୩୪ ଜଣଙ୍କୁ ଅର୍ଜୁନ ଆୱାର୍ଡ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ପ୍ୟାରିସ୍ ଅଲମ୍ପିକ୍ସରେ ୨ଟି ପଦକ ଜିତିଥିବା ସୁଟର୍ ମନୁ ଭାକର, କିଶୋର ବର୍ଗରେ ୱାର୍ଲ୍ଡ ଚାମ୍ପିଅନ୍ ହୋଇଥିବା ଡି. ଗୁକେଶଙ୍କୁ ମେଜର ଧ୍ୟାନ୍ ଚାନ୍ଦ ଖେଳରତ୍ନ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ।

ଶୁକବ୍ରାର ଅନୁଷ୍ଠିତ ନ୍ୟାଶନାଲ ସ୍ପୋର୍ଟସ ସେରେମୋନିରେ କ୍ରୀଡ଼ାମନ୍ତ୍ରୀ ଉପସ୍ଥିତ ଥିଲେ । ପୁରୁଷ ହକି ଦଳ କ୍ୟାପଟେନ୍ ହରମନପ୍ରିତ ସିଂ ଏବଂ ପାରାଅଲମ୍ପିକ ହାଇଜମ୍ପ ଗୋଲ୍ଡ ମେଡାଲିଷ୍ଟ ପ୍ରବୀଣ କୁମାରଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରାଯାଇଛି । ଉଭୟ ଟୋକିଓ ଏବଂ ପ୍ୟାରିସ ଅଲମ୍ପିକରେ ଭାଗ ନେଇଥିବା ଭାରତୀୟ ହକି ଦଳ ବ୍ରୋଞ୍ଚ ପଦକ ଜିତି ଦେଶ ପାଇଁ ଗୌରବ ଆଣିିଛି । ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ମୋଟ ୩୨ ଜଣ ଆଥଲେଟଙ୍କୁ ଉଭୟ ଖେଳରତ୍ନ ସମ୍ମାନିତ କରାଯାଇଛି । ଜାନୁୟାରୀ ଆରମ୍ଭରୁ ୨୦୨୪ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତଙ୍କ ନାମ ଖେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଥିଲା ।

ଖେଳ ରତ୍ନ ବ୍ୟତୀତ ୩୪ ଖେଳାଳିଙ୍କୁ ୨୦୨୪ରେ ଖେଳରେ ଉକ୍ରୃଷ୍ଟ ପ୍ରଦର୍ଶନ ପାଇଁ ଅର୍ଜୁନ ଆୱାର୍ଡ ପ୍ରଦାନ କରାଯାଇଛି । ଆଥଲେଟ ସୁଚା ସିଂ ଏବଂ ମୁରଲିକାନ୍ତ ରାଜାରାମ ପେଟକରଙ୍କୁ ଅର୍ଜୁନ ଆୱାର୍ଡ ଲାଇଫଟାଇମ୍ ପୁରସ୍କାର ପାଦାନ କରାଯାଇଛି । ଉଚ୍ଚକୋଟିର ପଶିକ୍ଷଣ ଦେବା ଯୋଗୁ ୫ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ସାମିଲ ଅଛନ୍ତି, ବ୍ୟାଡମିଣ୍ଟନ କୋଚ୍ ଏସ୍ ମୁରଲିଧରନ ଏବଂ ଫୁଟବଲ କୋଚ ଅରମାଣ୍ଡୋ ଏଗନେଲି କୋଲାକୋ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *