ବର୍ତ୍ତମାନ ଯେଭଳି ପାଗ ରହୁଛି ସେଥିରେ ଥଣ୍ଡା କାଶ ଏବଂ ପେଟ ସମ୍ବନ୍ଧୀୟ ଆଦି ରୋଗ ହେବା ସ୍ୱାଭାବିକ । ଅନେକ ଲୋକ ଏହି ରୋଗରେ ଏବେ ପୀଡ଼ିତ । କିଏ ଔଷଧ ଖାଇ ଶୀଘ୍ର ନିଜକୁ ସୁସ୍ଥ କରିବାକୁ ପସନ୍ଦ କରେ ତ ଆଉ କେହି ଔଷଧକୁ ଏଡ଼ାଇ ଯାନ୍ତି । ପୁଣି କିଛି ଲୋକ ଘରୋଇ ଉପଚାର ଉପରେ ନିର୍ଭର କରନ୍ତି । ସେମିତି ଏକ ଉପଚାର ହେଉଛି ଜାଇଫଳ । ଯାହା ସମସ୍ତଙ୍କ ଘରେ ଥାଏ । କିନ୍ତୁ ଅନେକ ଲୋକ ଏଭଳି ଏକ ଔଷଧୀୟ ଗୁଣ ଥିବା ଦ୍ରବ୍ୟ ବିଷୟରେ ଅବଗତ ନଥିବେ । ଆସନ୍ତୁ ଜାଣିବା ଜାଇଫଳ କେବଳ ମସଲା ଭାବେ ନୁହେଁ ବରଂ ଆୟୁର୍ବେଦ ଉପଚାର ଭାବେ ମଧ୍ୟ ବହୁତ କାମ ଦିଏ ।
ଆୟୁର୍ବେଦ ଅନୁଯାୟୀ, ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଜାଇଫଳ ପାଣି ବେଶ ଲାଭଦାୟକ । ଯଦି ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଦୂରେଇ ରହି ନିଜ ସ୍ୱାସ୍ଥ୍ୟକୁ ଭଲ ରଖିବାକୁ ଚାହୁଁଛନ୍ତି, ତେବେ ଆପଣ ପ୍ରତିଦିନ ଜାଇଫଳ ପାଣି ପିଇବା ଉଚିତ୍ । ତେବେ ଜାଇଫଳ ପାଣିରେ ଭିଟାମିନ୍ ସି, ଆଇରନ୍, ମ୍ୟାଗ୍ନେସିୟମ୍ ଏବଂ ଭିଟାମିନ୍ ଡି ପରି ବହୁ ପରିମାଣର ପୋଷକ ତତ୍ୱ ମିଳିଥାଏ ।
ଯେଉଁମାନଙ୍କର ଗ୍ୟାସ୍, ଏସିଡ଼ିଟି ଏବଂ କୋଷ୍ଠକାଠିନ୍ୟ ଭଳି ପେଟ ସମ୍ବନ୍ଧୀୟ ସମସ୍ୟା ରହିଛି, ସେମାନେ ନିଶ୍ଚିତ ଭାବରେ ଜାଇଫଳ ପାଣିକୁ ସେମାନଙ୍କ ପ୍ରତିଦିନ ଖାଦ୍ୟର ଏକ ଅଂଶ କରିବା ଉଚିତ୍ । ଜାଇଫଳ ପାଣିରେ ମିଳୁଥିବା ଉପାଦାନଗୁଡ଼ିକ ଆପଣଙ୍କ ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ । ତେବେ ଜାଇଫଳକୁ ଘୋରି ଏହାର ପାଣି ପିଇଲେ ପେଟ ଥଣ୍ଡା ହୁଏ । ଏହା ବ୍ୟତୀତ, ଆପଣ ନିଦ ନ ହେଉଥିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ମଧ୍ୟ ଏହି ପାନୀୟର ସାହାଯ୍ୟ ମଧ୍ୟ ନେଇପାରିବେ ।
ବ୍ଲଡ଼ ପ୍ରେସର ପାଇଁ ଆପଣ ଚିନ୍ତିତ ରହୁଛନ୍ତି କି ? ଯଦି ହଁ, ତେବେ ଆପଣ ନିୟମିତ ଭାବରେ ଜାଇଫଳ ପାଣି ପିଇ ଆପଣଙ୍କ ବ୍ଲଡ଼ ପ୍ରେସରକୁ ନିୟନ୍ତ୍ରଣ କରିପାରିବେ । ଏହା ବ୍ୟତୀତ ଜାଇଫଳ ପାଣି ଆପଣଙ୍କ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ପ୍ରମାଣିତ ହୋଇପାରେ । ସ୍ମରଣ ଶକ୍ତିର ଉନ୍ନତି ପାଇଁ ଏହି ପ୍ରାକୃତିକ ପାନୀୟ ମଧ୍ୟ ବ୍ୟବହାର କରାଯାଇପାରେ ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହାର ଭଲ ଫଳାଫଳ ପାଇବା ପାଇଁ ଜାଇଫଳ ପାଣି ରାତିରେ ଶୋଇବା ପୂର୍ବରୁ ପିଇ ପାରିବେ । ତେବେ ଜାଇଫଳ ପାଣି ଆପଣଙ୍କ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଅନେକ ସକରାତ୍ମକ ପ୍ରଭାବ ପକାଇବାରେ ପ୍ରଭାବଶାଳୀ ହୋଇପାରେ । ତଥାପି, ଏହି ପ୍ରାକୃତିକ ପାନୀୟକୁ ସଠିକ୍ ପରିମାଣରେ ଏବଂ ସଠିକ୍ ଉପାୟରେ ପିଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପାଇଁ ଯେଉଁମାନେ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି, ସେମାନେ ଏପରି ଭାବେ ଜାଇଫଳ ପାଣି ପିଇ ପାରିବେ ।