍ଟି ଜାହାଜର ଜନ୍ମ ଯାହାର ନାଁ ପୂର୍ବରୁ ‘ଆମାଜନ’ ରଖାଯାଇଥିଲା ଯାହାର ଲମ୍ବ ୩୧ ମିଟର ଏବଂ ମୋଟେଇ ୭.୬ ମିଟର ଥିଲା । ଜାହାଜରେ ପ୍ରଥମରୁ ହିଁ ମାଲିକାନା ନମିଳିବାକୁ ନେଇ ଚର୍ଚ୍ଚାରେ ରହିଥିଲା। ଜାହାଜଟି ଏହାର ଯାତ୍ରାର ପ୍ରଥମ କିଛି ବର୍ଷ ମଧ୍ୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲା, ଯେଉଁ କାରଣରୁ ଗୁଜବ ପ୍ରଚାରିତ ହୋଇଥିଲା ଯେ ଜାହାଜଟି ଅଭିଶପ୍ତ ବୋଲି।
ଏହି ଜାହାଜଟି ଅନେକ ଦୁର୍ଭାଗ୍ୟ ଯୋଗୁଁ ଏବଂ ଏହାର ମାଲିକାନାରେ ବାରମ୍ବାର ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଏହି ଜାହାଜର ପ୍ରାରମ୍ଭିକ କ୍ୟାପଟେନ୍ମାନେ ବିନା କାରଣରେ ଅସୁସ୍ଥ ହୋଇପଡୁଥିଲେ ଜାହାଜର ପ୍ରଥମ କ୍ୟାପଟେନ୍ ରବର୍ଟ ମ୍ୟାକ୍ ଲେନନ୍ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିବା ପରଠାରୁ ଜାହାଜରେ ଏକ କଳା ଶାୟା ଥିବାର ଅନୁମାନ କରାଯାଉଥିଲା। ଏହା ପରେ ପରେ ଏହାର ପ୍ରଭାବରେ ଯାତ୍ରା ସମୟରେ ଏହି ଜାହାଜକୁ ବହୁ କ୍ଷତି ସହିବାକୁ ପଡିଲା , ନଚେତ୍ ଏହାର ମାଲିକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା ଏବଂ ବାରମ୍ବାର ସମୁଦ୍ରରେ ଦୁର୍ଘଟଣା ବି ହେଲା କେତେକ ମାଲିକ ତ ପୁରା ଦେବାଳିଆ ବି ହୋଇଗଲୋ । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଯେତେ ବଡ ବିପଦ ଆସିଲେ ବି ଜାହାଜର କେବେ କୌଣସି କ୍ଷତି ହୁଏ ନାହିଁ। ତେଣୁ ଜାହାଜ ଅଭିଶପ୍ତ ଜାହାଜ ରୂପରେ ବଦଳିଗଲା।
ଏମିତି କିଛିଦିନ ଜାହାଜଟି ଖାଲି ପଡି ରହିଲା।ଏହାକୁ ଲୋକେ ନେବାକୁ ଡରିଲେ।ଏହା ସତ୍ୱେ ରିଚାର୍ଡ ହେନ୍ସ ନାମକ ଜଣେ ଆମେରିକୀୟ ଏହି ଜାହାଜ କିଣି ଏହି ଜାହାଜର ସମ୍ପୂର୍ଣ୍ଣ ରୂପ ବଦଳାଇ ଜାହାଜର ନାମ ଆମାଜନରୁ ମେରି ସେଲେଷ୍ଟିକୁ ବଦଳାଇଲେ, କିନ୍ତୁ ନାମ ଏବଂ ରଙ୍ଗ ବଦଳାଇବା ପରେ ମଧ୍ୟ ଏହି ଭାଗ୍ୟ ବଦଳି ନଥିଲା। ତେଣୁ ସେ ଏହାକୁ ରିଚାର୍ଡ ବେଞ୍ଜାମିନ୍ ବ୍ରିକ୍ସ ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କଲେ ।
ବେଞ୍ଜାମିନ୍ କିନ୍ତୁ ଜାହାଜର ଏପରି ଭାଗ୍ୟକୁ ନେଇ ଅବଗତ ନଥିଲେ। କିନ୍ତୁ ଯାହାର ପ୍ରଭାବ ସେ ଖୁବ୍ ଶିଘ୍ର ଦେଖିବାକୁ ପାଇଥିଲେ। ଯେତେବେଳେ ସେ ଅକ୍ଟୋବର ୧୮୭୨ ରେ ଇଟାଲୀ ଗସ୍ତରେ ବାହାରିଥିଲେ। ସେତେବେଳେ ବେଞ୍ଜାମିନ୍ ବ୍ରିକ୍ସ ତାଙ୍କ ପତ୍ନୀ ସେରା ଏବଂ ସେମାନଙ୍କର ୨ ବର୍ଷର ଝିଅ ସମେତ ଅନ୍ୟ ୭ ଜଣ କ୍ରୁ ସଦସ୍ୟଙ୍କ ସହ ଯାତ୍ରା କରିଥିଲେ । ମେରି ସେଲେଷ୍ଟିର ନ୍ୟୁୟର୍କ ହାରବର୍ ରୁ ଜେନେଭା ଯାତ୍ରା, ବେଞ୍ଜାମିନଙ୍କ ପରିବାର ଏବଂ ସେମାନଙ୍କ କର୍ମଚାରୀଙ୍କ ପାଇଁ ଦୁର୍ଭାଗ୍ୟଜନକ ପ୍ରମାଣିତ ହେଲା । ଏହି ଜାହାଜଟି ୧୭୦୦ ବ୍ୟାରେଲ ମଦ ଏବଂ ୩୫,୦୦୦ ଡଲାର ମୂଲ୍ୟର ଅତିରିକ୍ତ ଖାଦ୍ୟ ଏବଂ ପାନୀୟ ଜଳ ନେଇ ଆସୁଥିଲା, ଏବଂ ସେହି ଦିନ ଯେତେବେଳେ ଡିସେମ୍ବର ୫, ୧୮୭୨ ରେ ଅନ୍ୟ ଏକ ଜାହାଜର କ୍ୟାପଟେନ୍ ପୂର୍ବ ଆଟଲାଣ୍ଟିକରେ ମେରି ସେଲେଷ୍ଟି ଭାସୁଥିବା ଦେଖିବାକୁ ପାଇଥିଲେ। ଜାହାଜଟି ମଣସି ବିନା ଭାଷୁଥିଲା। ତେଣୁ ଏହି ଅବସ୍ଥାରେ ଜାହାଜ ଦେଖି ସେହି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ମେରି ସେଲେଷ୍ଟିିଙ୍କୁ ଖୋଜିବା ପରେ ମଧ୍ୟ ସେଥିରେ କୌଣସି ଲୋକ ମିଳିଲେ ନାହିଁ ।
ବର୍ତ୍ତମାନ ପ୍ରଶ୍ନ ହେଉଛି ଜାହାଜର କ୍ରୁ ସଦସ୍ୟମାନେ କାହିଁକି ଏହି ଜାହାଜ ଛାଡି ଚାଲିଗଲେ କାରଣ ଜାହାଜଟି ପୁରା ଭଲ ଅବସ୍ଥାରେ ଥିଲା। ପାଗ ବି ଅନୁକୂଳ ଥିଲା ଏହା ସହିତ ସମସ୍ତ କ୍ରୁ ସଦସ୍ୟଙ୍କ ପାଇଁ ୬ ମାସ ପାଇଁ ପର୍ଯ୍ୟାପ୍ତ ଖାଦ୍ୟ ଏବଂ ଜଳ ଥିଲା । କୌଣସି ପ୍ରକାରର ଡକାୟତି ଆକ୍ରମଣ ହୋଇନଥିଲା, ତା’ପରେ ହଠାତ୍ କ୍ୟାପଟେନଙ୍କ ପରିବାର ଏବଂ କ୍ରୁ ସଦସ୍ୟମାନେ କିପରି ଅଦୃଶ୍ୟ ହୋଇଗଲେ କାରଣ ସମସ୍ତ କ୍ରୁ ସଦସ୍ୟଙ୍କ ସାମଗ୍ରୀ ସୁରକ୍ଷିତ ଥିଲା ଏବଂ ଲୁଟ୍ ହେବାର କୌଣସି ଚିହ୍ନ ନଥିଲା। ଆଜି ପର୍ଯ୍ୟନ୍ତ ସେମାନଙ୍କ ପତ୍ତା ମିଳିପାରିନାହିଁ କି ରହସ୍ୟ ଉପରୁ ପରଦା ହଟିପାରିନାହିଁ।। ଆଜି ବି ରହସ୍ୟ ସମାଧାନ କରିବାରେ କେହି ସକ୍ଷମ ହୋଇ ନାହାଁନ୍ତି ।