ବିଲରେ ଜରୁରୀକାଳୀନ ଅବତରଣ କଲା ନୌସେନା ହେଲିକପ୍ଟର

ବାରିପଦା: ବିଲରେ ଜରୁରୀକାଳୀନ ଅବତରଣ କଲା ନୌସେନା ହେଲିକପ୍ଟର । ଫଳରେ ବିଲରେ କାମ କରୁଥିବା ଲୋକେ ହଠାତ୍ ହେଲିକପ୍ଟରକୁ ଏପରି ଅବସ୍ଥାରେ ଦେଖି ଭୟଭୀତ ହୋଇପଡ଼ିଥିଲେ । ଏହି ଖବର ପ୍ରଚାର ହେଉ ହେଉ ହେଲିକପ୍ଟରକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା । ପ୍ରାୟ ୪୫ ମିନିଟ୍ ପରେ ହେଲିକପ୍ଟରଟି ପୁଣି ଉଡ଼ାଣ କରିଥିଲା । ହେଲିକପ୍ଟରଟି ଯାନ୍ତ୍ରିକ ତ୍ରୁଟି ଯୋଗୁ ଜରୁରୀକାଳିନ ଅବତରଣ କରିଥିବା ଜଣାଯାଇଛି । ଏପରି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲାରେ ।

ଭାରତୀୟ ନୌସେନା ଦିବସରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକର ଗାଁ ଅମରଦା ପଞ୍ଚାୟତର ଅମରଦାଠାରେ ବିଲ ଭିତରେ ନୌସେନାର ଏକ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରିଥିଲା । ଗୋଟିଏ ବିଲ ଭିତରେ ଓହ୍ଲାଇବାକୁ ଚେଷ୍ଟା କରୁଥିବା ବେଳେ ଧାନ କୁଟା ଉଡ଼ିବାରୁ ସେଠାରେ ଅବତରଣ କରି ନପାରି ଅନ୍ୟ ଏକ ଫାଙ୍କା ବିଲରେ ଅବତରଣ କରିଥିଲା । ସେଠାରେ ଧାନ କାଟୁୁଥିବା ଚାଷୀମାନେ ହେଲିକପ୍ଟର ବିଲ ମଧ୍ୟରେ ଦେଖି ଡ଼ରି ଯାଇଥିଲେ । ଦୀର୍ଘ ୩୦ ମିନିଟ ଧରି ପାଇଲଟ ହେଲିକପ୍ଟରରୁ ଓହ୍ଲାଇ ଯାନ୍ତ୍ରିକ ତ୍ରୁଟିକୁ ସୁଧାରିଥିଲେ। ୪୫ ମିନିଟ ପରେ ପୁଣି ଉଡ଼ାଣ କରିଥିଲା ନୌସେନା ହେଲିକପ୍ଟର । ସ୍ଥାନୀୟ ଲୋକେ ନୌସେନା ହେଲିକପ୍ଟର ଦେଖିବାକୁ ଭିଡ଼ ଜମାଇଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *