ଖୁସି ତାଲିକାରେ ପାକିସ୍ତାନର ପଛରେ ଅଛି ଭାରତ

ନୂଆଦିଲ୍ଲୀ: ପ୍ରକାଶ ପାଇଛି ବିଶ୍ୱ ଖୁସି ତାଲିକା। ଏହି ତାଲିକାର ୧୪୭ ଦେଶର ନାଁ ରହିଛି। କେଉଁ ଦେଶର ଲୋକ କେତେ ଖୁସିରେ ଅଛନ୍ତି ସେ ଅନୁଯାୟୀ ତାଙ୍କୁ ସ୍ଥାନ ମଧ୍ୟ ମିଳିଛି। ଏହି ତାଲିକାରେ ଭାରତର ସ୍ଥାନ ରହିଛି ୧୧୮ ସ୍ଥାନରେ ରହିଛି। ପୂର୍ବ ବର୍ଷ ଖୁସି ତାଲିକାରେ ଭାରତର ସ୍ଥାନ ୧୨୬ରେ ଥିଲା। ଏଥର କମି ୧୧୮ରେ ପହଞ୍ଚିଛି।

ହେଲେ ଭାରତ ଠାରୁ ଅଧିକ ଖୁସିରେ ଅଛନ୍ତି ପାକିସ୍ତାନ- ନେପାଳର ଲୋକ। ଏହି ତାଲିକାରେ ପାକିସ୍ତାନ ଭାରତ ଠାରୁ ଉପରେ ରହିଛି। ୨୦୨୫ ଖୁସି ତାଲିକାରେ ପାକିସ୍ତାନକୁ ୧୦୯ ସ୍ଥାନ ମିଳିଛି। ସେହିପରି ନେପାଳ ମଧ୍ୟ ଭାରତ ଠାରୁ ଉଚ୍ଚରେ ରହିଛି। ଖୁସି ତାଲିକାରେ ନେପାଳର ସ୍ଥାନ ୯୨ରେ ରହିଛି। ଏହି ଲିଷ୍ଟର ତାଲିକାରେ ଜଣାପଡ଼ୁଛି କି ଭାରତ ଠାରୁ ପାକିସ୍ତାନ ଅଧିକ ଖୁସିରେ ରହିଛି।
ଗୁରୁବାର ଅନ୍ତର୍ଜାତୀୟ ବିଶ୍ୱ ଖୁସି ଦିବସରେ ପ୍ରକାଶିତ ହୋଇଛି ଚଳିତ ବର୍ଷର ଖୁସି ରିପୋର୍ଟ । ଅକ୍ସଫୋର୍ଡ ୟୁନିଭର୍ସିଟି, ୱେଲ୍‌ବିଙ୍ଗ୍ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ମିଳିତ ଭାବେ ଏହି ବାର୍ଷିକ ରିପୋର୍ଟ ପ୍ରକାଶ ପାଇଛି। ଫିନ୍‌ଲାଣ୍ଡ କ୍ରମାଗତ ଅଷ୍ଟମ ବର୍ଷ ପାଇଁ ସବୁଠୁ ଖୁସି ଦେଶ ରହିଥିବା ବେଳେ ଡେନ୍‌ମାର୍କ, ଆଇସ୍‌ଲାଣ୍ଡ ଏବଂ ସୁଇଡେନ୍ ଶୀର୍ଷ ୪ଟି ସ୍ଥାନ ବଜାୟ ରଖିଛନ୍ତି।

ଏହି ତାଲିକାରେ ୨୪ନମ୍ବରରେ ଆମେରିକା ରହିଛି । ଏହାପୂର୍ବରୁ ୨୦୧୨ ରେ ଆମେରିକା ୧୧ତମ ସ୍ଥାନରେ ରହିଥିଲା।ଆଫଗାନିସ୍ତାନ (ନମ୍ବର ୧୪୭) ପୁଣି ଥରେ ତାଲିକାର ତଳେ ଅଛି । ଖୁସି ତାଲିକାରେ ସିଆର ଲିୟୋନ (ନଂ ୧୪୬), ଲେବାନନ୍ (ନମ୍ବର ୧୪୫), ମଲାୱି (ନମ୍ବର ୧୪୪) ଏବଂ ଜିମ୍ବାୱେ (ନମ୍ବର ୧୪୩)ରେ ରହିଛନ୍ତି ।

ଏହି ରିପୋର୍ଟର ସବୁଠାରୁ ବଡ ବାର୍ତ୍ତା ହେଉଛି – ସୁଖ କେବଳ ସମ୍ପତ୍ତି କିମ୍ବା ଚାକିରିରୁ ଆସେ ନାହିଁ । ଏହା ମଧ୍ୟ ନିର୍ଭର କରେ ଯେ ଆମେ କିପରି ଆମ ସମାଜକୁ ବିଶ୍ୱାସ ଏବଂ ସମର୍ଥନ କରୁ । ତେଣୁ ପରବର୍ତ୍ତୀ ସମୟରେ ଆପଣ ନିଜ ପରିବାର ସହିତ ବସି ରାତ୍ରୀ ଭୋଜନ କରିବେ,ଜଣେ ବନ୍ଧୁଙ୍କୁ ସାହାଯ୍ୟ କରିବେ, କିମ୍ବା ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ କରିବେ, ସେତେବେଳେ ଜାଣି ଯିବେ ନିଜର ଦେଶକୁ ଖୁସି ଆଡକୁ ନେଉଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *