ଭୁବନେଶ୍ୱର: ବସଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ରାଜଧାନୀ ଭୁବନେଶ୍ୱରରେ ଗଡ଼ିବ ଡବଲ ଡେକର ବସ । ଏଥିଲାଗି ଭୁବନେଶ୍ୱରରେ ପହଞ୍ଚିଛି ୨ଟି ବସ୍ । ନିକଟରେ ଭୁବନେଶ୍ୱର ଗାଡ଼କଣ ଡିପୋରେ ଏହି ଦୁଇଟି ବସ ଆସି ପହଞ୍ଚିଥିବା ଜଣାଯାଇଛି । ଖୁବଶୀଘ୍ର ଆଉ ତିନିଟି ଡବଲ ଡେକର ବସ ଓଡ଼ିଶାରେ ପହଞ୍ଚିିବ ବୋଲି କୁହାଯାଉଛି । ସେଗୁଡ଼ିକ ମହାରାଷ୍ଟ୍ରରୁ ଓଡ଼ିଶା ଅଭିମୁଖେ ବାହାରିସାରିଲାଣି ।
ପ୍ରତି ଡବଲ୍ ଡେକର୍ ବସ୍ରେ ଡ୍ରାଇଭରଙ୍କୁ ମିଶାଇ ୬୪ଜଣ ବସି ପାରିବେ । ଏହି ବସର ବ୍ୟାଟେରୀ ୨୪୦ କିଲୋୱାଟର ହୋଇଥିବା ବେଳେ ଏହି ବସକୁ ଥରେ ଚାର୍ଜ କଲେ ୧୫୦ କିମି ଚାଲିବ । ପ୍ରାରମ୍ଭିକ ଭାବେ ପ୍ରବାସୀ ଭାରତୀୟଙ୍କୁ ବୁଲାଇବ ଡବଲ୍ ଡେକର ବସ୍ । ପରେ କଟକ, ଭୁବନେଶ୍ୱର ଓ ପୁରୀକୁ ଚଳାଇବାକୁ କ୍ରୁଟ୍ର ଯୋଜନା ହୋଇଥିବା ସୂଚନା ।